ETV Bharat / sitara

ଲତାଙ୍କ ବୟାନରେ ପ୍ରତିକ୍ରିୟା ରଖିଲେ ରାନୁ

କିଛି ଦିନ ହେବ ସମସ୍ତଙ୍କ ଓଠରେ ଥିବା ଷ୍ଟେସନ ଗାୟିକା ରାନୁ ମଣ୍ଡଲ ଓ ହିମେଶ ରେଶମିୟାଙ୍କ ପପୁଲାର ଗୀତ ‘ତେରି ମେରି କାହାନୀ’ ନିକଟରେ ରିଲିଜ ହୋଇଯାଇଛି । କିନ୍ତୁ ଏହା ପୂର୍ବରୁ ରାନୁଙ୍କ ଗୀତରେ ପ୍ରତିକ୍ରିୟା ରଖିଥିଲେ କୋକିଳକଣ୍ଠୀ ଲତା ମଙ୍ଗେସକର ।

author img

By

Published : Sep 14, 2019, 11:46 PM IST

ଡିଜାଇନ ଫଟୋ

ମୁମ୍ବାଇ: ଇଣ୍ଟରନେଟ ସେନ୍ସେସନ ପାଲଟିଥିବା ରାନୁ ମଣ୍ଡଲ ପ୍ରଥମ ଗୀତ ଜରିଆରେ ଦର୍ଶକଙ୍କୁ ନିଜର ଫ୍ୟାନ କରିସାରିଛନ୍ତି । ନିକଟରେ ତାଙ୍କ ପ୍ରଥମ ବଲିଉଡ ଗୀତ ‘ତେରି ମେରି କାହାନୀ’ ଲଞ୍ଚ ହୋଇଥିଲା । ଯାହାକୁ ଦର୍ଶକ ଖୁବ୍ ପସନ୍ଦ ମଧ୍ୟ କରିଛନ୍ତି । ସଙ୍ଗୀତକାର ତଥା ଅଭିନେତା ହିମେଶ ରେଶମିୟାଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ଏହି ଗୀତ ବର୍ତ୍ତମାନ ୟୁଟ୍ୟୁବରେ ନମ୍ବର ୱାନରେ ଟ୍ରେଣ୍ଡ କରୁଛି ।

ନିକଟରେ ରାନୁଙ୍କୁ ନେଇ ବଡ ବୟାନ ଦେଇଥିଲେ ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକର । ସେ କାହାରିକୁ ନକଲ ନକରିବାକୁ ପରାର୍ମଶ ଦେଇ ନିଜ ଦକ୍ଷତା ହିସାବରେ ଗୀତ ଗାଇବାକୁ କହିଥିଲେ । ତାଙ୍କର ଏହି କଥା ଉପରେ ବର୍ତ୍ତମାନ ରାନୁ ନିଜ ପ୍ରତିକ୍ରିୟା ରଖିଛନ୍ତି । ତେବେ ରାନୁଙ୍କ ପୂର୍ବରୁ ହିମେଶ ମଧ୍ୟ ଲତାଙ୍କ କଥାରେ ପ୍ରତିକ୍ରିୟା ରଖି ସାରିଛନ୍ତି ।

ଏକ ସାକ୍ଷାତକାରରେ ଯୋଗ ଦେଇଥିବା ରାନୁଙ୍କୁ ଯେତେବେଳେ ଲତାଙ୍କୁ ନେଇ ପ୍ରଶ୍ନ କରାଯାଇଥିଲା ତେବେ ସେ ଉତ୍ତର ଦେଇ କହିଥିଲେ ସେ ପିଲା ବେଳୁ ଲତାଙ୍କ ଗୀତ ଗାଇ ଆସୁଛନ୍ତି । ସେ ଲତାଙ୍କ ସବୁ ଗୀତ ପସନ୍ଦ କରନ୍ତି । ତାଙ୍କୁ ଅନେକ ଲୋକ କହିଥିଲେ କି ତାଙ୍କ କଣ୍ଠ ଲତାଙ୍କ ସହ ମିଶୁଛି । ତେଣୁ ସେ ନିଜକୁ ଏଥିପାଇଁ ଭାଗ୍ୟଶାଳୀ ମାନନ୍ତି ।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.