ନୂଆଦିଲ୍ଲୀ: ସ୍ୱର୍ଗତ ଋଷି କପୁରଙ୍କ ଝିଅ ରିଦ୍ଧିମା କପୁର ସାହନି ପରିବାର ସହିତ ଏକ ସନ କିସଡ୍ ର ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ରିଦ୍ଧିମା କପୁରଙ୍କ ମା ନୀତୁ କପୁର, ଭାଇ ତଥା ଅଭିନେତା ରଣବୀର କପୁର ଏବଂ ତାଙ୍କ ଝିଅ ସମାରା ପୋଜ ଦେଉଥିବାର ନଜର ଆସିଥିଲେ । ଏହି ଫଟୋ ଫ୍ରେମରେ ସେମାନେ ସ୍ୱର୍ଗତ ଋଷି କପୁରଙ୍କୁ ବହୁତ ମନେପକାଉଛନ୍ତି ।
ଏହି ଫଟୋର କ୍ୟାପସନରେ ରିଦ୍ଧିମା ଏକ ହାର୍ଟ ପୋଷ୍ଟ କରିଥିଲେ ଏବଂ ଏହା ଏକ ପ୍ରିୟ ସ୍ମୃତି ବୋଲି କହିଥିଲେ । ଋଷି କପୁର କ୍ୟାନସର ସହ ସଂଗ୍ରାମ କରୁଥିବାବେଳେ 67 ବର୍ଷ ବୟସରେ ଏପ୍ରିଲ 30 ତାରିଖ ଦିନ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ରିଦ୍ଧିମା କପୁର ଲକଡାଉନ କାରଣରୁ ପିତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇପାରିନଥିଲେ ।
- " class="align-text-top noRightClick twitterSection" data="
">
ନିକଟରେ କପୁର ପରିବାର ଋଷି କପୁରଙ୍କ ପାଇଁ ଏକ ପ୍ରାର୍ଥନା ସଭା କରିଥିଲେ ଏବଂ ଏହି ପ୍ରର୍ଥନାସଭାର ଫଟୋ ସେମାନେ ସୋସିଆଲ ମିଡିଆରେ ସେୟାର କରିଥିଲେ ।
ଋଷି କପୁର ‘ଶର୍ମାଜୀ ନମକିନ’ ଫିଲ୍ମ ପାଇଁ ସୁଟିଂ କରିଥିଲେ । ନିର୍ମାତାମାନେ ଏହି ଫିଲ୍ମଟି ସଂପୂର୍ଣ୍ଣ କରିବା ପାଇଁ CGI ର ବ୍ୟବହାର କରି ଏହାକୁ ରିଲିଜ କରିବା ପାଇଁ ଯୋଜନା କରୁଥିବାର ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