ETV Bharat / sitara

ପରଦାରେ ଧାର୍ମିକ ଭାବନାକୁ ଆଘାତ, ବିବାଦରେ ବଲିଉଡ - ବିବାଦରେ ଅତରଙ୍ଗୀ ରେ

ସିନେମାରେ ବିବାଦ କିଛି ନୂଆ କଥା ନୁହେଁ । କେତେବେଳେ ନଗ୍ନତାକୁ ନେଇ ତ ଆଉ କେତେବେଳେ କାହାଣୀକୁ ନେଇ । ଅତୀତରେ ଏହିପରି ଅନେକ ସିନେମା ସାମ୍ନାକୁ ଆସିଛି । ପରବର୍ତ୍ତୀ ସମୟରେ ବୟକଟ୍ ମଧ୍ୟ ହୋଇଛି । ମାତ୍ର ସିନେମାରେ ଧାର୍ମିକ ଭାବନାକୁ ଆଘାତ ଏକ ଟ୍ରେଣ୍ଡ ହୋଇଗଲାଣି କହିଲେ କିଛି ଭୁଲ୍ ହେବନାହିଁ । ଚଳିତ ବର୍ଷର ଶେଷ ଆଡକୁ ମ୍ୟୁଜିକ ଭିଡିଓ 'ମଧୁବନ ମେ ରାଧିକା ନାଚେ' ଏବଂ 'ଅତରଙ୍ଗୀ ରେ'କୁ ନେଇ ଉପୁଜିଛି ନାନା ବିବାଦ । ଅଧିକ ପଢନ୍ତୁ

ପରଦାରେ ଧାର୍ମିକ ଭାବନାକୁ ଆଘାତ, ବିବାଦରେ ତାରକା

author img

By

Published : Dec 31, 2021, 11:43 AM IST

ହାଇଦ୍ରାବାଦ: ସିନେମାରେ ବିବାଦ କିଛି ନୂଆ କଥା ନୁହେଁ । କେତେବେଳେ ନଗ୍ନତାକୁ ନେଇ ତ ଆଉ କେତେବେଳେ କାହାଣୀକୁ ନେଇ । ଅତୀତରେ ଏହିପରି ଅନେକ ସିନେମା ସାମ୍ନାକୁ ଆସିଛି । ପରବର୍ତ୍ତୀ ସମୟରେ ବୟକଟ୍ ମଧ୍ୟ ହୋଇଛି । ମାତ୍ର ସିନେମାରେ ଧାର୍ମିକ ଭାବନାକୁ ଆଘାତ ଏକ ଟ୍ରେଣ୍ଡ ହୋଇଗଲାଣି କହିଲେ କିଛି ଭୁଲ୍ ହେବନାହିଁ । କାରଣ ବିଗତ ୫ ବର୍ଷ ମଧ୍ୟରେ ବହୁ ବଲିଉଡ ଚଳଚ୍ଚିତ୍ର ଧାର୍ମିକ ଭାବନାକୁ ଆକ୍ଷେପ କରିବା ଅଭିଯୋଗରେ ବିବାଦୀୟ ହୋଇପଡିଛି । ଏହିପରିପ୍ରେକ୍ଷୀରେ ମ୍ୟୁଜିକ ଭିଡିଓ 'ମଧୁବନ ମେ ରାଧିକା ନାଚେ' ଏବଂ 'ଅତରଙ୍ଗୀ ରେ' କୁ ବୟକଟ୍ ପାଇଁ ଦାବି କରାଯାଉଛି । ପୂର୍ବରୁ ମଧ୍ୟ ବାଜିରାଓ ମସ୍ତାନୀ, ରାମଲୀଲା, ପଦ୍ମାବତ, ପିକେ, ତାଣ୍ଡବ ଆଦି ସିନେମା ବିବାଦୀୟ ହୋଇପଡିଥିଲା ।

