ETV Bharat / sitara

ନେଟଫ୍ଲିକ୍ସରେ ତାଣ୍ଡବ କରିବେ ସୈଫ - ଛୋଟେ ନୱାବ ସୈଫ ଅଲ୍ଲୀ ଖାନ ଅଭିନୀତ ଲାଲ କପ୍ତାନ

ଏମାସ ଅକ୍ଟୋବରରେ ରିଲିଜ ହେବାକୁ ଯାଉଛି ସୈଫ ଅଲ୍ଲୀ ଖାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ଲାଲ କପ୍ତାନ । ଏହାସହ ସେ ପ୍ରସ୍ତୁତ ହୋଇସାରିଲେଣି ନିଜର ଆଗାମୀ ୱେବ ସିରିଜ ପାଇଁ । ନେଟଫ୍ଲିକ୍ସର ଅପକମିଂ ‘ତାଣ୍ଡବ’ରେ ଆସିବେ ନଜର ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୈଫ ଅଲ୍ଲୀ ଖାନ
author img

By

Published : Oct 12, 2019, 2:17 PM IST

ମୁମ୍ବାଇ: ବର୍ତ୍ତମାନ ଛୋଟେ ନୱାବ ସୈଫ ଅଲ୍ଲୀ ଖାନ ନିଜର ଅପକମିଂ ଫିଲ୍ମ ‘ଲାଲ କପ୍ତାନ’ ପ୍ରମୋଶନରେ ବ୍ୟସ୍ତ । ଏହି ଫିଲ୍ମ ଦେଖିବାକୁ ଫ୍ୟାନ୍ସ ବ୍ୟାକୁଳ । କାରଣ ପ୍ରଥମଥର ସୈଫ ଏମିତି ଏକ ଭୂମିକାରେ ନଜର ଆସିବେ । ଯାହା ସେ ପୂର୍ବରୁ କେବେ ମଧ୍ୟ କରିନାହାଁନ୍ତି । ଆଜ୍ଞା ହଁ, ସେ ‘ଲାଲ କପ୍ତାନ’ର ନାଗା ସାଧୁ ସାଜିଛନ୍ତି । ତାଙ୍କ ଚେହେରାରେ କ୍ରୋଧ ଫିଲ୍ମର ତିନୋଟି ଟ୍ରେଲରରେ ଦେଖିବାକୁ ମିଳିଥିଲା । ଫିଲ୍ମରେ ସେ ସାଧୁ ଅବତାରରେ ଶତ୍ରୁ ସଂହାର କରିବେ ।

‘ସାକ୍ରେଡ ଗେମ୍ସ’ ଜରିଆରେ ୱେବ ଦୁନିଆରେ ପଦାର୍ପଣ କରିଥିବା ସୈଫ ଆଉ ଏକ ୱେବ ସିରିଜରେ ଖୁବଶୀଘ୍ର ନଜର ଆସିବେ । ୱେବ ସିରିଜ ‘ତାଣ୍ଡବ’ରେ ତାଙ୍କ ତାଣ୍ଡବ ଦେଖିବାକୁ ମିଳିବ । ଏହି ସିରିଜଟି ଆମେରିକାନ ଫିଲ୍ମ ‘ଥ୍ରିଲର ହାଉସ ଅଫ କାର୍ଡସ’ କାହାଣୀକୁ ନେଇ ଆଧାରିତ ।

ନେଟଫ୍ଲିକ୍ସର ଏହି ସିରିଜ ଜଣେ ଡେମୋକ୍ରେଟ ରାଜନେତାଙ୍କ କାହାଣୀ। ଯିଏ ଆମେରିକାର ରାଷ୍ଟ୍ରପତି ସାଜୁଛନ୍ତି । କେଭିନ ସ୍ପେସୀ ଓ ରବିନ ରାଇଟ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ସୈଫ ନିକଟରେ ସିରିଜକୁ ନେଇ କହିଥିଲେ କି ଭାରତୀୟ ରାଜନୀତି ଉପରେ ଆଧାରିତ ତାଙ୍କ ଆଗାମୀ ସିରିଜ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିବ । ସିରିଜର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇବେ ନିର୍ଦ୍ଦେଶକ ଅଲ୍ଲୀ ଅବ୍ବାସ ଜଫର ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.