ETV Bharat / sitara

ଜୈସଲମେରରେ 'ଭୂତ ପୋଲିସ' ଟିମ

ଏବେ ସୈଫ ଅଲି ଖାନ, ଅର୍ଜୁନ କପୁର ଏବଂ ଅଭିନେତ୍ରୀ ୟାମି ଗୌତମ ଫିଲ୍ମ 'ଭୂତ ପୋଲିସ'ର ସୁଟିଂ ପାଇଁ ସ୍ବର୍ଣ୍ଣନଗରୀ ଜୈସଲମେରରେ ପହଞ୍ଚିଛନ୍ତି । ଅଧିକ ପଢନ୍ତୁ...

author img

By

Published : Jan 7, 2021, 9:10 PM IST

Saif Ali Khan, Arjun Kapoor and Yami Gautam arrive at Swarnagari, shooting for the film 'Bhoot Police'
ଜୈସଲମେରରେ ପହଞ୍ଚିଲେ 'ଭୁତ ପୋଲିସ'ର ପୁରା ଟିମ

ନୂଆଦିଲ୍ଲୀ: ଆଜି (ଗୁରୁବାର ଦିନ) ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ ଚାଟାର୍ଡ ​​ବିମାନ ଯୋଗେ ସ୍ବର୍ଣ୍ଣନଗରୀ ଜୈସଲମେରରେ ପହଞ୍ଚିଛନ୍ତି । ତାଙ୍କ ସହ ଅର୍ଜୁନ କପୁର ଏବଂ ଅଭିନେତ୍ରୀ ୟାମି ଗୌତମଙ୍କ ସମେତ ଫିଲ୍ମ 'ଭୁତ ପୋଲିସ' ସହିତ ଜଡିତ ପ୍ରାୟ 100 ଜଣିଆ ଟିମ୍ ଏଠାରେ ପହଞ୍ଚିଛନ୍ତି ।

ଏହି ଚଳଚ୍ଚିତ୍ରଟି ଜୈସଲମେରର ବିଭିନ୍ନ ସ୍ଥାନରେ ସୁଟିଂ କରାଯିବ ।

ବିମାନ ଭିତରୁ ସୈଫ ଏବଂ ଫିଲ୍ମର ଟିମ୍ ସହ ଅର୍ଜୁନ କପୁର ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି ।

'ଭୂତ ପୋଲିସ'ହେଉଛି ବଲିଉଡ କମେଡି ହରର ଚଳଚ୍ଚିତ୍ର ଯାହା ପବନ କ୍ରିପାଲାନୀଙ୍କ ନିର୍ଦ୍ଦେଶିତ । ଏହି ଚଳଚ୍ଚିତ୍ରରେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍ ଏବଂ ଜାଭେଦ୍ ଜାଫ୍ରି ମୁଖ୍ୟ ଭୂମିକାରେ ନଜର ଆସିବେ ବୋଲି କୁହାଯାଉଛି ।

କିଛି ଦିନ ପୂର୍ବରୁ ବଲିଉଡ ଅଭିନେତା ଅକ୍ଷୟ କୁମାର ତାଙ୍କର ଆଗାମୀ ଚଳଚ୍ଚିତ୍ର 'ବଚ୍ଚନ ପାଣ୍ଡେ'ଙ୍କ ପୁରା ଟିମ ସହିତ ଜୈସଲମେରରେ ପହଞ୍ଚିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.