ETV Bharat / sitara

ଟିକଟକରେ ସଲମାନ ଖାନ !

ଏବେ ବଡ ପରଦା ବ୍ୟତୀତ ଟିକଟକରେ ସଲମାନଙ୍କ ଯାଦୁ ଦେଖିବାକୁ ମିଳୁଛି । ଯାହା ଦେଖି ସଲମାନ ନିଜେ ମଧ୍ୟ ଆଶ୍ଚର୍ଯ୍ୟ ।

author img

By

Published : Aug 27, 2019, 11:19 PM IST

ଡିଜାଇନ ଫଟୋ

ମୁମ୍ବାଇ: ଆଜିକାଲି ଟିକଟକ ଏମିତି ଏକ ଲୋକପ୍ରିୟ ଆପ ଯାହା ଘରେ ଘରେ ପପୁଲାର । ଏହା ଏପରି ପ୍ଲାଟଫର୍ମ ଯେଉଁଠାରେ ସବୁ ବର୍ଗ ଏବଂ ପିଢିର ଲୋକେ ନିଜ ନିଜର ଭିଡିଓ ସୁଟ କରିପାରିବେ । କିଛି ଦିନ ହେବ ଟିକଟକରେ କିଛି ଆଶ୍ଚର୍ଯ୍ୟକର ଜିନିଷ ମଧ୍ୟ ଦେଖିବାକୁ ମିଳିଛି । ଯାହା ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ଟିକଟକରେ ବଲିଉଡ ଷ୍ଟାର୍ସଙ୍କ ଡୁପ୍ଲିକେଟ ଚେହେରା ମଧ୍ୟ ଖୁବ୍ ପପୁଲାର । ଏହି ଟିକଟକ ଷ୍ଟାର ଦେଖିବାରେ ଅବିକଳ ସୁପରଷ୍ଟାର୍ସଙ୍କ ଭଳି । ସବୁଠାରୁ ମଜାଦାର ହେଲା କି ଏବେ ଫ୍ୟାନ୍ସ ଟିକଟକରେ ବଲିଉଡର ଦବଙ୍ଗ ବୟ ସଲମାନ ଖାନଙ୍କୁ ମଧ୍ୟ ଦେଖିବାକୁ ପାଉଛନ୍ତି । କିନ୍ତୁ ପ୍ରକୃତ ସଲମାନ ନୁହେଁ ତାଙ୍କ ଡୁପ୍ଲିକେଟଙ୍କୁ । ଯିଏ ବର୍ତ୍ତମାନ ଟିକଟକର ଫେମସ ଷ୍ଟାର ହୋଇସାରିଲେଣି । ତାଙ୍କ ଫ୍ୟାନ ଫଲୋଇଂ ମଧ୍ୟ କୌଣସି ଷ୍ଟାର୍ସଙ୍କ ଠାରୁ କମ ନୁହେଁ ।

ଟିକଟକରେ ସଲମାନଙ୍କ ପରି ଦେଖାଯାଉଥିବା ଏହି ବ୍ୟକ୍ତିଙ୍କ ନାମ ହେଲା ସୁଶାନ୍ତ ଖନ୍ନା । ସେ ଅବିକଳ ସଲମାନଙ୍କ ପରି ହିଁ ନଜର ଆସୁଛନ୍ତି । ଆଉ ସେ ସବୁବେଳେ ସଲମାନଙ୍କ ଗୀତରେ ଡାନ୍ସ କରିବା, ଡାଇଲଗ କହିହା ସହ ତାଙ୍କ ଗେଟଅପରେ ମଧ୍ୟ ଦେଖାଯାଆନ୍ତି ।

ପ୍ରକାଶ ଥାଉକି ସୁଶାନ୍ତଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଲୋକେ ମଧ୍ୟ ତାଙ୍କ ଭିଡିଓର ଖୁବ୍ ପ୍ରଶଂସା କରୁଛନ୍ତି । କେବଳ ସଲମାନ ନୁହେଁ ଟିକଟକରେ କାଜୋଲ, ଅଜୟ ଦେବଗନ, ରଣବୀର ସିଂ ସମେତ ଅନେକ ସେଲିବ୍ରିଟିଙ୍କ ଡୁପ୍ଲିକେଟ ଘୁରିବୁଲୁଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.