ମୁମ୍ବାଇ: ପ୍ରଥମେ ହିମେଶ ରେଶମିୟା ଆଉ ଏବେ ବଲିଉଡର ଲୋକପ୍ରିୟି ପ୍ଲେବ୍ୟାକ ସିଙ୍ଗର ଉଦିତ ନାରାୟଣଙ୍କ ସହ ଗୀତ ଗାଇଛନ୍ତି ଚର୍ଚ୍ଚିତ ଗାୟିକା ରାନୁ ମଣ୍ଡଲ । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
- " class="align-text-top noRightClick twitterSection" data="
">
ଶନିବାର ସଙ୍ଗୀତକାର ହିମେଶ ନିଜ ଇନଷ୍ଟାଗ୍ରାମରେ ରାନୁ ଓ ଉଦିତ ନାରାୟଣଙ୍କ ଗୀତ ଗାଇବା ଭିଡିଓଟିକୁ ସେୟାର କରିଛନ୍ତି । ଭିଡିଓରେ ରାନୁ ପୁଣିଥରେ ନିଜ ଯାଦୁଭରା କଣ୍ଠରେ ଗୀତ ଗାଉଥିବାର ନଜର ଆସୁଛନ୍ତି । ‘କହ ରହି ନଜଦିକିୟାଂ’ ଗୀତକୁ ରାନୁ ଓ ଉଦିତଙ୍କ ବ୍ୟତୀତ ହିମେଶ ଓ ଗାୟିକା ପାୟଲ ଦେବ ମଧ୍ୟ ଗାଇଛନ୍ତି ।
ଏହି ରୋମାଣ୍ଟିକ ଗୀତଟି ହିମେଶଙ୍କ ଅପକମିଂ ଫିଲ୍ମ ‘ହାପ୍ପି ହାର୍ଡୀ ଔର ହୀର’ର । ରାନୁ ଏହି ଫିଲ୍ମର ଗୀତ ଜରିଆରେ ବଲିଉଡରେ ଡେବ୍ୟୁ କରିସାରିଛନ୍ତି । ତାଙ୍କ ପ୍ରଥମ ଗୀତ ‘ତେରି ମେରି କାହାନୀ’ କିଛି ଦିନ ପୂର୍ବରୁ ରିଲିଜ ହୋଇସାରିଛି । ଯାହାକୁ ସବୁ ମହଲରୁ ଖୁବ୍ ପ୍ରଶଂସା ମିଳିଥିଲା । ଦର୍ଶକଙ୍କ ଓଠରେ ଏବେ ମଧ୍ୟ ଏହି ଗୀତର ଧୁନ ଶୁଣିବାକୁ ମିଳୁଛି । ଏହାବ୍ୟତୀତ ରାନୁ ଓ ହିମେଶଙ୍କ ଆଉ ଦୁଇଟି ଗୀତ ମଧ୍ୟ ରିଲିଜ ହେବାକୁ ବାକି ଅଛି ।
ପ୍ରକାଶ ଥାଉକି ଷ୍ଟେସନ ଗାୟିକା ରାନୁଙ୍କ ଗୋଟିଏ ଗୀତ ସୋସିଆଲ ମିଡିଆରେ ଭାଇରାଲ ହୋଇ ତାଙ୍କୁ ରାତାରାତି ବଲିଉଡ ଷ୍ଟାର ସଜାଇଥିଲା । ଆଉ ଏହାପରେ ନିଜ ଫିଲ୍ମରେ ତାଙ୍କୁ ଗୀତ ଗାଇବାକୁ ସୁଯୋଗ ଦେଇ ତାଙ୍କ ଭାଗ୍ୟ ଖୋଲି ଦେଇଥିଲେ ହିମେଶ ।