ETV Bharat / sitara

ରାନୁଙ୍କୁ ଫ୍ଲାଟ ଦେଲେ ସଲମାନ !

ମୁମ୍ବାଇରେ 55 ଲକ୍ଷର ଫ୍ଲାଟ ପାଇଲେ ଷ୍ଟେସନ ଗାୟିକା ରାନୁ ମଣ୍ଡଲ । ଆଉ ଏ ଫ୍ଲାଟ ତାଙ୍କୁ ଗିଫ୍ଟ କରିଛନ୍ତି ବଲିଉଡର ଦବଙ୍ଗ ବୟ ସଲମାନ ଖାନ ।

author img

By

Published : Aug 28, 2019, 5:52 PM IST

ଡିଜାଇନ ଫଟୋ

ମୁମ୍ବାଇ: ଏବେ ସୋସିଆଲ ମିଡିଆର ଟପ ଷ୍ଟାର ସାଜିଛନ୍ତି କୋଲକାତାର ଷ୍ଟେସନ ଗାୟିକା ରାନୁ ମଣ୍ଡଲ । ବଲିଉଡର ଲୋକପ୍ରିୟ ସଙ୍ଗୀତକାର ହିମେଶ ରେଶମିୟା ତାଙ୍କୁ ନିଜ ଫିଲ୍ମରେ ଗୀତ ଗାଇବାକୁ ସୁଯୋଗ ଦେଇ ତାଙ୍କ ଭାଗ୍ୟ ବଦଳାଇ ଦେଇଛନ୍ତି । ଫିଲ୍ମ ପାଇଁ ରାନୁ ଯେଉଁ ଗୀତ ରେକର୍ଡ କରିସାରିଛନ୍ତି ତାହା ଏବେ ସମସ୍ତଙ୍କ ଓଠରେ ।

ଇତିମଧ୍ୟରେ ଆଉ ଏକ ଖବର ମଧ୍ୟ ଲାଇମଲାଇଟରେ । ଯାହା ଶୁଣି ସମସ୍ତେ ପୁଣିଥରେ ଭାଇଜାନ ସଲମାନ ଖାନଙ୍କ ଦିୱାନା ହୋଇଯାଇଛନ୍ତି । ଆଜ୍ଞା ହଁ, ବେଘର ରାନୁଙ୍କୁ ମୁମ୍ବାଇରେ 55 ଲକ୍ଷର ଫ୍ଲାଟ ଉପହାର ସୂରପ ଦେଇଛନ୍ତି ସଲମାନ । ଶୁଣିବାକୁ ମିଳୁଛି ଯେ ସଲମାନଙ୍କୁ ରାନୁଙ୍କ କଣ୍ଠ ଏତେ ପସନ୍ଦ ଆସିଲା ଯେ ତାଙ୍କୁ ସାହାଯ୍ୟ କରିବାକୁ ଯାଇ ଏପରି କରିଛନ୍ତି ।

ଖାଲି ଏତିକି ନୁହେଁ ଏହାସହ ରାନୁଙ୍କୁ ନିଜର ଆଗାମୀ ଫିଲ୍ମ ‘ଦବଙ୍ଗ 3’ରେ ଗାଇବାକୁ ଅଫର ମଧ୍ୟ କରିଛନ୍ତି ଭାଇଜାନ । ପ୍ରକାଶ ଥାଉକି ପ୍ରଥମଥର ଏମିତି ହୋଇନାହିଁ ଯେ ସଲମାନ କାହାକୁ ସହଯୋଗ କରିଛନ୍ତି । ତାଙ୍କ ବିଶାଲ ହୃଦୟ ବିଷୟରେ କାହାକୁ ଅବା ଅଜଣା । ସେ ସବୁଦିନ ଜଣେ ଜଣେ ଅସହାୟତାଙ୍କୁ ସାହାଯ୍ୟ କରନ୍ତି ବୋଲି ଅନେକ ଚର୍ଚ୍ଚା ହୋଇସାରିଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.