ETV Bharat / sitara

ଫଟୋଗ୍ରାଫର ସାଜିଲେ ରଣବୀର !

ଲଣ୍ଡନରେ ଚାଲିଥିବା '83'ର ସୁଟିଂରେ ବ୍ୟସ୍ତ ଥିବା ରଣବୀର ଫ୍ୟାନ୍ସଙ୍କ ପାଇଁ ଫଟୋଗ୍ରାଫର ସେଲ୍ଫି ଉଠାଇବାରେ ଲାଗି ପଡିଥିଲେ । ଯାହାର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

author img

By

Published : Jul 31, 2019, 10:11 AM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରଣବୀର ସିଂ

ମୁମ୍ବାଇ: ବି-ଟାଉନର ଖିଲଜୀ ରଣବୀର ସିଂ ଆଜିକାଲି ନିଜର ଆଗାମୀ ଫିଲ୍ମ '83'ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ସେ ଲିଜେଣ୍ଡ କ୍ରିକେଟର କପିଲ ଦେବଙ୍କ ଭୂମିକାରେ ନଜର ଆସିବେ । '83' ଜରିଆରେ ପୁଣିଥରେ ରଣବୀର ଓ ଦୀପିକା ପାଦୁକୋନ ଅନସ୍କ୍ରିନରେ ଦେଖାଯିବେ । ସେମିତି ଦେଖିବାକୁ ଗଲେ ରଣବୀରଙ୍କ ଫ୍ୟାନ୍ସଙ୍କ ସଂଖ୍ୟା ଆକାଶ ଛୁଆଁ । ସେ ଯେଉଁଠାକୁ ଯାଆନ୍ତି, ତାଙ୍କ ପଛରେ ଫ୍ୟାନ୍ସ ପଡିଯାଆନ୍ତି । ଏମିତି କିଛି ଦେଖିବାକୁ ମିଳିଛି ତାଙ୍କ '83' ଫିଲ୍ମ ସେଟରେ । ଫ୍ୟାନ୍ସଙ୍କ ପାଇଁ ଫଟୋଗ୍ରାଫର ମଧ୍ୟ ସାଜିଛନ୍ତି ରଣବୀର । ଏକଥା ଆମେ କହୁନାହୁଁ ଏହା ଜଣାପଡିଛି ତାଙ୍କ ସୋସିଆଲ ମିଡିଆରେ ସେୟାର ହୋଇଥିବା ଫଟୋରୁ ।

ନିକଟରେ ରଣବୀର ସୁଟିଂ କରୁଥିବା ସମୟରେ ତାଙ୍କ ସେଟରେ ପହଞ୍ଚିଯାଇଥିଲେ ଫ୍ୟାନ୍ସ । ଏହାପରେ ଆଉ କଣ ଥିଲା ରଣବୀର ଫ୍ୟାନ୍ସଙ୍କ ଜିଦ ପୂରଣ କରିବା ପାଇଁ ଫଟୋଗ୍ରାଫର ସାଜି ସେଲ୍ଫି ଉଠାଇବାରେ ବ୍ୟସ୍ତ ହୋଇଯାଇଥିଲା ।

photo
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରଣବୀର ସିଂ

ଫଟୋରେ ରଣବୀର ବ୍ଲାକ କଲର ଟି-ସର୍ଟ ପିନ୍ଧିବା ସହ ଫଙ୍କି ସନ ଗ୍ଲାସେସ ଲଗାଇଥିବାର ଦେଖାଯାଉଛନ୍ତି । ଏହାସହ ତାଙ୍କ ପଛରେ ଅନେକ ଫ୍ୟାନ ନଜର ଆସୁଛନ୍ତି ।

ଯଦି '83' ଫିଲ୍ମ ବିଷୟରେ କଥା ହେବା, ତେବେ ଏହି ଫିଲ୍ମଟି 1983ରେ ଭାରତ ପ୍ରଥମଥର ବିଶ୍ବକପ ଜିତି କାହାଣୀ ଉପରେ ଆଧାରିତ । ସେହି ସମୟରେ ଭାରତୀୟ କ୍ରିକେଟ ଟିମର କ୍ୟାପ୍ଟେନ କପିଲ ଦେବ ଥିଲେ । ଫିଲ୍ମରେ ଯେଉଁଠାରେ କପିଲଙ୍କ ଭୂମିକାରେ ରଣବୀର ନଜର ଆସିବେ, ସେହିଠାରେ ଦୀପିକା କପିଲଙ୍କ ପତ୍ନୀ ରୋମି ଦେବଙ୍କ ଭୂମିକାରେ ଦେଖାଯିବେ । ବିବାହ ପରେ ରଣବୀର ଓ ଦୀପିକାଙ୍କ ଏହା ଏକାଠି ପ୍ରଥମ ଫିଲ୍ମ ହେବାକୁ ଯାଉଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.