ମୁମ୍ବାଇ: ନିରାଶ ହେଲେ ‘ଗଲି ବୟ’ ମେକର୍ସ । କାରଣ ଜୋୟା ଅଖତରଙ୍କ ଏହି ସୁପରହିଟ୍ ଫିଲ୍ମ ଅନ୍ତରାଷ୍ଟ୍ରୀୟ ଫିଚର ଫିଲ୍ମ ଓସ୍କାର 2020 ଶ୍ରେଣୀରୁ ବାଦ ପଡିଛି । ଓସ୍କାର ଦୌଡରେ ପଛରେ ରହିଯାଇଛି ରଣବୀର ସିଂ ଓ ଆଲିୟା ଭଟ୍ଟଙ୍କ ଅଭନୀତ ‘ଗଲି ବୟ’ । ଭାରତୀୟ ବକ୍ସ ଅଫିସରେ ଶାନଦାର ଆୟ କରିଥିବା ଏହି ଫିଲ୍ମ 92ତମ ଏକାଡେମୀ ଆୱାର୍ଡ୍ସ ପାଇଁ ଚୟନ ହୋଇଥିବାରୁ ସମସ୍ତେ ଖୁସି ଥିଲେ । କିନ୍ତୁ ଓସ୍କାର ରେସରୁ ଫିଲ୍ମ ବାହାରିଯିବା ଖବର ସମସ୍ତଙ୍କୁ ଦୁଃଖି କରିଦେଇଛି।
ଫିଲ୍ମଟି ଶୀର୍ଷ 10 ସୂଚୀରେ ନିଜ ସ୍ଥାନ ସ୍ଥାପନ କରିବାରେ ଅସଫଳ ହୋଇଛି । ଯାହାର ଆଗାମୀ ରାଉଣ୍ଡରେ 92ତମ ଏକାଡେମୀ ପୁରସ୍କାର ପାଇଁ ଭୋଟିଂ ହେବାର ଥିଲା । ଏହି ଶ୍ରେଣୀରେ 91 ଫିଲ୍ମଟିକୁ ଚୟନ କରାଯାଇଥିଲା । ଶୀର୍ଷ 10 ସୂଚୀରେ ନିଜ ସ୍ଥାନ ସ୍ଥାପନ କରିଥିବା ଫିଲ୍ମ ଗୁଡିକ ହେଲା ‘ପାରାସାଇଟ’, ‘ପେନ ଆଣ୍ଡ ଗ୍ଲୋରୀ’, ‘ଦ ପେଣ୍ଟେଡ ବାର୍ଡ’, ‘ଟୁଥ ଆଣ୍ଡ ଜଷ୍ଟିସ’, ‘ଲେସ ମିଜରେବଲ’, ‘ଦୋଜ ହୁ ରିମେଣ୍ଡ’, ‘ହନିଲ୍ୟାଣ୍ଡ’, ‘କର୍ପସ କ୍ରିଷ୍ଟି’, ‘ବିନପୋଲ’, ‘ଆଟଲାଣ୍ଟିକା’ ।
ଏକାଡେମୀ 92ତମ ପୁରସ୍କାର ପାଇଁ ନାମାଙ୍କନର ଘୋଷଣା ଆସନ୍ତା ବର୍ଷ ଜାନୁଆରୀରେ କରାଯିବ । ପୁରସ୍କାର ସମାରୋହର ଆୟୋଜନ ଫେବୃଆରୀ 9ରେ ହଲିଉଡର ଡଲବୀ ଥିଏଟରରେ ହଲିଉଡ ଆଣ୍ଡ ହାଇଲ୍ୟାଣ୍ଡ ସେଣ୍ଟରରେ କରାଯିବ ।
ପ୍ରକାଶ ଥାଉକି ଶେଷଥର ଓସ୍କାର 2001ର ଶୀର୍ଷ 5 ସୂଚୀରେ ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକରଙ୍କ ସୁପରହିଟ୍ ଫିଲ୍ମ ‘ଲଗାନ’ ସ୍ଥାନ ପାଇଥିଲା । ଏହି ଫିଲ୍ମ ପୂର୍ବରୁ ତଥା 1958ରେ ‘ମଦର ଇଣ୍ଡିଆ’ ଏବଂ 1989ରେ ‘ସଲାମ ବମ୍ବେ’ ଶୀର୍ଷ 5 ସୂଚୀରେ ରହିବାରେ ସଫଳ ହୋଇଥିଲା ।