ETV Bharat / sitara

'ସଡକ- ୨': ନୂଆ ପୋଷ୍ଟର ସହିତ ଫିଲ୍ମର ରିଲିଜ୍ ଡେଟ ଆଉଟ - 'ସଡକ- ୨'

ନୂଆ ପୋଷ୍ଟର ସହିତ ଫିଲ୍ମ 'ସଡକ- ୨' ର ରିଲିଜ୍ ତାରିଖ ଘୋଷଣା କରାଯାଇଛି । ଆଲିଆ ଭଟ୍ଟ ଫିଲ୍ମର ନୂଆ ପୋଷ୍ଟର ସୋସିଆଲ ମିଡିଆରେ ସେୟାର କରି ଫିଲ୍ମର ରିଲିଜ ତାରିଖ ବିଷୟରେ ସୂଚନା ଦେଇଥିଲେ । ଅଧିକ ପଢନ୍ତୁ...

sadak 2 will premiere on disney plus hotstar on august 28
'ସଡକ- ୨' : ନୂଆ ପୋଷ୍ଟର ସହିତ ଫିଲ୍ମର ରିଲିଜ୍ ଡେଟ ଆଉଟ
author img

By

Published : Aug 6, 2020, 7:38 PM IST

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ, ସଞ୍ଜୟ ଦତ୍ତ ଏବଂ ଆଦିତ୍ୟ ରୟ କପୁରଙ୍କ ଫିଲ୍ମ 'ସଡକ- ୨' ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସୁଥିଲା । କିନ୍ତୁ ବର୍ତ୍ତମାନ ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ସାମ୍ନାକୁ ଆସିଛି । ଏହି ଫିଲ୍ମ 28 ଅଗଷ୍ଟରେ ଡିସ୍ନି ପ୍ଲସ୍ ହଟ୍ ଷ୍ଟାରରେ ମୁକ୍ତିଲାଭ କରିବ ।

ଆଲିଆ, ଆଦିତ୍ୟ, ସଞ୍ଜୟ ଏବଂ ପୂଜା ଭଟ୍ଟ ଇନଷ୍ଟାଗ୍ରାମରେ ଫିଲ୍ମର ନୂଆ ପୋଷ୍ଟର ସେୟାର କରି ଫିଲ୍ମର ରିଲିଜ୍ ତାରିଖ ବିଷୟରେ ମଧ୍ୟ ସୂଚନା ଦେଇଥିଲେ ।

ଆଲିଆ ଭଟ୍ଟ ଟ୍ୱିଟ୍ କରି ଲେଖିଛନ୍ତି, 'ସଡକ- ୨', ପ୍ୟାର କି ରାହ, ଅଗଷ୍ଟ 28ରେ ଡିଜ୍ନି ପ୍ଲସ୍ ହଟ୍ ଷ୍ଟାରରେ ଷ୍ଟ୍ରିମିଂ ହେବ ।

ଏହି ପୋଷ୍ଟରରେ ସଞ୍ଜୟଙ୍କ ସହ ଆଲିଆ ଭଟ୍ଟ ଏବଂ ଆଦିତ୍ୟ ଗିତାର ଏବଂ ବ୍ୟାଗ ନେଇ ରାସ୍ତାରେ ଯାଉଥିବାର ନଜର ଆସିଛନ୍ତି ।

ଉଲ୍ଲେଖଥାଉ କି, ପୂର୍ବରୁ ଫିଲ୍ମର ଫାଷ୍ଟ ଲୁକ୍ ସେୟାର କରାଯାଇଥିଲା । ଯେଉଁଥିରେ କେଦାରନାଥ ପର୍ବତର ଫଟୋ ଦେଖିବାକୁ ମିଳିଥିଲା ।

ଫିଲ୍ମ 'ସଡକ- ୨' ପ୍ରଥମେ 10 ଜୁଲାଇରେ ମୁକ୍ତିଲାଭ କରିବାକୁ ଥିଲା ​​। କିନ୍ତୁ କରୋନାଭାଇରସ ହେତୁ ଫିଲ୍ମ ରିଲିଜ୍ ହୋଇପାରିଲା ନାହିଁ ।

ପ୍ରକାଶ ଥାଉ କି, 'ସଡକ- ୨' ଚଳଚ୍ଚିତ୍ରଟି 1991 ଚଳଚ୍ଚିତ୍ର 'ସଡକ'ର ସିକ୍ୱେଲ ଅଟେ । ଏହି ଫିଲ୍ମରେ ପୂଜା ଭଟ୍ଟ ଏବଂ ସଞ୍ଜୟ ଦତ୍ତ ନଜର ଆସିଥିବାବେଳେ 'ସଡକ- ୨' ରେ ଏହି ଯୋଡିଙ୍କୁ ମଧ୍ୟ ଏକ ବିଶେଷ ଭୂମିକାରେ ଦେଖିବାକୁ ମିଳିବ । ମୁଖ୍ୟ ଭୂମିକାରେ ଆଲିଆ ଭଟ୍ଟ ଏବଂ ଆଦିତ୍ୟ ରୟ କପୁର ନଜର ଆସିବେ ।

ଏହି ଚଳଚ୍ଚିତ୍ରଟି ଓଟିଟି ଡିସ୍ନି ପ୍ଲସ୍ ହଟ୍ ଷ୍ଟାରରେ ମୁକ୍ତିଲାଭ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.