ETV Bharat / sitara

ସ୍ବିଜରଲ୍ୟାଣ୍ଡ ପର୍ବତରେ ଭାରତ ତ୍ରିରଙ୍ଗା, ପ୍ରଶଂସାରେ ସେଲିବ୍ରିଟି

author img

By

Published : Apr 19, 2020, 12:03 PM IST

ସେଲିବ୍ରିଟି ସୋସିଆଲ ମିଡିଆରେ ସ୍ବିଜରଲ୍ୟାଣ୍ଡର ଏକତାକୁ ଦେଶି ଖୁବ୍ ପ୍ରଶଂସା କରିଛନ୍ତି। ଭାରତର ସାହସ, ଶକ୍ତି ପାଇଁ ସ୍ବିଜରଲ୍ୟାଣ୍ଡ ଭାରତର ପ୍ରଶଂସା କରିଛି ଏବଂ ଏକତା ବାର୍ତ୍ତା ଦେଇଛି...

_ranveer singh
ଡିଜାଇନ ଫଟୋ

ମୁମ୍ବାଇ: ପୁରା ବିଶ୍ବରେ ବ୍ୟାପିଥିବା କୋରୋନା ଭାଇରସରୁ ବଞ୍ଚିବା ପାଇଁ ସବୁ ଦେଶ ଚେଷ୍ଟା ଚଳାଇଛି । ଏହି ଭାଇରସ ପାଇଁ ହଜାର ହଜାର ଲୋକଙ୍କ ଜୀବନ ଚାଲିଗଲାଣି। ଏହି ମହାମାରୀରେ ସବୁ ଦେଶ ପରସ୍ପରୁ ସହଯୋଗର ହାତ ବଢାଇଛି। ଭାରତ କୋରୋନା ସହ ଲଢେଇ ପ୍ରୟାସକୁ ଦେଖି ବେଶ ପ୍ରଶଂସା କରିଛି ସ୍ବିଜରଲ୍ୟାଣ୍ଡ । ଏକତା ଦେଖାଇବାକୁ ଯାଇ ସ୍ବିଜରଲ୍ୟାଣ୍ଡ ମାଟରହାର୍ଣ୍ଣ ପର୍ବତରେ ଭାରତର ତ୍ରିରଙ୍ଗା ଦର୍ଶାଇଛି। ଏହାସହ ଭାରତୀୟମାନଙ୍କୁ ଭରସା ମଧ୍ୟ ଯୋଗାଇଛି ।

ଭାରତର ପ୍ରଶଂସା ଦେଖି ବଲିଉଡ ଷ୍ଟାର୍ସ ଏହି ଖୁସିରୁ ନିଜକୁ ଦୂରେଇ ରଖିପାରିନାହିଁନ୍ତି । ସୋସିଆଲ ମିଡିଆରେ ତ୍ରିରଙ୍ଗାର ଫଟୋ ସେୟାର କରି ସମସ୍ତଙ୍କୁ ଆଶା ରଖିବାର ବାର୍ତ୍ତା ଦେଇଛନ୍ତି।

ଅଭିନେତା ରଣବୀର ସିଂ ଟ୍ବିଟରରେ ମାଟରହାର୍ଣ୍ଣ ପାହଡର ଫଟୋ ସେୟାର କରି ଲେଖିଛନ୍ତି, ‘ସ୍ବିଜରଲ୍ୟାଣ୍ଡର ସବୁଠାରୁ ପ୍ରସିଦ୍ଧ ପର୍ବତ ମାଟରହାର୍ଣ୍ଣରେ ଭାରତୀୟ ତ୍ରିରଙ୍ଗା ପ୍ରଜ୍ବଳିତ । ଏକତା ଓ ଭରସାର ବାର୍ତ୍ତା ।’ ଜଣାଇ ଦେଉଛୁ ଯେ ରଣବୀର ସ୍ବିଜରଲ୍ୟାଣ୍ଡ ପର୍ଯ୍ୟଟନର ବ୍ରାଣ୍ଡ ଆମ୍ବାସଡର ।

photo
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କରୀନା କପୁର

ସେହିପରି କରୀନା କପୁର ଖାନ ମଧ୍ୟ ଇନଷ୍ଟାଗ୍ରାମରେ ଏହି ଫଟୋ ସେୟାର କରି ଲେଖିଛନ୍ତି,‘ ଯାହା ବି ହୋଇଯାଉ ମୋ ହୃଦୟ ତୁମ ପାଖରେ ଅଛି ସ୍ବିଜରଲ୍ୟାଣ୍ଡ।’

ଅନୁଷ୍କା ଶର୍ମା ଇନଷ୍ଟାଷ୍ଟୋରିରେ ଫଟୋ ସେୟାର କରିଛନ୍ତି ଲେଖିଛନ୍ତି, ‘ଏହା ବହୁତ ସୁନ୍ଦର।’ ଅନ୍ୟପଟେ ବି-ଟାଉନର ଜୁନିୟର ବଚ୍ଚନ ଅଭିଷେକ ଲେଖିଛନ୍ତି, ‘ଆଜି ସକାଳେ ଭାରତୀୟ ତ୍ରିରଙ୍ଗାକୁ ସ୍ବିଜରଲ୍ୟାଣ୍ଡର ଐତିହାସିକ ଶିଖର ମାଟରହାର୍ଣ୍ଣରେ ଏକତା ରୂପେ ଦର୍ଶାଯାଇଛି । ଆଉ ଏହି କଠିନ ସମୟରେ ସବୁ ଭାରତୀୟ ଆଶା ଏବଂ ଶକ୍ତି ଯୋଗାଇଛି।’

ପ୍ରକାଶ ଥାଉକି ସ୍ବିଜରଲ୍ୟାଣ୍ଡର ଲାଇଟ ଆର୍ଟିଷ୍ଟ ଗୋରୀ ହାଫଷ୍ଟେଟ 14.690 ଫୁଟ ଉଚ୍ଚତା ବିଶିଷ୍ଟ ପର୍ବତକୁ ଭାରତୀୟ ତ୍ରିରଙ୍ଗାରେ ରଙ୍ଗାଇଛନ୍ତି। ପର୍ଯ୍ୟଟନ ସଗଠନ ଜରମାଟ ଏହି ଫଟୋଟିକୁ ଫେସବୁକରେ ସେୟାର କରି ଲେଖିଛନ୍ତି, ‘ଦୁନିଆର ସବୁଠାରୁ ଅଧିକ ଜନସଂଖ୍ୟା ଦେଶ ମଧ୍ୟରୁ ଭାରତ କୋରୋନା ସଙ୍କଟରେ ପୀଡିତ। ଏତେ ବଡ ଦେଶରେ ଚ୍ୟାଲେଞ୍ଜ ବହୁତ ବଡ। ମାଟରହାର୍ଣ୍ଣ ପର୍ବତରେ ଭାରତୀୟ ଧ୍ବଜା ଆମର ଏକତାକୁ ବ୍ୟକ୍ତ କରିବା ସହ ସବୁ ଭାରତୀୟକୁ ଆଶା ଓ ଶକ୍ତି ପ୍ରଦାନ କରୁଛି।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.