ଅତରଙ୍ଗୀ ରେ’ କୁ ବିରୋଧ:-

୨୦୨୧ ସରିବାକୁ ବସିଥିବାବେଳେ ରିଲିଜ ହୋଇଥିଲା ଅତରଙ୍ଗୀ ରେ ଚଳଚ୍ଚିତ୍ର(Atrangi Re Controversy) । ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଖିଲାଡି ଷ୍ଟାର ଅକ୍ଷୟ କୁମାର, ଧନୁଷ ଏବଂ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ । ଡିସେମ୍ବର ୨୪ ରେ OTT ପ୍ଲାଟଫର୍ମ ଡିଜନୀ ପ୍ଲସ ହଟଷ୍ଟାରରେ ସିନେମା ରିଲିଜ୍ ହୋଇଥିଲା । ମାତ୍ର ରିଲିଜ୍ ହେଉ ହେଉ ଲୋକେ ଏହାକୁ ବୟକଟ୍ ପାଇଁ ଦାବି କରିଥିଲେ । କାରଣ ଏଥିରେ ଲଭ୍ ଜିହାଦକୁ ପ୍ରୋତ୍ସାହିତ କରାଯାଉଥିବା ଏବଂ ହିନ୍ଦୁ ଭାବନାକୁ ଆଘାତ ପହଞ୍ଚାଉଥିବା ଅଭିଯୋଗ ହୋଇଥିଲା ।

ପରଦାରେ ଧାର୍ମିକ ଭାବନାକୁ ଆଘାତ, ବିବାଦରେ ତାରକା
ପରଦାରେ ଧାର୍ମିକ ଭାବନାକୁ ଆଘାତ, ବିବାଦରେ ତାରକା

ତେବେ ଅକ୍ଷୟ କୁମାର ଏହି ଚଳଚ୍ଚିତ୍ରରେ ଜଣେ ମୁସଲମାନ ପୁରୁଷ ଏବଂ ସାରା ଅଲ୍ଲୀ ଖାନ ଜଣେ ହିନ୍ଦୁ ଚରିତ୍ରରେ ଚିତ୍ରିତ ହୋଇଛନ୍ତି । ଫିଲ୍ମରେ ଅକ୍ଷୟ କୁମାରଙ୍କ ନାଁ ସଜ୍ଜାଦ ଅଲ୍ଲି ଖାନ୍ ଥିବାବେଳେ ସାରା ଅଲ୍ଲି ଖାନ୍ ଜଣେ ହିନ୍ଦୁ ଝିଅ ରିଙ୍କୁ ରଘୁବଂଶୀ ଭୂମିକା ନିଭାଇଛନ୍ତି । ଯିଏ ସଜ୍ଜାଦ ଅଲ୍ଲୀ ଖାନଙ୍କୁ ଭଲପାଉଛନ୍ତି । ପ୍ରତିବାଦ କରୁଥିବା ଲୋକଙ୍କ କହିବା ଅନୁଯାୟୀ, ଫିଲ୍ମର କିଛି ଦୃଶ୍ୟ ହିନ୍ଦୁମାନଙ୍କ ଭାବନାକୁ ଆଘତ ଦେଇଛି । ତେଣୁ ତୁରନ୍ତ ଏହାକୁ ବ୍ୟାନ କରାଯାଉ ।

