ନୂଆଦିଲ୍ଲୀ: ଡ୍ରଗ୍ସ ଲିଙ୍କରେ ଗିରଫ ରିଆ। ଅଭିନେତ୍ରୀଙ୍କୁ ପଚରାଉଚରା ବେଳେ ସେ ବଲିଉଡର ବଡ ବଡ ଅଭିନେତ୍ରୀଙ୍କ ନାଁ ପ୍ରକାଶ କରିଛନ୍ତି । ତେବେ ଏନସିବି ଆଗରେ ସେ ସାରା ଅଲ୍ଲୀ ଖାନ୍ ଓ ରକୁଲ ପ୍ରୀତଙ୍କ ନାଁ କହିଛନ୍ତି । ଏହି ଅଭିନେତ୍ରୀଙ୍କ ନାମ ନେବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କୁ ଖୁବ୍ ଶୀଘ୍ର ପ୍ରଶ୍ନ କରିବାର ସମ୍ଭାବନା ରହିଛି।
ରିଆ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଆଗରେ ସ୍ୱୀକାର କରିଛନ୍ତି ଯେ ସାରା, ରକୁଲ ପ୍ରୀତ ସିଂ, ଡିଜାଇନର୍ ସିମୋନ ଖମ୍ବଟା, ସୁଶାନ୍ତଙ୍କ ବନ୍ଧୁ ତଥା ପୂର୍ବତନ ମ୍ୟାନେଜର ରୋହିଣୀ ଆୟର ଏବଂ ଚଳଚ୍ଚିତ୍ର ନିର୍ମାତା ମୁକେଶ ଛାବ୍ରା, ବଲିଉଡ ପାର୍ଟିରେ ଡ୍ରଗ୍ସ ନିଅନ୍ତି।
ଏହି ସମୟରେ, 15ଟି ବି-ଟାଉନ୍ ତାରକା ଏନସିବି ରାଡାର ଅଧୀନରେ ଅଛନ୍ତି। ଏବଂ ଏମାନେ ବି-ବର୍ଗର ଅଭିନେତା ଅଟନ୍ତି । ଏହା ପୂର୍ବରୁ ରିପୋର୍ଟ କରାଯାଇଥିଲା ଯେ ରିଆଙ୍କ ବୟାନ ଆଧାରରେ ଏନସିବି 25 ଜଣ ବଲିଉଡ ସେଲିବ୍ରେଟିଙ୍କୁ ଡକାଇବାକୁ ଯାଉଛି। ଯେଉଁଥିରେ ବଲିଉଡର ଅଧିକାଂଶ ସେଲିବ୍ରେଟି ଡ୍ରଗ୍ସ ଖାଉଛନ୍ତି । ମଙ୍ଗଳବାର ଦିନ ରିଆ ଚକ୍ରବର୍ତ୍ତୀଙ୍କୁ ଏନସିବି ଗିରଫ କରିଥିଲା। ତାଙ୍କ ଭାଇ ସୌଭିକକୁ ଗତ ସପ୍ତାହରେ ସୁଶାନ୍ତଙ୍କ ଦୁଇ ଘନିଷ୍ଠ ସହଯୋଗୀଙ୍କ ସହ ଗିରଫ କରାଯାଇଥିଲା।