ମୁମ୍ବାଇ: ଶନିବାର ବଲିଉଡ ଅଭିନେତା ସୈଫ ଅଲି ଖାନ, ଅର୍ଜୁନ କପୁର, ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଏବଂ ୟାମି ଗୌତମଙ୍କ ସମେତ 'ଭୂତ ପୋଲିସ୍'ର ପୁରା ଟିମ୍ ଫିଲ୍ମର ପ୍ରଥମ ସିଡ୍ୟୁଲ ସୁଟିଂ ପାଇଁ ଡାଲହୋଜି ଅଭିମୁଖେ ଯାତ୍ରା କରିଛନ୍ତି ।
ଚଳଚ୍ଚିତ୍ର ସମାଲୋଚକ ତରନ ଆଦର୍ଶ ତାଙ୍କ ଟ୍ବିଟର ହ୍ୟାଣ୍ଡେଲରେ ଏହି ସୂଚନା ସେୟାର କରିଛନ୍ତି ।
ଶନିବାର ତରନ ଟ୍ବିଟରରେ ଦୁଇଟି ଫଟୋ ସେୟାର କରି ଲେଖିଛନ୍ତି, "ଡାଲହୋଜି ପାଇଁ ସମସ୍ତେ ପ୍ରସ୍ତୁତ । ସୈଫ, ଅର୍ଜୁନ, ଜ୍ୟାକଲିନ ଏବଂ ୟାମିଙ୍କର-କମେଡି ଫିଲ୍ମ 'ଭୂତ ପୋଲିସ୍'ର ସୁଟିଂ ପାଇଁ ଡାଲହୋଜି ଅଭିମୁଖେ ଯାତ୍ରା । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଏବଂ ଫିଲ୍ମ ପବନ କ୍ରୃପଲାନୀ, ରମେଶ ତୌରାନୀ ଏବଂ ଅକ୍ଷୟ ପୁରୀଙ୍କ ଦ୍ବାରା ନିର୍ମିତ " ।
-
ALL SET FOR DALHOUSIE... #SaifAliKhan, #ArjunKapoor, #JacquelineFernandez and #YamiGautam leave for #Dalhousie for the shoot of horror-comedy #BhootPolice... Directed by Pavan Kirpalani... Produced by Ramesh Taurani and Akshai Puri. pic.twitter.com/kdpMXudW3J
— taran adarsh (@taran_adarsh) October 31, 2020 " class="align-text-top noRightClick twitterSection" data="
">ALL SET FOR DALHOUSIE... #SaifAliKhan, #ArjunKapoor, #JacquelineFernandez and #YamiGautam leave for #Dalhousie for the shoot of horror-comedy #BhootPolice... Directed by Pavan Kirpalani... Produced by Ramesh Taurani and Akshai Puri. pic.twitter.com/kdpMXudW3J
— taran adarsh (@taran_adarsh) October 31, 2020ALL SET FOR DALHOUSIE... #SaifAliKhan, #ArjunKapoor, #JacquelineFernandez and #YamiGautam leave for #Dalhousie for the shoot of horror-comedy #BhootPolice... Directed by Pavan Kirpalani... Produced by Ramesh Taurani and Akshai Puri. pic.twitter.com/kdpMXudW3J
— taran adarsh (@taran_adarsh) October 31, 2020
ଏହି ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ସୈଫ ଏବଂ ଅର୍ଜୁନଙ୍କୁ ଏକାଠି ପରଦାରେ ଦେଖିବାକୁ ମିଳିବ ।
ଆଗାମୀ ସମୟରେ, ଜ୍ୟାକଲିନ୍ ଫିଲ୍ମ 'ଆଟାକ୍' ଏବଂ 'କିକ୍ -2' ରେ ନଜର ଆସିବେ । ନିକଟରେ ଅଭିନେତ୍ରୀ ୟାମି ଫିଲ୍ମ 'ଗିନି ୱେଡ୍ସ ସନି'ରେ ନଜର ଆସିଥିଲେ ।
ଆଗାମୀ ସମୟରେ, ସୈଫ ଫିଲ୍ମ 'ଭୂତ ପୋଲିସ୍' ବ୍ୟତୀତ ଫିଲ୍ମ 'ଆଦିପୁରୁଷ'ରେ ମଧ୍ୟ ନଜର ଆସିବେ । ଅପରପକ୍ଷେ ଅର୍ଜୁନଙ୍କୁ ଫିଲ୍ମ 'ସନ୍ଦୀପ ଅର ପିଙ୍କି ଫରାର'ରେ ଦେଖିବାକୁ ମିଳିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