ETV Bharat / sitara

ବର୍ଷକ ପରେ ସକ୍ରିୟ ହେଲା ରିୟା ଚକ୍ରବର୍ତ୍ତୀଙ୍କ ବ୍ୟାଙ୍କ ଆକାଉଣ୍ଟ

author img

By

Published : Nov 11, 2021, 9:49 AM IST

ବର୍ଷକ ପରେ ସକ୍ରିୟ ହେଲା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବ୍ୟାଙ୍କ ଆକାଉଣ୍ଟ । ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆକାଉଣ୍ଟରୁ ଅର୍ଥ ହଡପ ଅଭିଯୋଗରେ ତାଙ୍କ ଆକାଉଣ୍ଟ ସିଜ୍ ହୋଇଥିଲା । ଅଧିକ ପଢନ୍ତୁ...

ବର୍ଷକ ପରେ ସକ୍ରିୟ ହେଲା ରିୟା ଚକ୍ରବର୍ତ୍ତୀଙ୍କ ବ୍ୟାଙ୍କ ଆକାଉଣ୍ଟ
ବର୍ଷକ ପରେ ସକ୍ରିୟ ହେଲା ରିୟା ଚକ୍ରବର୍ତ୍ତୀଙ୍କ ବ୍ୟାଙ୍କ ଆକାଉଣ୍ଟ

ମୁମ୍ବାଇ: ବର୍ଷକ ପରେ ସକ୍ରିୟ ହେଲା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବ୍ୟାଙ୍କ ଆକାଉଣ୍ଟ । ସୁଶାନ୍ତ ସିଂହ ରାଜପୁତଙ୍କ ସନ୍ଦେହଜନକ ମୃତ୍ୟୁରେ ଛନ୍ଦି ହୋଇଥିବାରୁ ତାଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ବ୍ୟାଙ୍କ ଆକାଉଣ୍ଟ ସିଜ୍ କରିଥିଲା ତଦନ୍ତକାରୀ ସଂସ୍ଥା ।

ତେବେ ଦୀର୍ଘ ଏକ ବର୍ଷ ପରେ ରିୟାଙ୍କ ଆକାଉଣ୍ଟ ସକ୍ରିୟ ହୋଇଛି । ଏକ ସ୍ପେଶାଲ କୋର୍ଟ ତାଙ୍କ ଆକାଉଣ୍ଟ ସକ୍ରିୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଏକ ଲକ୍ଷ ଟଙ୍କାର ବଣ୍ଡ ବିନିମୟରେ ତାଙ୍କ ଲାପଟପ୍, ଆଇଫୋନ୍ ଭଳି ଗ୍ୟାଜେଟକୁ ଫେରାଇଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାତ୍ର ଏଥିପାଇଁ କେତେକ ସର୍ତ୍ତ ରଖିଛନ୍ତି କୋର୍ଟ । ରିଆଙ୍କୁ ଏଥିପାଇଁ ଏକ ସତ୍ୟପାଠ ଦାଖଲ କରିବାକୁ ହେବ । ମାମଲାର ଶୁଣାଣି ସମୟରେ କିମ୍ବା ପରେ ଆବଶ୍ୟକ ପଡିଲେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥିବା ଅର୍ଥରାଶି ସମ୍ପର୍କରେ ତଥ୍ୟକୁ ତଦନ୍ତକାରୀ ଅଧିକାରୀଙ୍କୁ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁଯାୟୀ, ଗତବର୍ଷ ଜୁନ ମାସରେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟିଥିଲା । ଏହାକୁ ଆତ୍ମହତ୍ୟାର ରୂପ ଦିଆଯାଇଥିଲେ ମଧ୍ୟ ପରବର୍ତ୍ତୀ ମୁହୂର୍ତ୍ତରେ ସୁଶାନ୍ତଙ୍କ ପରିବାର ହତ୍ୟା ଅଭିଯୋଗ କରିଥିଲେ । ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ ଟଙ୍କା ଲୋଭରେ ତାଙ୍କୁ ହତ୍ୟା ନଚେତ୍ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିବା ଅଭିଯୋଗ କରିଥିଲେ ସୁଶାନ୍ତଙ୍କ ବାପା । ଏଥିସହ ସେ ସୁଶାନ୍ତ ଆକାଉଣ୍ଟରୁ ମଧ୍ୟ ଟଙ୍କା ଟ୍ରାନ୍ସଫର କରିଥିବା ସୁଶାନ୍ତଙ୍କ ବାପା ଅଭିଯୋଗ କରିଥିଲେ ।

ଏହାପରେ ଏନସିବି ତଦନ୍ତ କରି ଏନସିବି ରିୟା ଏବଂ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଗିରଫ କରିଥିଲା । ଏଥିସହ ଏନସିବି ରିୟାଙ୍କ ଆକାଉଣ୍ଟ ମଧ୍ୟ ଅଚଳ କରିଦେଇଥିଲା । ତେବେ ବର୍ତ୍ତମାନ ରିୟା ଜାମିନରେ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.