ମୁମ୍ବାଇ: କୋରୋନା ମହାମାରୀ ସମୟରେ ମେରିନ ଡ୍ରାଇଭର ମଜା ନେଉଥିବା ନଜର ଆସିଲେ ଛୋଟେ ନୱାବଙ୍କ ଫ୍ୟାମିଲି । ବଲିଉଡ ନୱାବ ସୈଫଅଲ୍ଲୀ ଖାନ, ବେଗମ କରିନା ଓ କୁନି ତୈମୁର ସହ ମୁମ୍ବାଇ ସମୁଦ୍ର ବେଳାଭୂମିରେ ବୁଲୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ପୋଲିସ ସେମାନଙ୍କୁ ଅଟକାଇବା ସହ ତୈମୁରକୁ ବାହାରକୁ ନବାହାର କରିବାକୁ କହୁଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ଏହି ଭିଡିଓରେ କୁନି ତୈମୁର ଡ୍ୟାଡ ସୈଫଙ୍କ କାନ୍ଧରେ ବସିଥିବାବେଳେ ପାଖରେ କରିନା ଛିଡା ହୋଇଛନ୍ତି । ଆଉ ସମୁଦ୍ର ବେଳାଭୂମିରେ ଠିଆ ହୋଇ କପୁର ଫ୍ୟାମିଲି ସୂର୍ଯ୍ୟାସ୍ତ ଦୃଶ୍ୟର ମଜା ନେଉଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲେ । ଆଉ ସୈଫ ଓ କରିନାଙ୍କୁ ଅଟକାଇ କୋଭିଡ ସମ୍ବନ୍ଧ ନିୟମ ଅନୁସାରେ, ବୟସ୍କ ଓ ଛୋଟ ପିଲାଙ୍କୁ ଘରୁ ବାହାରିବା ଉପରେ ପ୍ରତିବନ୍ଧକ ଲଗାଯାଇଥିବା କହୁଛନ୍ତି ।
ଯାହାକୁ ଶୁଣିବା ପରେ ସୈଫ ମଧ୍ୟ ପୋଲିସଙ୍କୁ ନିଜର ପ୍ରତିକ୍ରିୟା ଦେଉଥିବା ନଜର ଆସୁଛନ୍ତି । ଆଉ ଏହାର କିଛି ସମୟ ପରେ ସେମାନେ ସେଠାରୁ ଚାଲିଯାଉଛନ୍ତି ।