ମଧୁବନମେ ରାଧିକା ନାଚେ:-

ସେହିପରି ଡିସେମ୍ବର ୨୨ ରେ ରିଲିଜ ହୋଇଥିବା ସନି ଲିଓନିଙ୍କ ମ୍ୟୁଜିକ ଭିଡିଓ 'ମଧୁବନ' ମ୍ୟୁଜିକ ଭିଡିଓ(Madhuban Music Video)କୁ ପ୍ରବଳ ବିରୋଧ କରାଯାଇଥିଲା । ରାଧା ମା' ଙ୍କୁ ହିନ୍ଦୁ ଧର୍ମରେ ଜଣେ ଦେବୀଙ୍କ ସ୍ଥାନରେ ଚିତ୍ରିତ କରାଯାଇ ଥିବାବେଳେ ଭିଡିଓରେ ସନିଙ୍କ ଡାନ୍ସ ହିନ୍ଦୁ ଭାବନାକୁ ଆଘାତ ପହଞ୍ଚାଉଥିବା ଅଭିଯୋଗ ହୋଇଥିଲା । ଏପରିକି ଟ୍ବିଟରେ #Arrest_ Sunny_ Leone ଟ୍ରେଣ୍ଡ କରିଥିଲା । ବହୁ ଧାର୍ମିକ ସଂଗଠନ ଏହାକୁ ହଟାଇବା ପାଇଁ ଦାବି କରି ଥିବାବେଳେ ମଧ୍ୟପ୍ରଦେଶ ଗୃହ ମନ୍ତ୍ରୀ ମଧ୍ୟ ନିର୍ଦ୍ଦେଶକ ଏବଂ ଅଭିନେତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ପରେ ମ୍ୟୁଜିକ କମ୍ପାନୀ ସାରେଗାମା(Music Compny Saregama) ମଧୁବନ ଗୀତର ଲିରିକ୍ସ ପରିବର୍ତ୍ତନ କରି ବୋଲି କହିଥିଲା ।

ତାଣ୍ଡବ:-

2021 ଜାନୁଆରୀରେ ରିଲିଜ ହୋଇଥିବା ୱେବ ସିରିଜ ତାଣ୍ଡବ(Web Series Tandav)କୁ ମଧ୍ୟ ବିରୋଧ କରାଯାଇଥିଲା । ଚଳଚ୍ଚିତ୍ରରେ ହିନ୍ଦୁ ଦେବାଦେବୀଙ୍କୁ ଅପମାନିତ କରାଯାଇଥିବା ଅଭିଯୋଗ ହୋଇଥିଲା । ଏପରିକି ଫିଲ୍ମକୁ ବୟକଟ୍ ଦାବିରେ ଗାଜିଆବାଦର ଲୋନିର ସାଂସଦ ନନ୍ଦକିଶୋର ଗୁର୍ଜର ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ପାକିସ୍ତାନର ନିର୍ଦ୍ଦେଶରେ ୱେବ ସିରିଜରେ ଏଭଳି କାର୍ଯ୍ୟକଳାପ କ୍ରମାଗତ ଭାବେ ଦେଖାଯାଉଛି ବୋଲି ସେ ଅଭିଯୋଗ କରିଥିଲେ ।

ପଦ୍ମାବତୀରୁ ପଦ୍ମାବତ:-

୨୦୧୭ ରେ ଚର୍ଚ୍ଚାରେ ଥିଲା ସଞ୍ଜୟ ଲୀଲା ବଂଶାଲିଙ୍କ ପଦ୍ମାବତ(Padmavat) । ଫିଲ୍ମ ରିଲିଜ୍ ପୂର୍ବରୁ ବିବାଦୀୟ ହୋଇପଡିଥିଲା ଏହି ଚଳଚ୍ଚିତ୍ର । ରାଜପୁତ ରାଣୀ ପଦ୍ମାବତୀଙ୍କ ଚରିତ୍ରକୁ ଭୁଲ୍ ଚିତ୍ରିତ କରାଯାଇଥିବା ଦର୍ଶାଇ କରଣୀ ସେନା ଏହାକୁ ତୀବ୍ର ବିରୋଧ କରିଥିଲା । ଗୁଜୁରାଟ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ସରକାର ସିନେମାର ରିଲିଜ୍ ଉପରେ ରୋକ୍ ଲଗାଇଥିଲେ । ଏପରିକି ସିନେମାର ମୁଖ୍ୟ ଅଭିନେତ୍ରୀ ଦୀପିକା ପାଦୁକନଙ୍କୁ ହତ୍ୟା ଧମକ ମଧ୍ୟ ମିଳିଥିଲା । ଦେଶବ୍ୟାପୀ ସିନେମାକୁ ତୀବ୍ର ବିରୋଧ ପରେ ଶେଷରେ ପଦ୍ମାବତୀରୁ ନାମ ପରିବର୍ତ୍ତନ କରାଯାଇ ପଦ୍ମାବତ ରଖାଯାଇଥିଲା । ଏପରିକି ଏଥିରୁ କେତେକ ସିନ୍ କୁ ବାଦ୍ ଦିଆଯିବା ପରେ ମଧ୍ୟ ବିବାଦ ମଧ୍ୟରେ ୨୦୧୮ ରେ ଫିଲ୍ମ ରିଲିଜ ହୋଇଥିଲା ।

