ETV Bharat / sitara

ଟୀକାକରଣ ପାଇଁ ସଚେତନତା ବାର୍ତ୍ତା ବାଣ୍ଟିଲେ ‘RRR’ ଟିମ

author img

By

Published : May 7, 2021, 10:00 AM IST

Updated : May 7, 2021, 11:00 AM IST

ଭାଇରାଲ ହେଲା ‘RRR’ ଟିମର ନୂଆ ଭିଡିଓ । ଦେଶବାସୀଙ୍କୁ କୋରୋନା ନିୟମ ପାଳନ କରିବା ସହ ଟୀକାକରଣ କରିବାକୁ କହିଲେ ସେଲିବ୍ରିଟି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: କୋରୋନା ମହାମାରୀର ଦ୍ବିତୀୟ ଲହର କମିବାର ନାଁ ନେଉନାହିଁ । ଇତିମଧ୍ୟରେ ତୃତୀୟ ଲହରଙ୍କୁ ନେଇ ଚର୍ଚ୍ଚା । ଭୟଭୀତ ହୋଇଗଲେଣି ଦେଶବାସୀ । ଦେଶର ପରିସ୍ଥିତି ଅସମ୍ଭାଳ ଥିବା ବେଳେ ହସ୍ପିଟାଲରେ ବେଡ, ଅକ୍ସିଜେନ ଓ ମେଡିସିନର ଘୋର ଅଭାବ ଦେଖା ଦେଲାଣି । ହେଲେ ବାରମ୍ବାର ଲୋକଙ୍କୁ ସଚେତନା ବାର୍ତ୍ତା ବାଣ୍ଟୁଥିବାର ନଜର ଆସୁଛନ୍ତି କଳାକାରମାନେ । ଏହି କ୍ରମରେ ସାମିଲ ହୋଇଛନ୍ତି ଏସଏସ ରାଜାମୌଲୀଙ୍କ ବହୁପ୍ରତିକ୍ଷିତ ଫିଲ୍ମ ‘RRR’ର ପୁରା ଟିମ ।

‘RRR’ ଟିମ ସବୁ ପ୍ରୋଟୋକଲର ପାଳନ କରିବା, ଘରେ ସୁରକ୍ଷିତ ରହିବା ଏବଂ ଟୀକାକରଣ ପାଇଁ ସମସ୍ତଙ୍କୁ ଦେଇଛନ୍ତି ସଚେତନା ବାର୍ତ୍ତା । ଫିଲ୍ମର ଟ୍ବିଟରରେ ଏକ ଭିଡିଓ ସେୟାର କରାଯାଇଛି ।

ଯେଉଁଥିରେ ଆଲିୟା ଭଟ୍ଟ, ଅଜୟ ଦେବଗନ, ରାମ ଚରଣ, ଜୁନିୟର ଏନଟିଆର ଏବଂ ନିର୍ଦ୍ଦେଶକ ଏସଏସ ରାଜାମୌଲୀ ପ୍ରୋଟୋକଲର ପାଳନ କରିବା ବର୍ତ୍ତମାନ ସମୟରେ ସୁରକ୍ଷିତ ରହିବାର ମହତ୍ବ ବିଷୟରେ ବୁଝାଉଛନ୍ତି ।

Last Updated : May 7, 2021, 11:00 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.