ETV Bharat / sitara

ସୁଶାନ୍ତ ମୃତ୍ୟୁ ମାମଲା, ରିୟାଙ୍କୁ ମିଳିଲାନି ବେଲ୍ - rhea and showik as court extends judicial custody

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ସମ୍ବନ୍ଧୀୟ ମାମଲାରେ ଏନସିବି ଦ୍ବାରା ଗିରଫ ହୋଇଥିବା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ସୌଭିକଙ୍କୁ ଆଉ 14 ଦିନ ଜେଲରେ ରହିବାକୁ ପଡ଼ିବ । କୋର୍ଟ ତାଙ୍କ ନ୍ୟାୟିକ ହେପାଜତକୁ 20 ଅକ୍ଟୋବର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଅଧିକ ପଢନ୍ତୁ..

rhea and showik chakraborty as court extends judicial custody till 20 october
ସୁଶାନ୍ତ କେସ: ଆଗାମୀ 20 ଯାଏଁ ନ୍ୟାୟିକ ହେପାଜତରେ ରିଆ-ସୌଭିକ
author img

By

Published : Oct 6, 2020, 4:16 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ସମ୍ବନ୍ଧୀୟ ମାମଲାରେ ଏନସିବି ଦ୍ବାରା ଗିରଫ ହୋଇଥିବା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ସୌଭିକଙ୍କୁ ଆଉ 14 ଦିନ ଜେଲରେ ରହିବାକୁ ପଡ଼ିବ ।

ଡ୍ରଗ୍ସ ମାମଲାରେ ଆଜି ରିଆ, ଶୋଭିକ ଏବଂ ଅନ୍ୟ ଅଭିଯୁକ୍ତଙ୍କ ନ୍ୟାୟିକ ହେପାଜତ ଅବଧି ଶେଷ ହୋଇଥିଲା। କିନ୍ତୁ ସ୍ବତନ୍ତ୍ର ଏନଡିପିଏସ୍ କୋର୍ଟ ରିଆ, ସୌଭିକ ଏବଂ ଅନ୍ୟମାନଙ୍କର ନ୍ୟାୟିକ ହେପାଜତକୁ ଅକ୍ଟୋବର 20 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ସେପ୍ଟେମ୍ବର 8 ରେ, ରିଆଙ୍କୁ ଏନସିବି ଗିରଫ କରିଥିଲା । ନିକଟରେ ଏନସିବି ଏକ ଆଫିଡେଭିଟ୍‌ରେ କହିଛି ଯେ, ତଦନ୍ତ ଏକ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟରେ ଅଛି ଏବଂ ଯଦି ରିଆ ଏହି ସମୟରେ ଜାମିନ ପାଆନ୍ତି, ତେବେ ତଦନ୍ତରେ ବାଧା ସୃଷ୍ଟି ହେବ।

ସୂଚନାଯୋଗ୍ୟ, ସୁଶାନ୍ତଙ୍କ ମାମଲାରେ ଏନସିବି ବ୍ୟତୀତ ସିବିଆଇ ଏବଂ ଇଡି ମଧ୍ୟ ଏହି ମାମଲାର ତଦନ୍ତରେ ଜଡିତ ଅଛନ୍ତି ।

ବ୍ୟୁରେ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.