ହାଇଦ୍ରାବାଦ: ରେଖାଙ୍କଠୁ ଆରମ୍ଭ କରି ଶିଳ୍ପା ସେଟ୍ଟି ଯାଏଁ ସମସ୍ତେ ଛୁଇଁଥିଲେ ତାଙ୍କ ପାଦ । କମ ବୟସରୁ ନୃତ୍ୟପ୍ରତି ଆଗ୍ରହ ଓ ଚମତ୍କାର ପ୍ରଦର୍ଶନରେ ସମସ୍ତଙ୍କୁ କରିଥିଲେ ମୁଗ୍ଧ । ସୁପର ଡ୍ୟାନ୍ସର ଚ୍ୟାପ୍ଟର-3ର ସମସ୍ତଙ୍କଠୁ ସାନ ମାତ୍ର କଥାରେ କାମରେ ସମସ୍ତଙ୍କଠୁ ବଡ । ଶେଷରେ ସେ ଜିତିଲେ ସୁପର ଡ୍ୟାନ୍ସର ଚ୍ୟାପ୍ଟର-3ର ଟ୍ରଫି, ସେ ହେଉଛନ୍ତି କୋଲକାତାର ରୂପସା ବାଟବୈଲ ।
ଶୋ' ଆରମ୍ଭରୁ ହିଁ ରୂପସା ସମସ୍ତଙ୍କ ମନ କିଣି ନେଇଥିଲେ । ପ୍ରତି ଏପିସୋଡରେ କିଛି ନୂଆ କରି ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ତେବେ ସୁପର ଡ୍ୟାନ୍ସର ଚ୍ୟାପ୍ଟର-3 ଜିତିବା ପରେ ରୂପସାଙ୍କୁ ପୁରସ୍କାର ରାଶି ହିସାବରେ 15 ଲକ୍ଷ ଟଙ୍କା ମିଳିଛି । ଏହାସହ ସୋନୀ ଚ୍ୟାନେଲ ତରଫରୁ 5ଲକ୍ଷ ଟଙ୍କା ମିଳିଛି । ଏଥିପାଇଁ କାଫି ଖୁସ ଅଛନ୍ତି ରୂପସାଙ୍କ ସୁପରଗୁରୁ ନିଶାନ୍ତ ଭଟ୍ଟ । ରୂପସାଙ୍କ ବ୍ୟତୀତ ତେଜସ ବର୍ମା ହେଇଛନ୍ତି ରନର୍ସଅପ ।
ଶୋ'ରେ 5ଜଣ ଫାଇନାଲିଷ୍ଟ ଥିଲେ । ବାକି ତିନି ଗୌରବ ସରୱାନ, ସକ୍ଷମ ଶର୍ମା, ଜୟଶ୍ରୀ ଗୋଗଇଙ୍କୁ ମଧ୍ୟ 1 ଲକ୍ଷଟଙ୍କାର ପୁରସ୍କାର ରାଶି ଦିଆଯାଇଥିଲା । ଗ୍ରାଣ୍ଡ ଫିନାଲେରେ ଶେଷ ଥର ପାଇଁ ସବୁ ପ୍ରତିଯୋଗୀ ନିଜ ନିଜ ସୁପରଗୁରୁଙ୍କ ସହ ଡ୍ୟାନ୍ସ କରିଥିଲେ । ଏହାସହ ଶୋ'ର ଜଜ ଗୀତା କପୁର, ଅନୁରାଗ ବାସୁ, ଶିଳ୍ପା ସେଟ୍ଟି କୁନ୍ଦ୍ରା ମଧ୍ୟ ଡ୍ୟାନ୍ସ କରିଥିଲେ । ପ୍ରଥମ ଥର ଶିଳ୍ପା ଷ୍ଟେଜ ଉପରେ ଭାରତନାଟ୍ୟମ କରିଛନ୍ତି ।