ବାଜିରାଓ ମସ୍ତାନୀ:-

୨୦୧୫ ରେ ଚଳଚ୍ଚିତ୍ର ବାଜିରାଓ ମସ୍ତାନୀକୁ ତୀବ୍ର ବିରୋଧ କରାଯାଇଥିଲା । ଏପରିକି ଫିଲ୍ମ ନିର୍ମାତା ସଞ୍ଜୟ ଲୀଲା ବଂଶାଲୀଙ୍କ କୁଶପୁତ୍ତଳିକା ଦାହ କରି ବୟକଟ ଦାବି କରିଥିଲେ କେତେକ ଧାର୍ମିକ ସଂଗଠନ । ବିକ୍ଷୋଭକାରୀଙ୍କ ଦ୍ବାରା ଜାରି କରାଯାଇଥିବା ଏକ ପ୍ରକାଶନରେ ଦର୍ଶାଯାଇଥିଲା ଯେ, ଚଳଚ୍ଚିତ୍ରର ଟ୍ରେଲର ଏବଂ ପ୍ରମୋସନାଲ ଭିଡିଓ ମହାରାଷ୍ଟ୍ର ଏବଂ ବୁନ୍ଦେଲଖଣ୍ଡର ଐତିହାସିକ ବ୍ୟକ୍ତିବିଶେଷଙ୍କୁ ବିକୃତ କରିବା ପାଇଁ ଏକ ପ୍ରୟାସ କରୁଥିବା ପ୍ରମାଣ କରୁଛି । ଏହି ଟ୍ରେଲର ଏବଂ ଆପତ୍ତିଜନକ ବିଷୟବସ୍ତୁକୁ ଚଳଚ୍ଚିତ୍ରରୁ ହଟାଇବାକୁ ଉଲ୍ଲେଖ କରାଯାଇଥିଲା ।

ବିକ୍ଷୋଭକାରୀ ଇତିହାସର ଏକ ସଂକ୍ଷିପ୍ତ ବିବରଣୀ ଦେଇ କହିଥିଲେ ଯେ, ଯେତେବେଳେ ମହମ୍ମଦ ଶାହା ବଙ୍ଗାଶ ବୁନ୍ଦେଲଖଣ୍ଡ ଉପରେ ଆକ୍ରମଣ କରିଥିଲେ, ସେତେବେଳେ 80 ବର୍ଷ ବୟସ୍କା ଛତ୍ରସାଲ ବୁନ୍ଦେଲା ବାଜିରାଓ ପେଶୱାଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ କହିଥିଲେ । ବାଜିରାଓ ବଙ୍ଗାଶଙ୍କୁ ପରାସ୍ତ କରିଥିଲେ । ଏହାପରେ ବୁନ୍ଦେଲା ତାଙ୍କ କନ୍ୟା ମସ୍ତାନୀଙ୍କୁ ବାଜିରାଓଙ୍କ ସହ ବିବାହ କରାଇଥିଲେ । କିନ୍ତୁ ନିର୍ଦ୍ଦେଶକ ସଞ୍ଜୟ ଲୀଲା ବଂଶାଲୀ କାହାଣୀ ପରିବର୍ତ୍ତନ କରି ଭିନ୍ନ ମୋଡ ଦେଇଛନ୍ତି, ଯାହା ଭାବନାକୁ ଆଘାତ କରୁଛି ବୋଲି ଦାବି କରାଯାଇଥିଲା ।

