ମୁମ୍ବାଇ: ଦବଙ୍ଗ ବୟ ସଲମାନ ଖାନ ନିଜର ବହୁ ଚର୍ଚ୍ଚିତ ଫିଲ୍ମ 'ଭାରତ'ର ପ୍ରମୋଶନରେ ଖୁବ୍ ବ୍ୟସ୍ତ ଅଛନ୍ତି । ଫିଲ୍ମଟି ଆସନ୍ତା 5 ତଥା ଇଦ ଅବସରରେ ରିଲିଜ ହେବାକୁ ଯାଉଛି । ଇତିମଧ୍ୟରେ ସଲମାନ ପିଏମ ମୋଦିଙ୍କ ପାଇଁ ନିଜ ବିଜି ସିଡ୍ୟୁଲରୁ ସମୟ ବାହାର କରିଛନ୍ତି । ସୋସିଆଲ ମିଡିଆରେ ସେ ପିଏମଙ୍କ ପାଇଁ ଏକ ପୋଷ୍ଟ ସେୟାର କରିଛନ୍ତି । ପୋଷ୍ଟରେ ସେ ପିଏମ ମୋଦିଙ୍କୁ ଦ୍ବିତୀୟଥର ବିଜୟ ହାସଲ କରିବା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।
ଯାହା ବର୍ତ୍ତମାନ ଖୁବ୍ ଭାଇରାଲ ହେବାରେ ଲାଗିଛି । ଅନ୍ୟପଟେ ସଲମାନଙ୍କ ଫ୍ୟାନ୍ସ ମଧ୍ୟ ଏହି ପୋଷ୍ଟରେ ପିଏମ ମୋଦିଙ୍କୁ ଶୁଭେଚ୍ଛା ଦେଇଥିବାର ନଜର ଆସୁଛନ୍ତି ।
ସଲମାନ ଲୋକସଭା ନିର୍ବାଚନଲ 2019ରେ ବିଜେପି ଏବଂ ପିଏମ ନରେନ୍ଦ୍ର ମୋଦିଙ୍କ ଐତିହାସକ ବିଜୟ ପରେ ପ୍ରଧାନମନ୍ତ୍ରୀ ଏବଂ ନୂଆ ଗଠିତ କ୍ୟାବିନେଟକୁ ଶୁଭକାମନା ଜଣାଇଛନ୍ତି ।
ସେ ଟ୍ବିଟ କରି ଲେଖିଛନ୍ତି, "ଆଦରଣୀୟ ପ୍ରଧାନମନ୍ତ୍ରୀ, ଆପଣଙ୍କ ଶାନଦାର ଟିମକୁ ଶୁଭେଚ୍ଛା ଏବଂ ଭାରତକୁ ମଜବୁତ କରିବା ପ୍ରୟାସ ପାଇଁ ପୁରା କ୍ୟାବିନେଟକୁ ଶୁଭକାମନା ।" ବର୍ତ୍ତମାନ ସଲମାନଙ୍କ ଏହି ଟ୍ବିଟର ଖୁବ୍ ପ୍ରଶଂସା କରାଯାଉଛି ।