ETV Bharat / sitara

ପୁଣି ପୁରୁଣା କେମେଷ୍ଟ୍ରି ନେଇ ଫେରିଲେ ସଞ୍ଜୟ-ପୂଜା, ଦେଖନ୍ତୁ ଭିଡିଓ

author img

By

Published : Aug 24, 2020, 8:15 PM IST

ରିଲିଜ ହୋଇଯାଇଛି ‘ସଡକ 2’ର ତୃତୀୟ ରୋମାଣ୍ଟିକ ଗୀତ । ଯେଉଁଥିରେ ଦେଖିବାକୁ ମିଳୁଛି ‘ସଡକ’ ଫିଲ୍ମର କିଛି ଝଲକ ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଦୀର୍ଘ ସମୟରୁ ଚର୍ଚ୍ଚାରେ ଥିବା ଫେମସ ନିର୍ମାତା ମହେଶ ଭଟ୍ଟଙ୍କ ଚର୍ଚ୍ଚିତ ଫିଲ୍ମ ‘ସଡକ 2’ର ଦୁଇଟି ରୋମାଣ୍ଟିକ ଗୀତ ଓ ଟ୍ରେଲର ରିଲିଜ ହୋଇସାରିଛି । ଆଉ ଏବେ ଫିଲ୍ମର ତୃତୀୟ ରୋମାଣ୍ଟିକ ଗୀତ ‘ଦିଲ କି ପୁରାନି ସଡକ’ ରିଲିଜ ହୋଇଯାଇଛି । ଯେଉଁଥିରେ ସଞ୍ଜୟ ଦତ୍ତ ଓ ପୂଜା ଭଟ୍ଟଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳୁଛି । ସେହିପରି ଗୀତଟିକୁ ଗାଇଛନ୍ତି ଲୋକପ୍ରିୟ ସିଙ୍ଗର କେକେ ।

ଗୀତରେ ସଞ୍ଜୟ ଓ ପୂଜାଙ୍କ ପୁରୁଣା ସ୍ମୃତି ଦେଖିବାକୁ ମିଳୁଛି । 1991ରେ ଆସିଥିବା ଏହି ଦୁଇ ଷ୍ଟାରଙ୍କ ସୁପରଡୁପର ହିଟ୍ ଫିଲ୍ମ ‘ସଡକ’ର କିଛି ଝଲକ ‘ଦିଲ କି ପୁରାନି ସଡକ’ରେ ପର୍ଯ୍ୟବେଶିତ କରାଯାଇଛି । ‘ସଡକ’ର ଏହା ସିକ୍ବେଲ ଫିଲ୍ମ ।

  • " class="align-text-top noRightClick twitterSection" data="">

ସେହିପରି ସଞ୍ଜୟ ଓ ପୂଜାଙ୍କ ବ୍ୟତୀତ ଫିଲ୍ମରେ ହ୍ୟାଣ୍ଡସମ ଆକ୍ଟର ଆଦିତ୍ୟ ରାୟ କପୁର ଓ ଆଲିୟା ଭଟ୍ଟ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବାର ଦେଖାଯିବେ । ପ୍ରକାଶ ଥାଉକି ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ଫିଲ୍ମ । କିନ୍ତୁ ନିକଟରେ ରିଲିଜ ହୋଇଥିବା ଫିଲ୍ମ ଟ୍ରେଲରକୁ ୟୁଟ୍ୟୁବରେ ଅଧିକା ଡିସଲାଇକ ମିଳିଥିଲା । ସ୍ବର୍ଗୀୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ କ୍ରୋଧିତ ଥିବା ଫ୍ୟାନ୍ସ ଏହି ଫିଲ୍ମ ଉପରେ ପରିବାରବାଦ ଅଭିଯୋଗ ଲାଇ ଫିଲ୍ମ ବ୍ୟାନ କରିବାକୁ ସୋସିଆଲ ମିଡିଆରେ ଦାବି କରିଆସୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.