ମୁମ୍ବାଇ: ହଲିଉଡ ତାରକା ରିହାନା ମଙ୍ଗଳବାର ଦିନ ଟ୍ବିଟ୍ କରି ଚାଷୀ ଆନ୍ଦୋଳନକୁ ସମର୍ଥନ କରି ପଚାରିଛନ୍ତି, ଆମେ କାହିଁକି ଏ ବିଷୟରେ କଥାବାର୍ତ୍ତା କରୁନାହୁଁ?
-
why aren’t we talking about this?! #FarmersProtest https://t.co/obmIlXhK9S
— Rihanna (@rihanna) February 2, 2021 " class="align-text-top noRightClick twitterSection" data="
">why aren’t we talking about this?! #FarmersProtest https://t.co/obmIlXhK9S
— Rihanna (@rihanna) February 2, 2021why aren’t we talking about this?! #FarmersProtest https://t.co/obmIlXhK9S
— Rihanna (@rihanna) February 2, 2021
ପପ୍ ଗାୟିକା ତଥା ହଲିଉଡ ଅଭିନେତ୍ରୀ ରିହାନାଙ୍କ ଟ୍ବିଟରରେ 100 ମିଲିୟନରୁ ଅଧିକ ଫର୍ଲୋୟସ ଅଛନ୍ତି । ସେ 'ପିଲ୍ଜ ଡୋଣ୍ଟ ଷ୍ଟପ ଦ ମ୍ୟୁଜିକ', 'ଆଇ ଲଙ ୟୁ ଦ ଓ୍ବେ ୟୁ ଲାୟେ', 'ଅମ୍ବେରେଲା' ଗୀତ ପାଇଁ ବେଶ୍ ଜଣାଶୁଣା । ତାଙ୍କୁ 'ବ୍ୟାଟେଲସିପ୍' ଏବଂ 'ଅସେନ' ଭଳି ଅନେକ ହଲିଉଡ ଚଳଚ୍ଚିତ୍ରରେ ମଧ୍ୟ ଦେଖିବାକୁ ମିଳିଛି ।
ମଙ୍ଗଳବାର ରାତି 10 ଟା ସୁଦ୍ଧା ତାଙ୍କ ଟ୍ବିଟରେ 28.8 ହଜାର ରିଟ୍ବିଟ, ଏବଂ 63.6 ହଜାର ଲାଇକ ମିଳିଛି । ବହୁ ୟୁର୍ଜସ ତାଙ୍କ ବୟାନକୁ ସମର୍ଥନ କରିଛନ୍ତି ।
ଏହି ସମୟରେ, କୃଷକମାନେ କହିଛନ୍ତି, "ରିହାନା ଜୀଙ୍କୁ ତାଙ୍କ ସମର୍ଥନ ପାଇଁ ଆମେ କୃତଜ୍ଞ, ଯଦିଓ ଆମେ ଜାଣିନାହୁଁ, ଆମର ଯୁବକମାନେ ବର୍ତ୍ତମାନ ଟ୍ବଟ୍ ଦେଖାଇଛନ୍ତି ଏବଂ ସେ କିଏ ବୋଲି ଆମକୁ ଜଣାଇଛନ୍ତି । ଆମ ସ୍ବରକୁ ସମର୍ଥନ କରିଥିବାରୁ କୃଷକମାନେ ରିହାନାଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛନ୍ତି ।
ଭାରତରେ ଚାଷୀ ଆନ୍ଦୋଳନ ସମଗ୍ର ବିଶ୍ବରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି ।
ଏହାପୂର୍ବରୁ ହଲିଉଡ ଅଭିନେତା ଜନ୍ କୁସାକ ମଧ୍ୟ କୃଷକଙ୍କ ସହ ଏକତା କରି ଏକାଧିକ ଥର ଟ୍ବିଟ କରିଥିଲେ ।