ମୁମ୍ବାଇ: ଗତ ଏପ୍ରିଲ 30ରେ ଦୁନିଆକୁ ଅଲବିଦା କହିଥିଲେ ଲୋକପ୍ରିୟ ଅଭିନେତା ରିଷି କପୁର। ଦୀର୍ଘ ସମୟରୁ କ୍ୟାନ୍ସରରେ ପୀଡିତ ଥିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଦୁଇମାସରୁ ଅଧିକ ଦିନ ବିତିଗଲାଣି ତାଙ୍କ ମୃତ୍ୟୁକୁ । ହେଲେ ତାଙ୍କ ପରିବାର ଏବଂ ଫ୍ୟାନ୍ସ ପ୍ରାୟତଃ ସୋସିଆଲ ମିଡିଆରେ ତାଙ୍କୁ ମନେ ପକାଉଥିବାର ନଜର ଆସୁଛନ୍ତି। ଇତିମଧ୍ୟରେ ତାଙ୍କ ଲାଡଲୀ ରିଦ୍ଧିମା କପୁର ପୁଣି ପିତାଙ୍କ ପାଇଁ ସୋସିଆଲ ମିଡିଆରେ ଖାସ୍ ପୋଷ୍ଟ କରିଛନ୍ତି ।
ଏଥର ସେ ରିଷିଙ୍କ ପିଲାବେଳର ଏକ ଫଟୋ ଇନଷ୍ଟାଗ୍ରାମ ଷ୍ଟୋରିରେ ସେୟାର କରିଛନ୍ତି। ଯେଉଁଥିରେ ରିଷିଙ୍କ କ୍ୟୁଟ ଅବତାର ଦେଖିବାକୁ ମିଳୁଛି। ସେହିପରି ଫଟୋଟିରେ ଜଣେ ବ୍ୟକ୍ତି ଆଉ ଜଣେ ଝିଅ ଏକାଠି କୋଲ୍ଡ ଡ୍ରିଙ୍କ ପିଉଥିବାର ଦେଖାଯାଉଛନ୍ତି । ଆଉ ମଜାଦାର କଥା ହେଲା ଯେ ସେହି ଦୁଇଜଣଙ୍କ ମଝିରେ ରିଷି ଫସି ଯାଇଛନ୍ତି।
ଫଟୋର କ୍ୟାପସନରେ ରିଦ୍ଧିମା ଲେଖିଛନ୍ତି, ‘ଏଯାବତର ସବୁଠୁ କ୍ୟୁଟ ଫଟୋ।’ ବର୍ତ୍ତମାନ ଏହି ଫଟୋ ସୋସିଆଲ ମିଡିଆରେ ଛାଇଯାଇଛି । ଆପଣ ବି ଦେଖନ୍ତୁ ଫଟୋ...