ମୁମ୍ବାଇ: ବିଶିଷ୍ଟ ଅଭିନେତା ଋଷି କପୁର ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହିଥାଆନ୍ତି । ସେ ପ୍ରାୟତଃ ସବୁ ପ୍ରସଙ୍ଗରେ ନିଜର ପକ୍ଷ ରଖୁଥିବାର ନଜର ଆସିଥାଆନ୍ତି । ନ୍ୟୁୟର୍କରେ ନିଜର ଚିକିତ୍ସା କରାଉଥିବା ଋଷି ନିକଟରେ ୱାର୍ଲ୍ଡ କପ 2019କୁ ନେଇ ଇଣ୍ଡିଆନ କ୍ରିକେଟ ଟିମ ପାଇଁ ଟ୍ବିଟ କରିଛନ୍ତି ।
-
Don’t take this picture as a reference point but why do most of our cricket players sport full facial hair(beards)? All Samson’s?(remember he had his strength in his hair) Surely they look smart and dashing without it. Just an observation! pic.twitter.com/QMLuQ0zikw
— Rishi Kapoor (@chintskap) April 16, 2019 " class="align-text-top noRightClick twitterSection" data="
">Don’t take this picture as a reference point but why do most of our cricket players sport full facial hair(beards)? All Samson’s?(remember he had his strength in his hair) Surely they look smart and dashing without it. Just an observation! pic.twitter.com/QMLuQ0zikw
— Rishi Kapoor (@chintskap) April 16, 2019Don’t take this picture as a reference point but why do most of our cricket players sport full facial hair(beards)? All Samson’s?(remember he had his strength in his hair) Surely they look smart and dashing without it. Just an observation! pic.twitter.com/QMLuQ0zikw
— Rishi Kapoor (@chintskap) April 16, 2019
କଥାଟି ହେଲା କି ୱାର୍ଲ୍ଡ କପ ପାଇଁ ଟିମ ଘୋଷଣା ପରେ ଋଷି ଖେଳାଳୀଙ୍କ ଦାଢିକୁ ନେଇ ମଜା କରୁଥିବାର ଦେଖାଯାଇଥିଲେ । ଋଷି ଟ୍ବିଟରରେ 15 ଜଣ ଖେଳାଳୀଙ୍କ ଫଟୋ ସେୟାର କରି ପ୍ରଶ୍ନ ପଚାରିଛନ୍ତି କି ଆମର ଅଧିକାଂଶ ଖେଳାଳୀ ସ୍ପୋର୍ଟସ ବିୟର୍ଡ କଣ ପାଇଁ ରଖୁଛନ୍ତି? ସେ ଯେଉଁ ଫଟୋ ସେୟାର କରିଛନ୍ତି, ସେଥିରେ ବିରାଟ କୋହଲୀ, ରୋହିତ ଶର୍ମା ଏବଂ ରବୀନ୍ଦ୍ର ଜାଡେଜା ଭଳି କ୍ରିକେଟରଙ୍କ ଫଟୋ ସାମିଲ ଅଛି ।
ଋଷି ଏହାକୁ ପୋଷ୍ଟ କରି ଲେଖିଛନ୍ତି, "ଏହି ଫଟୋକୁ ରେଫରେନ୍ସ ପଏଣ୍ଟ ରୂପେ ନିଅନ୍ତୁ ନାହିଁ, କିନ୍ତୁ ଆମର ଅଧିକାଂଶ ଖେଳାଳୀ ଦାଢି କଣ ପାଇଁ ରଖୁଛନ୍ତି? ସମସ୍ତେ ସ୍ୟାମସନ? ( ମନେ ଅଛି ତାଙ୍କ କେଶରେ କେତେ ଶକ୍ତି ଥିଲା) ନିଶ୍ଚିତ ରୂପେ କ୍ରିକେଟର ଏହା ବିନା ମଧ୍ୟ ସ୍ମାର୍ଟ ଏବଂ ହ୍ୟାଣ୍ଡସମ ଦେଖାଯାଆନ୍ତି । just an observation!"
ପ୍ରକାଶ ଥାଉକି ଦୀର୍ଘ ସମୟରୁ ଋଷି ନିଜ ଚିକିତ୍ସା ପାଇଁ ନ୍ୟୁୟର୍କରେ ଅଛନ୍ତି । ତାଙ୍କ ସହ ପତ୍ନୀ ଅର୍ଥାତ୍ ଅଭିନେତ୍ରୀ ନୀତୁ କପୁର ମଧ୍ୟ ଅଛନ୍ତି । ପ୍ରାୟତଃ ତାଙ୍କ ନ୍ୟୁୟର୍କ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ ।