ETV Bharat / sitara

‘କଳାକାରଙ୍କୁ ଅଣଦେଖା କରୁଛନ୍ତି ସରକାର’

author img

By

Published : Nov 19, 2019, 8:47 PM IST

ଏଥର କୌଣସି ମିଡିଆ ଉପରେ ନୁହେଁ ବରଂ ସରକାରଙ୍କ ଉପରେ ଖପ୍ପା ନଜର ଆସୁଛନ୍ତି ଅଭିନେତା ରିଷି କପୁର । କଳାକାରଙ୍କ ପ୍ରତି ସରକାର ଖରାପ ବ୍ୟବହାର ଦେଖାଉଥିବା କହିଛନ୍ତି ରିଷି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଋଷି କପୁର ଫ୍ୟାନକ୍ଲବ

ମୁମ୍ବାଇ: ଅଭିନେତା ରିଷି କପୁର ନିଜର ଆଗାମୀ ଫିଲ୍ମ ‘ଦ ବଡି’କୁ ନେଇ ଚର୍ଚ୍ଚାରେ । ଦୀର୍ଘ ସମୟ ପରେ ସେ ପରଦାକୁ ଫେରିବାକୁ ଯାଉଛନ୍ତି । ପ୍ରଥମଥର ରିଷି ପପୁଲାର ଅଭିନେତା ଇମରାନ ହାସମୀଙ୍କ ସହ କାମ କରୁଥିବାର ନଜର ଆସିବେ । ସବୁବେଳେ ବିବାଦୀୟ ବୟାନ ପାଇଁ ଆଲୋଚନାର ଶିକାର ହେଉଥିବା ରିଷି ଇତିମଧ୍ୟରେ ଆଉ ଏକ ବୟାନ ଦେଇ ଚର୍ଚ୍ଚାରେ ଆସିଛନ୍ତି ।

ତାଙ୍କ ଅନୁଯାୟୀ ଭାରତ କଳାକାରଙ୍କୁ ଦେଶରେ ସେମିତି ସମ୍ମାନ ମିଳୁ ନାହିଁ, ଯେମିତି ବିଦେଶରେ ମିଳୁଛି । ଏହି କାମ ପାଇଁ ସେ ସରକାରଙ୍କୁ ଦାୟୀ କରିଛନ୍ତି । କଳାକାର ସମଗ୍ର ବିଶ୍ବରେ କଳା ଏବଂ ସଙ୍ଗୀତ ପାଇଁ ଲୋକପ୍ରିୟ । କିନ୍ତୁ ଦେଶର ସରକାର ଆମ ମାନଙ୍କୁ ସେହି ସମ୍ମାନ ଦେଉନାହାଁନ୍ତି ଯାହା ଆମକୁ ମିଳିବା ଦରକାର ।

ଏକ ସାକ୍ଷାତକାରରେ ରିଷି କହିଥିଲେ ଯେ ‘ଏହି କଥାରେ ସେ ବହୁତ ଦୁଃଖି କି ଆମ ସରକାର କଳାକାର ସହ କିପରି ବ୍ୟବହାର କରୁଛନ୍ତି । ଆମେ ଏମିତି ଏକ ଦେଶରେ ଅଛୁ, ଯିଏ ବିଶ୍ବରେ ନିଜ ସିନେମା, ସଙ୍ଗୀତ ଏବଂ ସଂସ୍କୃତି ପାଇଁ ଜଣାଶୁଣା । କିନ୍ତୁ ଦେଖନ୍ତୁ ଆମ ବିଶିଷ୍ଟ କଳାକାରଙ୍କ ସହ କିପରି ବ୍ୟବହାର କରାଯାଉଛି । କଣ ଆମ ସରକାର ସେହିପରି କଳକାରଙ୍କୁ ସମ୍ମାନ ଦେଉଛନ୍ତି, ଯେମିତି ବିଦେଶରେ ଦିଆଯାଉଛି ? ଦେଶର ରାସ୍ତା, ଫ୍ଲାଇଓଭର ଏବଂ ଏୟାରପୋର୍ଟର ନାମ ରାଜନେତାଙ୍କ ନାମରେ ରଖାଯାଉଛି । ଏହି ସବୁ ସ୍ଥାନର ନାମ କଳାକାରଙ୍କ ନାମରେ କାହିଁକି ରଖାଯାଉନାହିଁ ?

ଆପଣ କଣ ମନୋରଞ୍ଜନ ଜଗତରେ ଆମର ରାଜ କପୁର ଓ ପୃଥ୍ବୀରାଜ କପୁରଙ୍କ ଯୋଗଦାନକୁ ଅଣଦେଖା କରିପାରିବେ । ତାଙ୍କର ସମ୍ମାନ ପୁରା ବିଶ୍ବରେ ହେଉଛି କିନ୍ତୁ ନିଜ ଦେଶରେ ନୁହେଁ,’ ଏମିତି କାହିଁକି ବୋଲି ପ୍ରଶ୍ନ କରିଥିଲେ ଋଷି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.