ETV Bharat / sitara

ଫରାହଙ୍କ ବଡ ଖୁଲାସା, ଜ୍ୟାକି ଓ ସଲମାନ କରିପାରିବେନି ଡାନ୍ସ - dance

ବି-ଟାଉନରେ ଦୁଇ ଏମିତି ଲୋକପ୍ରିୟ ଅଭିନେତା ଅଛନ୍ତି । ଯିଏ କେବେ ଡାନ୍ସ କରିପାରିବେ ନାହିଁ ବୋଲି କହିଛନ୍ତି କୋରିଓଗ୍ରାଫର ଫରାହ ଖାନ । ସେ ଦୁଇ ଅଭିନେତା ଆଉ କେହି ନୁହେଁ ସେ ହେଲେ ସଲମାନ ଖାନ ଓ ଜ୍ଯାକି ଶ୍ରଫ ।

ଡିଜାଇନ ଫଟୋ
author img

By

Published : Mar 16, 2019, 3:15 PM IST

ମୁମ୍ବାଇ: 'ସୁପର ଡାନ୍ସର-3'ର ଏହି ୱିକଏଣ୍ଡ ଖାସ୍ ହେବାକୁ ଯାଉଛି । ମୁଖ୍ୟତଃ ଏଥିପାଇଁ କି ଏଥର ଶୋ ଥିମ ଗୁରୁ ଶିଷ୍ୟ ରଖାଯାଇଛି । ଗୁରୁ ଶିଷ୍ୟ ସମ୍ପର୍କକୁ ସମ୍ମାନ କରୁଥିବା ଏହି ଏପିସୋଡର ମୁଖ୍ୟ ଅତିଥି ରୂପେ ନଜର ଆସିବେ ପପୁଲାର କୋରିଓଗ୍ରାଫର ଫରାହ ଖାନ । ଫରାହ ଏହି ଶୋରେ ଜଜ୍ ରୂପେ ନଜର ଆସୁଥିବା ଗୀତର ମେଣ୍ଟର ମଧ୍ୟ ରହିସାରିଛନ୍ତି । ଏହି ଦୁଇଜଣ ଏକାଠି ଅନେକ ଶାନଦାର ଗୀତରେ ପରଫର୍ମ କରିସାରିଛନ୍ତି । ସେମିତି ଦେଖିବାକୁ ଗଲେ ବଲିଉଡରେ ମଧ୍ୟ ଏହି ଦୁଇଜଣ ଗୁରୁ ଶିଷ୍ୟା ନାମରେ ଫେମସ ।

ଶୋର ସୁଟିଂ ସମୟରେ ଫରାହ ଅନେକ ମଜାଦାର କଥା କହି ସମସ୍ତଙ୍କୁ ହସାଇଥିଲେ । ଯେତେବେଳେ ଅନୁରାଗ ବାସୁ, ଫରାହଙ୍କୁ ପ୍ରଶ୍ନ କରିଥିଲେ କି ବଲିଉଡ ଇଣ୍ଡଷ୍ଟ୍ରିରେ କେଉଁ ହିରୋକୁ ଡାନ୍ସ ଶିଖାଇବାରେ ସବୁଠାରୁ ଅଧିକ କଷ୍ଟ ଲାଗିଥାଏ । ଏହାର ଉତ୍ତରରେ ଫରାହ ଅଭିନେତା ଜ୍ୟାକି ଶ୍ରଫ, ଅନିଲ କପୁର, ପୂଜା ଭଟ୍ଟ ଓ ସଲମାନ ଖାନଙ୍କ ନାମ ନେଇଥିଲେ ।

ସେ କହିଥିଲେ କି ଜ୍ୟାକିଙ୍କୁ ଡାନ୍ସ ଶିଖାଇବା ସବୁଠାରୁ କଷ୍ଟଦାୟକ କାମ । ସେ କ୍ୟାରିୟର ଆରମ୍ଭ ସମୟରେ ଏକ ଫିଲ୍ମ କରୁଥିଲେ । କିନ୍ତୁ ତାଙ୍କ କ୍ୟାରିୟର ଆରମ୍ଭ ହେବା ପୂର୍ବରୁ ଶେଷ ହୋଇ ଯାଇଥାନ୍ତା ବୋଲି ତାଙ୍କୁ ଲାଗିଥିଲା । କାରଣ ତାଙ୍କୁ ଜ୍ୟାକି, ଅନିଲ ଓ ପୂଜାଙ୍କୁ ଡାନ୍ସ ଶିଖାଇବାର ଥିଲା । ସେହି ସମୟରେ ଜ୍ୟାକି ତାଙ୍କୁ କହିଥିଲେ, "ଦେଖ ଭିଡ଼ୁ, ଗୋଟିଏ ସମୟରେ ଲିପସିଙ୍ଗ କରିପାରିବି କିମ୍ବା ଷ୍ଟେପ୍ସ, ଏକାଠି ଦୁଇଟି କାମ କରିପାରିବି ନାହିଁ । "

