ETV Bharat / sitara

ଜାମିନ ନାମଞ୍ଜୁର ହେବା ପରେ ହାଇକୋର୍ଟ ଯିବେ ରିଆ-ଶୋଭିକ - ଜାମିନ ନାମଞ୍ଜୁର ହେବା ପରେ ହାଇକୋର୍ଟ ଯିବେ ରିଆ-ଶୋଭିକ

ସୁଶାନ୍ତଙ୍କ ମାମଲା ସହ ଜଡିତ ଡ୍ରଗ୍ସ ମାମଲାରେ ଜେଲରେ ଥିବା ରିଆ ଚକ୍ରବର୍ତ୍ତୀଙ୍କୁ ଆଉ ଏକ ବଡ଼ ଝଟକା ଲାଗିଛି । ରିଆ, ଶୋଭିକଙ୍କ ଜାମିନ ଆବେଦନକୁ ମୁମ୍ବାଇର ଏକ ସ୍ବତନ୍ତ୍ର କୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ । ଆସନ୍ତା ସପ୍ତାହରେ ଏହି ମାମଲାରେ ରିଆଙ୍କ ଓକିଲ ହାଇକୋର୍ଟକୁ ଯିବେ । ଅଧିକ ପଢନ୍ତୁ...

rhea and showik 4 others may move hc next week
ଜାମିନ ନାମଞ୍ଜୁର ହେବା ପରେ ହାଇକୋର୍ଟ ଯିବେ ରିଆ-ଶୋଭିକ
author img

By

Published : Sep 11, 2020, 8:23 PM IST

ମୁମ୍ବାଇ: ଏନସିବି ଦ୍ବାରା ଦାଏର ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ, ତାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀ ଏବଂ ଅନ୍ୟ ଚାରିଜଣଙ୍କ ଜାମିନ ଆବେଦନକୁ ଶୁକ୍ରବାର ମୁମ୍ବାଇର ଏକ ସ୍ବତନ୍ତ୍ର କୋର୍ଟ ଖାରଜ କରିଦେଇଛନ୍ତି । ରିଆଙ୍କ ଓକିଲ ସତୀଶ ମାନାସିନ୍ଦେ ଏହି ସୂଚନା ଦେଇଛନ୍ତି ।

ଏଥିସହ ସତୀଶ କହିଛନ୍ତି ଯେ, ସମସ୍ତ ଛଅ ଜଣ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିବାକୁ ସେ ଆସନ୍ତା ସପ୍ତାହରେ ବମ୍ବେ ହାଇକୋର୍ଟଙ୍କ ନିକଟକୁ ଯିବେ ।

ବର୍ତ୍ତମାନ ରିଆ ବାଇକୁଲ୍ଲା ଜେଲରେ ରହିବେ । ତାଙ୍କୁ 8 ସେପ୍ଟେମ୍ବରରେ ଗିରଫ କରାଯାଇ 22 ସେପ୍ଟେମ୍ବର ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଯାଇଥିଲା।

ଉଲ୍ଲେଖନୀୟ କଥା ହେଉଛି, ଏନସିବି ପକ୍ଷରୁ ତିନି ଦିନ ପଚରାଉଚରା ପରେ ରିଆଙ୍କୁ ମଙ୍ଗଳବାର ଗିରଫ କରାଯାଇଥିଲା, ଯିଏ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି । ଗତ ସପ୍ତାହରେ ଶୋଭିକ୍ ଏବଂ ସାମୁଏଲ୍ ମିରାଣ୍ଡାଙ୍କୁ ଏଜେନ୍ସି ଗିରଫ କରିଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.