ନୂଆଦିଲ୍ଲୀ: ଲକଡାଉନରେ ହ୍ୟାଣ୍ତସମ ଅଭିନେତା ରଣଭୀର ସିଂ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରୁହନ୍ତି । ଲକଡାଉନରେ ସେ ତାଙ୍କ ଫ୍ୟାନ୍ସଙ୍କ ସହ କନେକ୍ଟ ରହିବା ପାଇଁ ସର୍ବଦା ନିଜର ଫନି ଫଟୋ ଏବଂ କିଛି ଭିଡିଓ ପ୍ରାୟତଃ ସେୟାର କରିଥାନ୍ତି ।
- " class="align-text-top noRightClick twitterSection" data="
">
ଆଜି, ରଣଭୀର ନିଜର ଏକ ମୋନୋକ୍ରୋମ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଫଟୋରେ ରଣଭୀର ବ୍ଲାକ ଚଷମାରେ ବହୁତ ହ୍ୟାଣ୍ତସମ ଦେଖାଯାଉଥିଲେ ।
ଫଟୋର କ୍ୟାପସନରେ ରଣଭୀର ଲେଖିଛନ୍ତି, ଅର ବତାୟୋ ୟାର... ।
ରଣଭୀରଙ୍କ ଏହି ଫଟୋକୁ ପ୍ରଂଶସକମାନେ ପସନ୍ଦ କରିବା ସହିତ ବହୁତ ସାରା ହାର୍ଟ ଇମୋଜି ମଧ୍ୟ ଦେଉଛନ୍ତି ।
ରଣଭୀରଙ୍କୁ ଶେଷ ଥର ପାଇଁ ଆଲିଆ ଭଟ୍ଟଙ୍କ ସହ ‘ଗଲି ବଏ’ରେ ଦେଖିବାକୁ ମିଳିଥିଲା ।
ଏହି ସମୟରେ ରଣଭୀର ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସହ ଘରେ ଅଛନ୍ତି ।
ଏହା ପୂର୍ବରୁ ରଣଭୀର ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ ଦୀପିକା ରଣଭୀରଙ୍କ ହେୟାର ଷ୍ଟାଇଲିଷ୍ଟ କରିଥିଲେ । ଏହି ପୋଷ୍ଟର କ୍ୟାପସନ୍ ରେ ରଣଭୀର ଲେଖିଥିଲେ, ହେୟାର ଷ୍ଟାଇଲିଷ୍ଟ ଦୀପିକାପାଦୁକୋନ୍ । ମୋତେ ଏହା ଭଲ ଲାଗୁଛି । ତୁମେ କ'ଣ ଭାବୁଛ ?
- View this post on Instagram
Hair by: @deepikapadukone Very Mifune in ‘Yojimbo’. I like it. What do you think?
">
ଆଗାମୀ ସମୟରେ, ରଣଭୀର ଏବଂ ଦୀପିକାଙ୍କୁ ଫିଲ୍ମ 83 ରେ ଦେଖିବାକୁ ମିଳିବ । କବୀର ଖାନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବର୍ତ୍ତମାନ ଖ୍ରୀଷ୍ଟମାସ 2020 ରେ ମୁକ୍ତିଲାଭ କରିବ ବୋଲି ଜଣାଯାଇଛି ।