ETV Bharat / sitara

ଅଧାସୁଟିଂରୁ କୋରିଓଗ୍ରାଫରଙ୍କ ଗୋଡ ଧରିଲେ ରଣବୀର !

author img

By

Published : Sep 16, 2019, 11:18 PM IST

ସୋସିଆଲ ମିଡିଆରେ ଭାଇରାଲ ହେଲା ରଣବୀରଙ୍କ ମସ୍ତିଭରା ଭିଡିଓ । ସୁଟିଂ ଛାଡି କୋରିଓଗ୍ରାଫରଙ୍କ ସହ ମସ୍ତି କଲେ ରଣବୀର ।

ଫଟୋ ସୌଜନ୍ୟ:ଇନଷ୍ଟାଗ୍ରାମ@ରଣବୀର ସିଂ ଫ୍ୟାନକ୍ଲବ

ମୁମ୍ବାଇ: ବି-ଟାଉନର ଏନର୍ଜେଟିକ ଆକ୍ଟର ରଣବୀର ସିଂ ଶାନଦାର ଅଭିନୟ ବ୍ୟତୀତ ମଜାକିଆ ଅନ୍ଦାଜା ପାଇଁ ମଧ୍ୟ ଜଣାଯାଆନ୍ତି। ବର୍ତ୍ତମାନ ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ପପୁଲାର କୋରିଓଗ୍ରାଫର ସ୍ୟାମକ ଦାବରଙ୍କ ଗୋଡ ଧରି ବସିଥିବାର ନଜର ଆସୁଛନ୍ତି ।

ଫଟୋଟିକୁ ଦେଖି ଏମିତି ଲାଗୁଛି ରଣବୀର କୌଣସି ଫିଲ୍ମ ସେଟରେ ସୁଟିଂ କରୁଛନ୍ତି । ଏବେ ଆପଣ ଭାବୁଥିବେ କି ସୁଟିଂ ସମୟରେ ସେ କାହିଁକି ସ୍ୟାମକଙ୍କ ଗୋଡ ଧରିଛନ୍ତି । କଥାଟି ହେଲା କି ସେ ସ୍ୟାମକଙ୍କ ଗୋଡ ଧରି ତାଙ୍କୁ ଯିବା ପାଇଁ ମନା କରୁଛନ୍ତି । ଆଉ ରଣବୀରଙ୍କ ଏପରି ମଜାକରେ ସ୍ୟାମକ ମଧ୍ୟ ଚିନ୍ତିତ ହୋଇ ମୁଣ୍ଡରେ ହାତ ଦେଇଥିବାର ଦେଖାଯାଉଛନ୍ତି ।

ପ୍ରକାଶ ଥାଉକି ରଣବୀର ଖୁବଶୀଘ୍ର କ୍ରିକେଟର ଲେଜେଣ୍ଡ କପିଲ ଦେବଙ୍କ ବାୟୋପିକ ଫିଲ୍ମ ‘83’ ନେଇ ପରଦାରେ ନଜର ଆସିବେ । ଏହି ଫିଲ୍ମରେ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଦୀପିକା ପାଦୁକୋନ ମଧ୍ୟ ଅଭିନୟ କରିବାକୁ ଯାଉଛନ୍ତି । ବିବାହ ପରେ ଦୁଇଜଣଙ୍କୁ ଏକାଠି ଦେଖିବାକୁ ନେଇ ଖୁବ୍ ଉତ୍ସାହିତ ତାଙ୍କ ଫ୍ୟାନ୍ସ । ‘83’ ଫିଲ୍ମଟି ଭାରତୀୟ କ୍ରିକେଟ ଟିମ ପ୍ରଥମ ବିଶ୍ବକପ ଜିତିବା କାହାଣୀ ଉପରେ ଆଧାରିତ ।

ଖାଲି ଏତିକି ନୁହେଁ ଏହାସହ ସେ ନିର୍ମାତା କରନ ଜୋହରଙ୍କ ଆଗାମୀ ମଲ୍ଟି ଷ୍ଟାରର ଫିଲ୍ମ ‘ତଖ୍ତ’ରେ ମଧ୍ୟ ନଜର ଆସିବେ । ଏହି ଫିଲ୍ମରେ ତାଙ୍କ ସହ ଅନିଲ କପୁର, କରୀନା କପୁର, ଆଲିୟା ଭଟ୍ଟ, ଜାହ୍ନବୀ କପୁର, ବିକ୍କୀ କୌଶଲ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିବେ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.