ETV Bharat / sitara

Saare Bolo Bewafa Song Release: ଆସିଲା ବଚ୍ଚନ ପାଣ୍ଡେର ନୂଆ ଗୀତ - ଚଳଚ୍ଚିତ୍ର ବଚ୍ଚନ ପାଣ୍ଡେ

ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ବଚ୍ଚନ ପାଣ୍ଡେ ମାର୍ଚ୍ଚ 18ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ସୋମବାର (ମାର୍ଚ୍ଚ 7) ଚଳଚ୍ଚିତ୍ରର ଆଉ ଏକ ନୂଆ ଗୀତ ସାରେ ବୋଲୋ ବେୱାଫା ମୁକ୍ତିଲାଭ କରିଛି । ଅଧିକ ପଢନ୍ତୁ

ବଚ୍ଚନ ପାଣ୍ଡେର ନୂଆ ଗୀତ ରିଲିଜ
ବଚ୍ଚନ ପାଣ୍ଡେର ନୂଆ ଗୀତ ରିଲିଜ
author img

By

Published : Mar 7, 2022, 3:12 PM IST

ହାଇଦ୍ରାବାଦ: ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର 'ବଚ୍ଚନ ପାଣ୍ଡେ' ମାର୍ଚ୍ଚ 18ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ଫିଲ୍ମର ଟ୍ରେଲର ପୂର୍ବରୁ ହଇଚଇ ସୃଷ୍ଟି କରିସାରିଛି । ଫିଲ୍ମ ରିଲିଜ୍ ପୂର୍ବରୁ ମଧ୍ୟ ଦୁଇଟି ଗୀତ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିବା ବେଳେ ସୋମବାର (ମାର୍ଚ୍ଚ 7) ଆଉ ଏକ ନୂଆ ଗୀତ 'ସାରେ ବୋଲୋ ବେୱାଫା' ମୁକ୍ତିଲାଭ କରିଛି (Bachchhan Paandey Song Saare Bolo Bewafa) ।

  • " class="align-text-top noRightClick twitterSection" data="">

ଗୀତରେ ଅକ୍ଷୟ କୁମାରଙ୍କ ଦମଦାର ଅନ୍ଦାଜ ପୁଣି ଥରେ ଦେଖିବାକୁ ମିଳୁଛି । ଏହି ଗୀତରେ ଅକ୍ଷୟ କୁମାର, ଗାୟକ ବି ପ୍ରାକ ଏବଂ ଗୀତିକାର ଜାନୀଙ୍କ ଯୋଡି କମାଲ କରିଦେଇଛି । ଏହାପୂର୍ବରୁ ରୋମାଣ୍ଟିକ ଗୀତ 'ମେରୀ ଜାନ ମେରୀ' ଚଳଚ୍ଚିତ୍ରରେ ମୁକ୍ତିଲାଭ କରିଥିଲା । ଏଥିସହିତ ଫିଲ୍ମର ପ୍ରଥମ ଗୀତ 'ମାର ଖାଏଗା' ରିଲିଜ ହେବା ମାତ୍ରେ ହିଁ ହଇଚଇ ସୃଷ୍ଟି କରିଥିଲା । ହୋଲି (ମାର୍ଚ୍ଚ 18) ଅବସରରେ ଏହି ଫିଲ୍ମ ରିଲିଜ୍ ହେଉଛି ।

ଏହି ଫିଲ୍ମ ସାଜିଦ୍ ନାଦିଆୱାଲାଙ୍କ ଦ୍ବାରା ନିର୍ମିତ । ବାକି କାଷ୍ଟରେ ପଙ୍କଜ ତ୍ରିପାଠୀ, ସଞ୍ଜୟ ମିଶ୍ର, ପ୍ରତୀକ ବାବର ଏବଂ ଅଭିମନ୍ୟୁ ସିଂଙ୍କ ନାମ ରହିଛି । ଫିଲ୍ମ 'ବଚ୍ଚନ ପାଣ୍ଡେ' ହେଉଛି ତାମିଲ ଚଳଚ୍ଚିତ୍ର 'ଜିଗରଥଣ୍ଡା'ର ହିନ୍ଦୀ ରିମେକ୍ । ଏହି ଚଳଚ୍ଚିତ୍ରଟି ପ୍ରଥମେ 'ଡର୍ଟି କାର୍ନିଭାଲ୍' ନାମରେ କୋରିଆରେ ନିର୍ମିତ ହୋଇଥିଲା । ଏହା ପରେ ତାମିଲ ଭାଷାରେ 'ଜିଗାରଥଣ୍ଡା' ଏବଂ ତେଲୁଗୁ ଭାଷାରେ 'ଗଡଲାକୋଣ୍ଡା ଗଣେଶ' ମୁକ୍ତିଲାଭ କରିଥିଲା ।

ଏହା ବ୍ୟତୀତ ଅକ୍ଷୟଙ୍କୁ 'ରାକ୍ଷାବନ୍ଧନ୍', 'ପୃଥୀରାଜ', 'ଗୋର୍ଖା', 'ବଡେ ମିୟାଁ ଛୋଟେ ମିୟାଁ', 'ରାମ ସେତୁ', 'ମିଶନ୍ ସିଣ୍ଡ୍ରେଲା' ଭଳି ଅନେକ ବଡ଼ ଚଳଚ୍ଚିତ୍ରରେ ମଧ୍ୟ ଦେଖିବାକୁ ମିଳିବ । ଅକ୍ଷୟଙ୍କୁ ଶେଷ ଥର ପାଇଁ ସାରା ଅଲି ଖାନ ଏବଂ ଧନୁଷ ଷ୍ଟାରର 'ଅତରଙ୍ଗି'ରେ ଦେଖିବାକୁ ମିଳିଥିଲା ​​।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.