ମୁମ୍ବାଇ: ଆଜିକାଲି ସୋସିଆଲ ମିଡିଆରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ବେଶ ଆକ୍ଟିଭ ଅଛନ୍ତି । କଙ୍ଗନା ପ୍ରତ୍ୟେକ ପ୍ରସଙ୍ଗରେ ଟ୍ବିଟ୍ ଜାରି ରଖିଛନ୍ତି । ତାଙ୍କର ପ୍ରତ୍ୟେକ ଟ୍ବିଟ୍ ବହୁତ ଭାଇରାଲ୍ ମଧ୍ୟ ହେଉଛି ।
ନିକଟରେ କଙ୍ଗନା ଶିବସେନାଙ୍କୁ ଟାର୍ଗେଟ କରି ଏକ ଟୁଇଟ୍ କରିଛନ୍ତି ।
କଙ୍ଗନା ଦାବି କରିଛନ୍ତି ଯେ, ଅଧିକାଂଶ ଚଳଚ୍ଚିତ୍ର ଦେବଭୂମି ହିମାଚଳ ପ୍ରଦେଶରେ ସୁଟିଂ କରାଯାଉଛି । ସେ ବିଶ୍ବାସ କରନ୍ତି ଯେ, ମୁମ୍ବାଇ ଅପେକ୍ଷା ଅଧିକ ଶୁଟିଂ ବର୍ତ୍ତମାନ ହିମାଚଳରେ ପ୍ରଦେଶରେ ସୁଟିଂ କରାଯାଉଛି ।
କଙ୍ଗନା ଟ୍ବିଟରେ ଲେଖିଛନ୍ତି, "ବର୍ତ୍ତମାନ ହିମାଚଳ ପ୍ରଦେଶରେ ଅନେକ ଚଳଚ୍ଚିତ୍ରର ସୁଟିଂ କରାଯାଉଛି । ଦେବଭୂମି ସମସ୍ତ ଭାରତୀୟଙ୍କ ପାଇଁ ଏବଂ ଏଠାରେ କାମ କରି ବହୁ ଟଙ୍କା ରୋଜଗାର କରିପାରିବେ । ସେହି ବ୍ୟକ୍ତିଙ୍କୁ 'ହାରାମଖୋର' ଏବଂ 'ନମଖରାମ' କୁହାଯିବ ନାହିଁ । ଯଦି କେହି ଏହା କୁହନ୍ତି, ତେବେ ମୁଁ ତାଙ୍କୁ ଦୃଢ ଶବ୍ଦରେ ନିନ୍ଦା କରିବି । ମୁଁ ବଲିଉଡ ପରି ଶାନ୍ତ ରହିବି ନାହିଁ "।
ଯେତେବେଳେ ସୈଫ ତାଙ୍କ ଫିଲ୍ମ 'ଭୁତ ପୋଲିସ' ର ସୁଟିଂ ପାଇଁ ହିମାଚଳ ପହଞ୍ଚିଛନ୍ତି, ସେତେବେଳେ କଙ୍ଗନା ଏହି ଟୁଇଟ୍ ସେୟାର କରିଛନ୍ତି ।
ଏହି ଟ୍ବିଟରେ କଙ୍ଗନା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ 'ହାରାମଖୋର' ଏବଂ 'ନମଖରାମ' ଭଳି ଶବ୍ଦ କହି ଟାର୍ଗେଟ କରୁଛନ୍ତି ।
ପ୍ରକାଶ ଥାଉ ଯେ, ଯେତେବେଳେ କଙ୍ଗନା ମୁମ୍ବାଇକୁ ପାକ୍ ଅଧିକୃତ ଅଞ୍ଚଳ ବୋଲି କହିଥିଲେ, ସେତେବେଳେ ସଞ୍ଜୟ କଙ୍ଗନାଙ୍କ ପାଇଁ 'ହାରାମଖୋର' ଶବ୍ଦ ବ୍ୟବହାର କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