ETV Bharat / sitara

ସ୍ବାଗତ କରିବାକୁ କହିଲେ ଚୁଲବୁଲ ପାଣ୍ଡେ, ଦେଖନ୍ତୁ ଭିଡିଓ

ଆସିଲା ‘ଦବଙ୍ଗ 3’ର ଫାଷ୍ଟ ମୋଶନ ପୋଷ୍ଟର । ଟ୍ବିଟରରେ ସେୟାର କରି ଫ୍ୟାନ୍ସଙ୍କୁ ସୂଚନା ଦେଲେ ସଲମାନ । ଡିସେମ୍ବର 20ରେ ଫିଲ୍ମ ରିଲିଜ କରିବାକୁ ଯୋଜନା କରିଛନ୍ତି ମେକର୍ସ ।

author img

By

Published : Sep 11, 2019, 8:12 PM IST

ଫଟୋ ସୌଜନ୍ୟ: ୟୁଟ୍ୟୁବ

ମୁମ୍ବାଇ: ଆଜିକାଲି ଦବଙ୍ଗ ବୟ ସଲମାନ ଖାନ ନିଜର ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦବଙ୍ଗ 3’ ସୁଟିଂରେ ଖୁବ୍ ବ୍ୟସ୍ତ। ଫିଲ୍ମଟି ଡିସେମ୍ବରରେ ରିଲିଜ କରିବାକୁ ଲାଗିପଡିଛନ୍ତି ମେକର୍ସ । ସଲମାନଙ୍କ ଫ୍ୟାନ୍ସ ମଧ୍ୟ ଦୀର୍ଘସମୟରୁ ‘ଦବଙ୍ଗ 3’ ଫିଲ୍ମକୁ ଦେଖିବାକୁ ନେଇ ଏକ୍ସାଇଟେଡ । ଇତିମଧ୍ୟରେ ଜାରି ହୋଇଯାଇଛି ଫିଲ୍ମର ଫାଷ୍ଟ ମୋଶନ ପୋଷ୍ଟର ।

ଏହି ମୋଶନ ପୋଷ୍ଟରେ ଚୁଲବୁଲ ପାଣ୍ଡେଙ୍କୁ ଦେଖିବାକୁ ମିଳୁଛି । ପୋଷ୍ଟର ରିଲିଜ ଅବସରରେ ସଲମାନ ଟ୍ବିଟରରେ ଏହାକୁ ସେୟାର କରି ଦର୍ଶକଙ୍କୁ କହିଛନ୍ତି ସ୍ବାଗତ ନେହିଁ କରୋଗେ ହାମାରା । ଆଉ କ୍ୟାପସନରେ ଲେଖିଛନ୍ତି, ‘ଆସୁଛି, ଚୁଲବୁଲ ରୋବିନହୁଡ ପାଣ୍ଡେ, ଠିକ୍ 100 ଦିନ ପରେ । ସ୍ବାଗତ ତ କରନ୍ତୁ ଆମର। ’

  • " class="align-text-top noRightClick twitterSection" data="">

‘ଦବଙ୍ଗ 3’ ରେ ପୁଣିଥରେ ଦର୍ଶକ ସଲମାନଙ୍କ ସହ ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନାଙ୍କ ରୋମାନ୍ସ ଦେଖିବାକୁ ପାଇବେ । ନିର୍ଦ୍ଦେଶକ, ଅଭିନେତା ଏବଂ କୋରିଓଗ୍ରାଫର ପ୍ରଭୁଦେବାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଡିସେମ୍ବର 20ରେ ରିଲିଜ ହେବାକୁ ଯାଉଛି । ହିନ୍ଦୀ ବ୍ୟତୀତ ଫିଲ୍ମଟି କନ୍ନଡ, ତାମିଲ, ତେଲୁଗୁରେ ମଧ୍ୟ ରିଲିଜ ହେବ । ସେହିପରି ସଲମାନଙ୍କ ପ୍ରଡକ୍ସନ ହାଉସ ସଲମାନ ଖାନ ଫିଲ୍ମସ ଏବଂ ଅରବାଜ ଖାନଙ୍କ ପ୍ରଡକ୍ସନ ହାଉସ ଦ୍ବାରା ଏହି ଫିଲ୍ମର ପ୍ରଯୋଜନା କରାଯାଉଛି।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.