ETV Bharat / sitara

ଋଷିଙ୍କ ପାଇଁ ଭାବବିହ୍ବଳ ପୋଷ୍ଟ କଲେ ରିଦ୍ଧିମା - photo

ନ୍ୟୁୟର୍କରେ ଚିକିତ୍ସିତ ହେଇଥିବା ପିତା ଋଷି କପୁରଙ୍କୁ ଭେଟିଛନ୍ତି ଝିଅ ରିଦ୍ଧିମା । ଅନ୍ୟପଟେ ସୋସିଆଲ ମିଡିଆରେ ଫଟୋ ସେୟାର କରି ଦୁଃଖ ଭୁଲିଯିବାକୁ କହିଛନ୍ତି ପିତାଙ୍କୁ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ରିଦ୍ଧିମା
author img

By

Published : Jun 20, 2019, 9:59 PM IST

ମୁମ୍ବାଇ: ଦିଗଜ ଅଭିନେତା ଋଷି କପୁର ପାଖାପାଖି 8 ମାସ ହେଲାଣି ନ୍ୟୁୟର୍କରେ କ୍ୟାନ୍ସର ଚିକିତ୍ସା କରାଉଛନ୍ତି । ବର୍ତ୍ତମାନ ସେ ଏହି ରୋଗରୁ ମୁକ୍ତ ହୋଇସାରିଛନ୍ତି । କିନ୍ତୁ ପୁରା ରୂପେ ଫିଟ ହେବା ପାଇଁ ତାଙ୍କୁ ଆଉ କିଛି ସମୟର ଆବଶ୍ୟକ ଅଛି । ଏହି 8 ମାସ ମଧ୍ୟରେ ଅନେକ କଳକାର ଏବଂ ସମ୍ପର୍କୀୟ ତାଙ୍କୁ ସାକ୍ଷାତ କରିବା ପାଇଁ ନ୍ୟୁୟର୍କର ଯାତ୍ରା କରିସାରିଛନ୍ତି ।

ଇତିମଧ୍ୟରେ ଋଷିଙ୍କ ଝିଅ ରିଦ୍ଧିମା ସାହନୀ ନିଜ ଝିଅ ସମାୟରାଙ୍କ ସହ ପିତାଙ୍କୁ ସାକ୍ଷାତ କରିବା ପାଇଁ ନ୍ୟୁୟର୍କରେ ପହଞ୍ଚିଛନ୍ତି । ଏହାସହ ସେ ପିତାଙ୍କ ପାଇଁ ଇନଷ୍ଟାଗ୍ରାମରେ ଏକ ଇମୋଶନାଲ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି ।

ରିଦ୍ଧିମା ନିଜ ପିତା-ମାତାଙ୍କ ସହ ନିଜର ଏକ ଫଟୋ ସେୟାର କରିଛନ୍ତି । ଏହାର କ୍ୟାପସନରେ ଲେଖିଛନ୍ତି "ଫ୍ୟାମଜ୍ୟାମ । ନ୍ୟୁୟର୍କ ଡାଏରୀ, କେବଳ ଖୁସିର ଦିନ, ଏବେ ପଛକୁ ବୁଲୁ ଦେଖନାହିଁ ।"

ପ୍ରକାଶ ଥାଉକି ଋଷିଙ୍କୁ ସାକ୍ଷାତ କରିବା ପାଇଁ ଅଭିନେତା ଶାହରୁଖ ଖାନ, ଆମୀର ଖାନ, ପ୍ରିୟଙ୍କା ଚୋପ୍ରା, ଦୀପିକା ପାଦୁକୋନ ଓ ଅନୁପମ ଖେର ନ୍ୟୁୟର୍କର ଯାତ୍ରା କରିସାରିଛନ୍ତି । ଗତ ମାସରେ ତାଙ୍କ ଭାଇ ଅର୍ଥାତ୍ ଅଭିନେତା ରଣଧୀର କପୁର କହିଥିଲେ କି ଋଷି ଆଉ କିଛି ମାସ ପରେ ଭାରତ ଫେରିବେ । ଖବର ଅନୁଯାୟୀ ଏବେ ସେ କ୍ୟାନ୍ସର ମୁକ୍ତ ଅଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.