ଜ୍ୟାକିଙ୍କ ବ୍ୟତୀତ ସଲମାନ ଖାନଙ୍କୁ ନେଇ ମଧ୍ୟ ବଡ ଖୁଲାସା କରିଛନ୍ତି ଫରାହ । ସେ କହିଛନ୍ତି କି ସଲମାନଙ୍କ କ୍ୟାରିୟର ଆରମ୍ଭର ସ୍କ୍ରିନ ଟେଷ୍ଟରେ ପରେ ତାଙ୍କୁ ଡାନ୍ସ ଶିଖାଇବାର ଥିଲା । ତାଙ୍କୁ ଡାନ୍ସ ଶିଖାଇବାର 4 ଘଣ୍ଟା ମଧ୍ୟରେ ସେ ସେଟ ଛାଡିକି ପଳାଇଥିଲେ ଏବଂ ବହୁତ କାନ୍ଦିଥିଲେ । ଏହାପରେ ସେ ଚିନ୍ତା କରିଥିଲେ କି ସଲମାନଙ୍କୁ କେହି ଡାନ୍ସ ଶିଖାଇ ପାରିବେ ନାହିଁ । ଯେତେବେଳେ ସେ ସେଟକୁ ଫେରିଥିଲେ, ତେବେ ଏହା ଜାଣି ସେ ଆଶ୍ଚର୍ଯ୍ୟ ହୋଇଥିଲେ କି ତାଙ୍କୁ ସଲମାନଙ୍କ ଫିଲ୍ମ 'ମେନେଂ ପ୍ୟାର କିୟା' ପାଇଁ ତାଙ୍କୁ ସାଇନ କରିନିଆ ଯାଇଥିଲା ।

15.03.2019
Radhakanta Mohanty,KendrapaDa(AVB)
Slug-Protest against liquor 
Anchor-କେନ୍ଦ୍ରାପଡା ଜିଲ୍ଲାରେ ଯୋର ଧରିଲା ମଦ ବିରୋଧୀ ଆନ୍ଦୋଳନ । ଆଜି କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ବାରିମୂଳ ପଞ୍ଚାୟତର ସମସ୍ତ ସ୍ବୟଂ ସହାୟକ ଗୋଷ୍ଠୀ ନାଗେଶ୍ବରପୁର ଠାରେ ଥିବା ମଦ ଦୋକାନ କୁ ବନ୍ଦ କରିବା ପାଇଁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦୀର୍ଘ ୧୦ ମାସ ହେବ ମହିଳା ମାନେ ଉକ୍ତ ମଦ ଦୋକାନକୁ ବିରୋଧ କରି ଆସୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ମହିଳାମାନଙ୍କ ଦାବିକୁ କର୍ଣ୍ଣପାତ କରିନଥିବା ବେଳେ ଗତ ତିନି ଦିନ ହେବ ସେହି ମଦ ଦୋକାନ ଖୋଲାହୋଇଛି । ଆଜି ମହିଳାମାନଙ୍କ ବିକ୍ଷୋଭ ପରେ ପ୍ରଶାସନ ଉକ୍ତ ସ୍ଥାନରୁ ମଦ ଦୋକାନ ବନ୍ଦକରିବା ପାଇଁ ପ୍ରତି ସୁତି ଦେଇଛି ତେବେ ଯଦି ମଦ ଦୋକାନ ବନ୍ଦ ନହୁଏ ତାହାଲେ ମହିଳା ଶକ୍ତିମାନଙ୍କ ଦ୍ବାରା ରାଜ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି କହିଛନ୍ତି ଜଣେ ମହିଳା ।
ବାଇଟ-ଧିରାମଣୀ ରାଉତ(ବିକ୍ଷୋଭକାରୀ)

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.