ETV Bharat / sitara

ପତ୍ନୀଙ୍କ ବୋଲ୍ଡ ଫଟୋ ଦେଖି ଚିନ୍ତାରେ ରଣବୀର

author img

By

Published : Mar 9, 2020, 7:05 PM IST

ସୋସିଆଲ ମିଡିଆରେ ଭାଇରାଲ ହେଲା ପଦ୍ମାବତୀ ଦୀପିକା ପାଦୁକୋନଙ୍କ ହଟ୍ ଫଟୋ । ଯାହା ଉପରେ କମେଣ୍ଟ କରି ଚିନ୍ତା ପ୍ରକାଶ କରିଛନ୍ତି ସ୍ବାମୀ ରଣବୀର ସିଂ।

ranveer singh
ଡିଜାଇନ ଫଟୋ

ମୁମ୍ବାଇ: ରଣବୀର ସିଂ ଓ ଦୀପିକା ପାଦୁକୋନ ବଲିଉଡର ହଟ୍ କପଲଙ୍କ ମଧ୍ୟରେ ଅନ୍ୟତମ। ଦୁଇଜଣ ବର୍ତ୍ତମାନ ନିଜ ଆଗାମୀ ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ‘83’କୁ ନେଇ ଖୁବ୍ ବ୍ୟସ୍ତ । ଏପ୍ରିଲ 10ରେ ରିଲିଜ ହେବାକୁ ଯାଉଛି ଏହି ଫିଲ୍ମ । ହେଲେ ଫିଲ୍ମର ପ୍ରମୋଶନରେ ଏବେ ରଣବୀର ବ୍ୟସ୍ତ ଥିବା ବେଳେ ଦୀପିକା ନିଜ ନୂଆ ଫଟୋସୁଟକୁ ନେଇ ଚର୍ଚ୍ଚାରେ।

ସେ ନିକଟରେ ଇଣ୍ଟରନ୍ୟାସନାଲ ଏଲ ମାଗାଜିନ ପାଇଁ ଫଟୋସୁଟ କରିଥିଲେ। ଯାହାର କିଛି ଫଟୋ ସେ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ତାଙ୍କର ଏହି ବୋଲ୍ଡ ଫଟୋ ଫ୍ୟାନ୍ସଙ୍କ ମନ କିଣିଥିବା ବେଳେ ସ୍ବାମୀ ରଣବୀରଙ୍କୁ କିନ୍ତୁ ଚିନ୍ତାରେ ପକାଇ ଦେଇଛନ୍ତି।

ଖାଲି ଏତିକି ନୁହେଁ ରଣବୀର ନିଜ ଚିନ୍ତାର କଥା ଦୀପିକାଙ୍କ ଫଟୋରେ କମେଣ୍ଟ କରି ସମସ୍ତଙ୍କୁ ଜଣାଇଛନ୍ତି । ଅନେକ ଫଟୋ ମଧ୍ୟରେ ଗୋଟିଏ ଫଟୋରେ ଦୀପିକା ସମୁଦ୍ର କୂଳରେ ନଜର ଆସୁଛନ୍ତି । ଯାହା ଉପରେ ରଣବୀର କମେଣ୍ଟ କରି ଲେଖିଛନ୍ତି, ‘ବେବି ରହମ କରୋ ୟାର।’ ତାଙ୍କର ଏହି କମେଣ୍ଟରୁ ହିଁ ଆପଣ ଜାଣିପାରୁଥିବା ସେ ପତ୍ନୀଙ୍କୁ ନେଇ କେତେ ଚିନ୍ତିତ।

ପ୍ରକାଶ ଥାଉକି ରଣବୀର ସୋସିଆଲ ମିଡିଆରେ ରୁହନ୍ତୁ କିମ୍ବା କୌଣସି ପବ୍ଲିକ ଇଭେଣ୍ଟରେ ସେ ପ୍ରାୟତଃ ପତ୍ନୀଙ୍କ ସୌନ୍ଦର୍ଯ୍ୟର ପ୍ରଶଂସା କରିବାକୁ କେବେ ପଛ ଘୁଞ୍ଚା ଦିଅନ୍ତି ନାହିଁ । ଆପଣ ମଧ୍ୟ ଦେଖନ୍ତୁ ଦୀପିକାଙ୍କ ବୋଲ୍ଡ ଅବତାର....

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.