ମୁମ୍ବାଇ: ବଲିଉଡର ଫେମସ ମ୍ୟୁଜିକ କମ୍ପୋଜର ଅନୁ ମଲ୍ଲିକଙ୍କୁ ନେଇ ସାମ୍ନାକୁ ଆସିଲା ଗୁଡନ୍ୟୁଜ । ଚର୍ଚ୍ଚା ଜୋର ଧରିଛି ଯେ ତାଙ୍କୁ ପୁଣିଥରେ ସିଙ୍ଗି ରିୟାଲିଟି ଶୋ ‘ଇଣ୍ଡିଆନ ଆଇଡଲ’ରେ ପୁଣିଥରେ ଦେଖିବାକୁ ମିଳିବ । ହେଲେ ଏଥର ଜଜ୍ ରୂପେ ନୁହେଁ ଗେଷ୍ଟ ରୂପେ ଶୋରେ ଯୋଗ ଦେବେ ସେ । 90 ଦଶକ ସ୍ପେଶାଲ ୱିକେଣ୍ଡରେ ଅନୁଙ୍କ ଦେଖାଯିବେ ଗାୟକ ଉଦିତ ନାରାୟଣ ଓ ଗୀତିକାର ସମୀର ।
ପ୍ରକାଶ ଥାଉକି ‘ଇଣ୍ଡିଆନ ଆଇଡଲ’ ଆରମ୍ଭରୁ ଶୋର ଜଜ୍ ରୂପେ ଅନୁ ସାମିଲ ଥିଲେ । ହେଲେ ସିଜନ 10ରେ ଜାଭେଦ ଅଲ୍ଲୀଙ୍କ ଦ୍ବାରା ତାଙ୍କୁ ରିପ୍ଲେସ କରାଯାଇଥିଲା । କାରଣ ତାଙ୍କ ଉପରେ ମି ଠୁ ଅଭିଯାନ ଜରିଆରେ ଯୌନ ନିର୍ଯାତନା ଅଭିଯୋଗ ଲାଗିଥିଲା ।
ଏହାପରେ ତାଙ୍କୁ ସିଜନ 11ରେ ଦେଖିବାକୁ ମିଳିଥିଲା । ଯାହାକୁ ଆଧାର କରି ଗାୟିକା ସୋନା ମହାପାତ୍ର, ନେହା ଭସିନ ଓ ଶ୍ବେତା ପଣ୍ଡିତ ତାଙ୍କ ବିରୋଧରେ ସ୍ବର ଉତ୍ତୋଲନ କରିବାରୁ ସେ ଶୋରୁ ବାଦ୍ ପଡିଥିଲେ ।