ଡେଲହାଉସି: ବଲିଉଡ ତାରକା ସୈଫ ଅଲି ଖାନ, ଅର୍ଜୁନ କପୁର ଏବଂ ୟାମି ଗୌତମ ଚାମ୍ବା ରାଜକୁମାର ରାଜଭାଦୁ ଏବଂ ଡେଲହାଉସି ବିଧାୟକ ଆଶା କୁମାରୀଙ୍କୁ ଜନ୍ଦ୍ରିଘାଟ ପ୍ୟାଲେସରେ ଫିଲ୍ମ ଭୂତ ପୋଲିସର ସୁଟିଂ ସମୟରେ ଭେଟିଛନ୍ତି ।
![Bollywood stars meet MLA Dalhousie, Asha Kumari](https://etvbharatimages.akamaized.net/etvbharat/prod-images/hp-dal-01-during-the-shooting-of-the-film-bhoot-police-bollywood-stars-paid-a-courtesy-call-on-dalhousie-mla-asha-kumari-images-hpc10021_08112020073531_0811f_1604801131_378.jpg)
ଆଶା କୁମାରୀ ସମସ୍ତ ତାରକାଙ୍କୁ ସ୍ବାଗତ କରିବା ସହ ଚାମ୍ବାର ସଂସ୍କୃତି ନେଇ ଅବଗତ କରାଇଥିଲେ । ସୈଫ ମଧ୍ୟ ନବାବଙ୍କ ପରିବାରର ଅଟନ୍ତି ଏବଂ ସେ ଚାମ୍ବାର ସଂସ୍କୃତି ବିଷୟରେ ଜାଣିବାକୁ ବହୁତ ଆଗ୍ରହୀ ଥିଲେ ।
![Bollywood stars meet MLA Dalhousie, Asha Kumari](https://etvbharatimages.akamaized.net/etvbharat/prod-images/hp-dal-01-during-the-shooting-of-the-film-bhoot-police-bollywood-stars-paid-a-courtesy-call-on-dalhousie-mla-asha-kumari-images-hpc10021_08112020073531_0811f_1604801131_970.jpg)
ଷ୍ଟାରମାନେ ଆଶାଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ଜନ୍ଦ୍ରିଘାଟ ପ୍ୟାଲେସ ହେଉଛି ରାଜଭାଦୁ ଆଶା କୁମାରୀଙ୍କ ବାସଭବନ । ଏହି ରାଜପ୍ରାସାଦରେ ଅନେକ ବଡ ଚଳଚ୍ଚିତ୍ରର ସୁଟିଂ କରାଯାଇଛି ।
![Bollywood stars meet MLA Dalhousie, Asha Kumari](https://etvbharatimages.akamaized.net/etvbharat/prod-images/hp-dal-01-during-the-shooting-of-the-film-bhoot-police-bollywood-stars-paid-a-courtesy-call-on-dalhousie-mla-asha-kumari-images-hpc10021_08112020073531_0811f_1604801131_1090.jpg)
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