ETV Bharat / sitara

ପୁଣି ମିଡିଆ ଉପରେ ରାଗିଲେ ଋଷି କପୁର

author img

By

Published : Oct 29, 2019, 3:09 PM IST

ପୁଣି ସୋସିଆଲ ମିଡିଆରେ ଦେଖିବାକୁ ମିଳିଲା ଋଷିଙ୍କ ରାଗ ଭରା ଅନ୍ଦାଜ । ଏଥର ସେ ମିଡିଆ ଫଟୋଗ୍ରାଫର୍ସଙ୍କୁ ଗାଳି କରିଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଋଷି କପୁର ଫ୍ୟାନକ୍ଲବ

ମୁମ୍ବାଇ: ନିକଟରେ ବିଶିଷ୍ଟ ଅଭିନେତା ଋଷି କପୁର ଭାରତକୁ ଫେରିଛନ୍ତି । ସେ ନିଜ କ୍ୟାନ୍ସର ଚିକିତ୍ସା ପାଖାପାଖି 9 ମାସ ନ୍ୟୁୟର୍କରେ କରି ସୁସ୍ଥ ହୋଇ ଘରକୁ ଆସିଛନ୍ତି । ଋଷି ସବୁବେଳେ ନିଜ ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ଆସନ୍ତି । ସେ ପ୍ରାୟତଃ ମିଡିଆ ଲୋକଙ୍କ ଉପରେ ରାଗୁଥିବାର ନଜର ମଧ୍ୟ ଆସି ସାରିଛନ୍ତି । ତାଙ୍କ ଏହି ଗୁଣି ଦୀପାବଳି ଅବସରରେ ପୁଣି ଦେଖିବାକୁ ମିଳିଥିଲା ।

ଆଜ୍ଞା ହଁ, ସେ ନିର୍ମାତା ଏକତା କପୁରଙ୍କ ଦୀପାବଳି ପାର୍ଟିରେ ଯୋଗ ଦେବାକୁ ଯାଇଥିଲେ । ଆଉ ସେହିଠାରେ ସେ ମିଡିଆ କ୍ୟାମେରାମ୍ୟାନଙ୍କ ଉପରେ ଖୁବ୍ ରାଗି ଅନେକ କଥା ଶୁଣାଇଦେଇଥିଲେ । ଯାହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ ପାର୍ଟିରେ ଫଟୋଗ୍ରାଫର୍ସ ଋଷିଙ୍କୁ କ୍ୟାମେରାରେ କଏଦ କରିବାକୁ ଚେଷ୍ଟା କରୁଥିଲେ । ଆଉ ସେହି ସମୟରେ ଫଟୋଗ୍ରାଫର୍ସଙ୍କ ହୋହାଲ୍ଲାରେ କ୍ରୋଧିତ ହୋଇ ଉଠିଥିଲେ ଋଷି । ରାଗରେ ମିଡିଆକୁ ପାଟି ବନ୍ଦ କରିବାକୁ ମଧ୍ୟ କହିଥିଲେ ।

ସେ କହିଥିଲେ ଯେ ଏତେ ପାଟିତୁଣ୍ଡ କରନାହିଁ । ଆମକୁ ଆମ ସମ୍ମାନ ବଞ୍ଚାଇବାର ଅଛି । ଲୋକଙ୍କୁ ଏହା ଜଣାନପୁଡୁ ଯେ ଆମେ ଏତେ ଧୁମଧାମରେ ସେଲିବ୍ରେଶନ କରୁଛୁ । ଫଟୋ ଉଠାଇ ଯାହା କରିବାର ଅଛି କର କିନ୍ତୁ ଶାନ୍ତିରେ କାମ କର । ଆପଣଙ୍କୁ ସବୁବେଳେ ଚିତ୍କାର କରୁଥିବାର ଦେଖିବାକୁ ପାଉଛି । ଏଠାକୁ ଦେଖ, ପ୍ଲିଜ ଏମିତି କରନାହିଁ । ଏପରି କହିବା ବନ୍ଦ କର ବୋଲି ଭିଡିଓରେ କହିଛନ୍ତି ଋଷି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.