ସୁଶାନ୍ତ ସିଂ ରାଜପୁତ ମାମଲାରେ ଗିରଫ ହେଲେ ରିଆ ଚକ୍ରବର୍ତ୍ତୀ ।
ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ରିଆ ଚକ୍ରବର୍ତ୍ତୀ ଗିରଫ - ଗିରଫ ହେଲେ ରିଆ ଚକ୍ରବର୍ତ୍ତୀ
18:00 September 08
17:59 September 08
ମଙ୍ଗଳବାର ତୃତୀୟ ଥର ବୟାନ ଦେବାକୁ ଏନସିବି ଅଫିସରେ ପହଞ୍ଚିଥିଲେ ରିଆ ।
17:58 September 08
ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା । ଡ୍ରଗ ଡିଲିଂ କେସରେ ସମ୍ପୃକ୍ତ ରିଆ ଚକ୍ରବର୍ତ୍ତୀ ।
17:57 September 08
ରିଆଙ୍କ ଗିରଫରେ ସୁଶାନ୍ତ ସିଂ ରାଜପୁତଙ୍କ ପରିବାର ଓକିଲ ବିକାସ ଗୁପ୍ତାଙ୍କ ପ୍ରତିକ୍ରିୟା ।
17:56 September 08
ରିଆଙ୍କ ଗିରଫରେ ବିହାର ଡିଜିପି ଗୁପ୍ତେଶ୍ବର ପାଣ୍ଡେଙ୍କ ପ୍ରତିକ୍ରିୟା ।
17:55 September 08
ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା । ମଙ୍ଗଳବାର ରିଆଙ୍କୁ ତୃତୀୟଥର ଜେରା କରିଥିଲେ ଏନସିବି ।
15:47 September 08
ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା, ଗିରଫ ହେଲେ ରିଆ ଚକ୍ରବର୍ତ୍ତୀ
ମୁମ୍ବାଇ: ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗ୍ସ ଡିଲିଂ କେସରେ ଗିରଫ ହୋଇଛନ୍ତି ତାଙ୍କ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ । ଏନଡିପିସି ଆକ୍ଟ ଅନୁଯାୟୀ ତାଙ୍କୁ ଗିରଫ କରାଯାଇଛି ।
ସୁଶାନ୍ତଙ୍କ ମୃତ୍ୟୁ ପରଠୁ ସେ ସନ୍ଦେହ ଘେରରେ ରହିଆସିଥିଲେ । ଆଉ ଡ୍ରଗ୍ସ ଡିଲିଂ କେସରେ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ସୁଶାନ୍ତଙ୍କ ବନ୍ଧୁ ସାମୁଏଲ ମିରାଣ୍ଡାଙ୍କୁ ପୂର୍ବରୁ ଏନସିବି ଗିରଫ କରିଥିଲା । ଆଉ ବୟାନରେ ସୌଭିକ ସ୍ବୀକାର କରିଥିଲେ ଯେ ରିଆଙ୍କ ନିର୍ଦ୍ଦେଶରେ ସାମୁଏଲ ଅଭିନେତାଙ୍କୁ ଡ୍ରଗ୍ସ ଦେଉଥିଲେ । ବର୍ତ୍ତମାନ ସୂଚନା ସାମ୍ନାକୁ ଆସୁଛି ଯେ ମଙ୍ଗଳବାର ସନ୍ଧ୍ୟା 7.30ରେ ଭିଡିଓ କନଫ୍ରେନ୍ସିଂ ଜରିଆରେ କୋର୍ଟରେ ହାଜର ହେବେ ରିଆ । ତେବେ ତିନି ଦିନ ଧରି ଚାଲିଥିବା ଯାଞ୍ଚ ପରେ ଆଜି ପୁରା ସମ୍ଭାବନା ଏହି କଥାର ଅଛି ଯେ ଏନସିବି ରିଆଙ୍କ ପାଇଁ କୋର୍ଟରୁ ରିମାଣ୍ଡ ମାଗିବେ ନାହିଁ । କାରଣ ଏନସିବି ଅନୁଭବ କରୁଛି ଯେ ରିଆ ଗତ ତିନି ଦିନରେ ଦେଇଥିବା ସୂଚନା ଯଥେଷ୍ଟ, ତେଣୁ ଅଧିକ ଯାଞ୍ଚର ଆବଶ୍ୟକତା ନାହିଁ । ଏନସିବି ଏହା କରିବ ନହେଲେ ଅଦାଲତ ନିଜେ ନ୍ୟାୟିକ ହେପାଜତ ନିଷ୍ପତ୍ତି ନେବେ । ହୁଏତଃ ଏହା ପରେ ରିଆଙ୍କ ଓକିଲ ସତୀଶ ମନସିନ୍ଦେ ଜାମିନ ଆବେଦନ କରିପାରନ୍ତି ।
ପ୍ରକାଶ ଥାଉକି ନିକଟରେ ସୁଶାନ୍ତଙ୍କ ପିତା କେକେ ସିଂ ବିହାରରେ ରିଆଙ୍କ ବିରୋଧରେ ମନି ଲଣ୍ଡରିଂ ଅଭିଯୋଗ ଆଣି ଏଫଆଇଆର ରୁଜୁ କରିଥିଲେ । ଏହି ଏଫଆଇଆରରେ ସେ ଅଭିଯୋଗ କରିଥିଲେ ଯେ ରିଆ ତାଙ୍କ ପୁଅଙ୍କ ଠୁ କୋଟି କୋଟି ଟଙ୍କା ଲୁଟୁଥିଲେ । ମନି ଲଣ୍ଡରିଂ କେସ ବ୍ୟତୀତ ସୁଶାନ୍ତଙ୍କୁ ଡ୍ରଗ ଦେଉଥିବାର ଅଭିଯୋଗ ମଧ୍ୟ କରିଥିଲେ କେକେ ।