ETV Bharat / sitara

ଦବଙ୍ଗ 3ରୁ ହଟିଲା 9 ମିନିଟର ସିନ

author img

By

Published : Dec 23, 2019, 6:28 PM IST

ଦବଙ୍ଗ 3 ମେକର୍ସଙ୍କ ବଡ ନିଷ୍ପତ୍ତି । ଫିଲ୍ମ ସମୟ ସୀମାକୁ ଦୃଷ୍ଟିରେ ରଖି ଫିଲ୍ମରୁ କାଟିଲେ 9 ମିନିଟର ସିନ । ସଲମାନ ଖାନଙ୍କ ଅଭିନୀତ ଏହି ଫିଲ୍ମର ସମୟ ସୀମାକୁ ନେଇ ସମାଲୋଚନା କରିଥିଲେ ଦର୍ଶକ ।

dabangg 3 film
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ ସଲମାନ ଖାନ

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନଙ୍କ ଚର୍ଚ୍ଚିତ ଫିଲ୍ମ ‘ଦବଙ୍ଗ 3’ ଗତ ଶୁକ୍ରବାର ରିଲିଜ ହୋଇଯାଇଛି । ଫିଲ୍ମକୁ ଦର୍ଶକ ଓ କ୍ରିଟିକ୍ସଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳୁଛି । ଦେଶରେ ବର୍ତ୍ତମାନ ଚାଲିଥିବା ସଂଶୋଧିତ ନାଗରିକତା ଆଇନ ବିରୋଧ ପ୍ରଦର୍ଶନ ପାଇଁ ଫିଲ୍ମର ଆୟ ଉପରେ ଖୁବ୍ ପ୍ରଭାବ ପଡିଛି । ମେକର୍ସ ଆଶା ଅନୁଯାୟୀ ଫିଲ୍ମର ଆୟ ହୋଇପାରିନାହିଁ । ଯାହାକୁ ନେଇ ନିରାଶ ମେକର୍ସ । ସବୁଠୁ ବଡ ଝଟକା ମେକର୍ସଙ୍କୁ ଲାଗିଛି ଯେ ରିଲିଜର ଗୋଟିଏ ଦିନ ପରେ ଅନଲାଇନ ଲିକ କଥାରେ।

ଇତିମଧ୍ୟରେ ଫିଲ୍ମକୁ ନେଇ ଆଉ ଏକ ଖବର ଜୋର ଧରଛି । କଥାଟି ହେଲା ଫିଲ୍ମର ସମୟ ସୀମା ଦୁଇ ଘଣ୍ଟାରୁ ଅଧିକ ହେବାକୁ ସମାଲୋଚନାର ଶିକାର ହୋଇଥିଲା ଫିଲ୍ମ । ଏହି ଆଲୋଚନା ପରେ ବର୍ତ୍ତମାନ ଫିଲ୍ମରୁ ପାଖାପାଖି 9 ମିନିଟର ସିନ କଟାଯାଇଛି । ଫିଲ୍ମରେ ଅନେକ ଗୀତକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି । ଗୀତ ଦ୍ବାରା ଫିଲ୍ମର କାହାଣୀ ଉପରେ ପ୍ରଭାବ ପଡୁଛି ବୋଲି ବୟାନ ଦେଇଛନ୍ତି ଦର୍ଶକ ଓ କ୍ରିଟିକ୍ସ ।

ପ୍ରକାଶ ଥାଉକି ଏହି ଆଲୋଚନାକୁ ଦୃଷ୍ଟିରେ ରଖି ମେକର୍ସ ଫିଲ୍ମର ସମୟ ସୀମାରେ 9 ମିନିଟ ସିନ କାଟିଛନ୍ତି । ଅନ୍ୟପଟେ ସବୁ ସିନେମାହଲକୁ ଫିଲ୍ମର ନୂଆ ଭର୍ସନ ଦେଖାଇବା ପାଇଁ କୁହାଯାଇଛି । ଫିଲ୍ମର ପ୍ରଥମ-ଭାଗରୁ 9 ମିନିଟର ସିନ ହଟାଯାଇ ନୂଆ ଭର୍ସନ ସିନେମା ହଲକୁ ଦିଆଯାଇଛି । ଫିଲ୍ମର କଲେକ୍ସନ ଏଯାବତ 75 କୋଟି ଟଙ୍କା ହୋଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.