ଗଲିଓଁ କି ରାସଲୀଲା ରାମଲୀଲା:-

ଦୀପିକା ପାଦୁକୋନ୍ ଏବଂ ରଣଭୀର ସିଂଙ୍କ ଅଭିନୀତ ସଞ୍ଜୟ ଲୀଲା ଭନସାଲୀଙ୍କ ‘ରାମ ଲୀଲା’ ବିରୋଧରେ ଭାରତର ଅନେକ ଧାର୍ମିକ ସଂଗଠନ ଆପତ୍ତି ଉଠାଇଥିଲେ । ଏହାର ଟାଇଟଲ୍ ଏବଂ ଚଳଚ୍ଚିତ୍ରର ଟ୍ରେଲର ପୌରାଣିକ ସନ୍ଦର୍ଭ ଉପରେ ଅନେକଙ୍କ ଭାବନାକୁ ଆଘାତ ଦେଉଥିବା ଅଭିଯୋଗ କରିଥିଲେ । ଫିଲ୍ମକୁ ପ୍ରବଳ ବିରୋଧ କରାଯିବା ସହା ବଏକଟ ଦାବିରେ ଆନ୍ଦୋଳନ ମଧ୍ୟ କରାଯାଇଥିଲା । ଏପରିକି ବଂଶାଲୀଙ୍କ ସମେତ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଷ୍ଟାରଙ୍କ ବିରୋଧରେ ମାମଲା ଦାୟର ହୋଇଥିଲା । ପରବର୍ତ୍ତୀ ସମୟରେ ଫିଲ୍ମର ଟାଇଟଲ୍ ପରିବର୍ତ୍ତନ କରିଥିଲେ ନିର୍ମାତା ।

ପିକେ:-

୨୦୧୪ ରେ ରାଜକୁମାର ହିରୀନୀଙ୍କ ପିକେ ଚଳଚ୍ଚିତ୍ରକୁ ନେଇ ବହୁ ବାଦବିବାଦ ଉପୁଜିଥିଲା । ସିନେମାର ହିରୋ ଅମୀର ଖାନଙ୍କ ପୋଷ୍ଟର ଠୁ ଆରମ୍ଭ କରି କାହାଣୀ ସବୁକିଛିକୁ ବିରୋଧ କରିଥିଲେ ଦର୍ଶକ । ଏଥିରେ ହିନ୍ଦୁ ଭାବନାକୁ ଖୋଲା ଖୋଲି ଆକ୍ଷେପ କରାଯାଇଥିଲା । ବିଶେଷ କରି ହିନ୍ଦୁ ଧର୍ମରେ ବିଭିନ୍ନ ଦେବାଦେବୀଙ୍କୁ ପୂଜା କରାଯାଉଥିବାରୁ ଏହାକୁ ଆକ୍ଷେପ କରି ଚିତ୍ରିତ କରାଯାଇଥିବା ଅଭିଯୋଗ ହୋଇଥିଲା ।

ତେବେ କେଉଁ କାରଣରୁ ସିନେମାରେ ବିଶେଷ କରି ହିନ୍ଦୁ ଧର୍ମକୁ ଆକ୍ଷେପ କରାଯାଉଛି ତାକୁ ନେଇ ସୃଷ୍ଟି ହୋଇଛି ବିରାଟ ପ୍ରଶ୍ନ । କଣ୍ଟ୍ରୋଭର୍ସି ମାଧ୍ୟମରେ ସିନେମାକୁ ପ୍ରମୋଟ କରିବା ଏହାର କାରଣ ବୋଲି କେତେକ ମତ ରଖୁଛନ୍ତି । କାରଣ ଯାହା ବି ହେଉ ବଲିଉଡରେ ନଗ୍ନତା ସମେତ ଧାର୍ମିକ ଭାବନାକୁ ଆକ୍ଷେପ ନହେବା ପରି ସିନେମା ନିର୍ମିତ ହେଉ । ଏଥିପ୍ରତି ନିର୍ମାତା, ଅଭିନେତା ସର୍ବୋପରି ସେନ୍ସର ବୋର୍ଡକୁ ଧାୟିତ୍ବବାନ ହେବା ଆବଶ୍ୟକତା ପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.