ETV Bharat / sitara

ICUରୁ ବାହାରିଲେ ସାଏରା ବାନୁ - ହୃତପିଣ୍ଡ ଜନିତ ସମସ୍ୟା

ଆଇସିୟୁରୁ ବାହାରିଛନ୍ତି ସାଏରା ବାନୁ । ତାଙ୍କର ହୃତପିଣ୍ଡ ଜନିତ ସମସ୍ୟା ଥିବାରୁ ଗତ ମାସ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଅଧିକ ପଢନ୍ତୁ...

ICUରୁ ବାହାରିଲେ ସାଇରା ବାନୁ
ICUରୁ ବାହାରିଲେ ସାଇରା ବାନୁ
author img

By

Published : Sep 5, 2021, 7:37 PM IST

ହାଇଦ୍ରାବାଦ: କିମ୍ବଦନ୍ତ୍ରୀ ଅଭିନେତ୍ରୀ ସାଇରା ବାନୁ ଅସୁସ୍ଥ ହୋଇ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କର ହୃତପିଣ୍ଡ ଜନିତ ସମସ୍ୟା ରହିଥିଲା । ତେବେ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ସେ ICUରୁ ବାହାରିଥିବା ଜଣାପଡ଼ିଛି । ଗତ କିଛି ଦିନ ତଳେ ସାଏରାଙ୍କ ସ୍ବାମୀ ତଥା ଲିଜେଣ୍ଡାରୀ ଆକ୍ଟର ଦିଲୀପ କୁମାରଙ୍କ ମୃତ୍ୟୁ ଘଟିଥିଲା ।

ସାଏରା ବାନୁଙ୍କୁ ବର୍ତ୍ତମାନ ୭୭ ବର୍ଷ ବୟସ ହୋଇଥିବା ବେଳେ ସ୍ବାମୀଙ୍କ ଦେହାନ୍ତ ପରେ ସେ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ଗତ ମାସରେ ଖାରରେ ଥିବା ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସାଏରାଙ୍କୁ ଚିକିତ୍ସା ଯୋଗାଉଥିବା ଡକ୍ଟର ଏସ ଗୋଖଲେଙ୍କ କହିବା ଅନୁସାରେ ତାଙ୍କ ହୃତପିଣ୍ଡର ବାମପଟ ଭେଣ୍ଟ୍ରିକଲ(ହୃତପିଣ୍ଡରେ ଥିବା ଖାଲିସ୍ଥାନ) କାମ କରିବା ବନ୍ଦ କରିଥିବାରୁ ତାଙ୍କ ହୃତପିଣ୍ଡ ଓ ଫୁସଫୁସ ପାଣି ଜମୁଥିଲା।

ତେବେ ତାଙ୍କୁ ଗତକାଲି ଆଇସିୟୁରୁ ବାହାର କରାଯାଇଛି । ତାଙ୍କ ସ୍ବାସ୍ଥ୍ୟବସ୍ଥା ଏପରି ସ୍ଥିର ରହିଲେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ ବୋଲି ଜଣାପଡିଛି । ଦିଲୀପଙ୍କ ମୃତ୍ୟୁ ପରେ ସାଏରା ଅବସାଦଗ୍ରସ୍ତ ଥିବା ଡାକ୍ତର କହିଥିଲେ । କିନ୍ତୁ ଅନ୍ୟ ଜଣେ ଡାକ୍ତର ନିତିନ ଗୋଖଲେ ଏହାକୁ ଖଣ୍ଡନ କରିଥିଲେ । ତାଙ୍କ ଡାଇବେଟିସ ନିୟନ୍ତ୍ରଣକୁ ଆସିବା ପରେ ସାଏରାଙ୍କ ଆଞ୍ଜିଓଗ୍ରାଫି(ହୃତପିଣ୍ଡର X-ray) କରାଯିବ ବୋଲି ଡକ୍ଟର ନିଖିଲ କହିଥିଲେ ।

ତେବେ ସୂଚନା ଥାଉ କି ସାଏରା ୧୯୬୦-୧୯୭୦ ମଧ୍ୟରେ ବଲିଉଡ଼ର ଶ୍ରେଷ୍ଠ ଅଭିନେତ୍ରୀ ଥିଲେ । ସେ ୧୯୬୧ ମସିହାରେ 'ଜଙ୍ଗଲୀ' ଫିଲ୍ମ ଜରିଆରେ ବଲିଉଡ଼ରେ ଡେବ୍ୟୁ କରିଥିଲେ । ସେ ଅନେକ ସମ୍ମାନଜନକ ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.