ମୁମ୍ବାଇ: ବଲିଉଡରେ ପ୍ରାୟତଃ ଷ୍ଟାର୍ସ ଷ୍ଟାର୍ସଙ୍କ ମଧ୍ୟରେ ପ୍ରେମ ହୋଇ ବିବାହ ଖବର ପର୍ଯ୍ୟନ୍ତ ପହଞ୍ଚୁଛି । ଏଥର ଏହି କ୍ରମରେ ଏକ ନୂଆ ଯୋଡିଙ୍କ ନାମ ସାମିଲ ହୋଇଛି । ଆଜ୍ଞା ହଁ, ଏଠାରେ ଆମେ କଥା ହେଉଛୁ ସେକ୍ସୀ ଅଭିନେତ୍ରୀ ରିଚା ଚଡ୍ଡା ଓ ଅଲ୍ଲୀ ଫୈଜଲଙ୍କ ବିଷୟରେ । ପାଖାପାଖି ଦୁଇ ବର୍ଷ ଅଲ୍ଲୀଙ୍କୁ ଡେଟ କରିଆସୁଥିବା ରିଚା ବର୍ତ୍ତମାନ ବିବାହର ପ୍ଲାନିଂ କଥା ସେୟାର କରିଛନ୍ତି ।
ଏକ ସାକ୍ଷାତକାରରେ ଯେବେ ଅଲ୍ଲୀଙ୍କ ସହ ବିବାହ ପ୍ରଶ୍ନ କରାଯାଇଥିଲା ତେବେ ରିଚା କହିଥିଲେ କି ତାଙ୍କ ବିବାହ ପାଇଁ ପୁରା ପ୍ରଡକ୍ସନ ଟିମର ଆବଶ୍ୟକ ଅଛି । ଅଲ୍ଲୀ ଏବଂ ତାଙ୍କ ପ୍ରଡକ୍ସନ ଟିମକୁ ଏକାଠି ଆସିବାକୁ ହେବ । କାରଣ ଆଜିକାଲି ସେ ଓ ଅଲ୍ଲୀ ଖୁବ୍ ବ୍ୟସ୍ତ ଅଛନ୍ତି ।
ଅଲ୍ଲୀଙ୍କୁ ନିଜ ପାଇଁ ପାଞ୍ଚ ଦିନ ମଧ୍ୟ ଠିକରେ ମିୁଳୁନାହିଁ । ଏମିତି ନୁହେଁ କି ଦୁଇଜଣ କମେଣ୍ଟମେଣ୍ଟକୁ ଡରୁଛନ୍ତି । ବ୍ୟସ୍ତ ଥିବାରୁ ବିବାହ କରିପାରୁନାହାଁନ୍ତି । ଦୁଇଜଣ ପରସ୍ପରକୁ ସାକ୍ଷାତ କରିବାକୁ ମଧ୍ୟ ସମୟ ପାଉନାହାଁନ୍ତି । ଗୋଟିଏ ମାସରେ ଦୁଇଜଣ ଥରେ କିମ୍ବା ଦୁଇଥର ଦେଖା କରିପାରୁଛନ୍ତି । ଆଉ କେବେ କେବେ ଅନ୍ଧେରୀରୁ ବାନ୍ଦ୍ରାର ଦୂରତା ଲଙ୍ଗ ଡିଷ୍ଟେନ୍ସ ପରି ଲାଗୁଛି । ଏପରି ଅବସ୍ଥାରେ ସେମାନେ ବିବାହ ପାଇଁ ଭାବିପାରୁନାହାଁନ୍ତି ବୋଲି କହିଥିଲେ ରିଚା ।