ETV Bharat / sitara

ନିର୍ଭୟା ଗଣଦୁଷ୍କର୍ମ: ଶୀଘ୍ର ଦୋଷୀଙ୍କୁ ଦଣ୍ଡ ଦିଆଯାଉ! - ରାନୀ ମୁଖାର୍ଜୀ ଆକ୍ସନ ଫିଲ୍ମ ମର୍ଦାନୀ 2

ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ପ୍ରତିକ୍ରିୟା ରଖିଲେ ବଲିଉଡ ସେଲିବ୍ରିଟି। ରାନୀ ଓ ବରୁଣ କରିଛନ୍ତି ଗୁହାରୀ। ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ମିଳିବା ଦରକାର।

rani mukherjee and varun dhawan
ଡିଜାଇନ ଫଟୋ
author img

By

Published : Dec 18, 2019, 7:07 PM IST

ମୁମ୍ବାଇ: ଦିଲ୍ଲୀର ଲୋମହର୍ଷଣକାରୀ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ବାରା ଅଭିଯୁକ୍ତ ଅକ୍ଷୟ ଠାକୁରଙ୍କ ପୁନର୍ବିଚାର ଯାଚିକା ଖାରଜ କରାଯାଇଛି। ପୂର୍ବରୁ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଦୋଷୀଙ୍କୁ ତୁରନ୍ତ ଫାଶୀରେ ଝୁଲାଇବା ପାଇଁ ନିର୍ଭୟାଙ୍କ ମା’ ଦିଲ୍ଲୀର ପଟିଆଲା କୋର୍ଟରେ ଆବେଦନ କରିଥିଲେ। ଆଜି ଏହି ମାମଲାର ଶୁଣାଣି ଥିଲା। ହେଲେ କୋର୍ଟ ଏହାକୁ ଆସନ୍ତା ବର୍ଷ ଜାନୁଆରୀ 7 ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି।

ସୁପ୍ରିମକୋର୍ଟ ଦ୍ବାରା 4 ଦୋଷୀଙ୍କୁ ଯାଚିକା ଖାରଜ ଏବଂ ଫାଶୀ ଦଣ୍ଡ ସେମିତି ରହିବାରୁ ଦେଶର ମହିଳା ଖୁସି ଅଛନ୍ତି। ଏହାରି ମଧ୍ୟରେ ଅଭିନେତ୍ରୀ ରାନୀ ମୁଖାର୍ଜୀ ଏହି ମାମଲାରେ ନିଜ ପ୍ରତିକ୍ରିୟା ରଖିଛନ୍ତି। ନିକଟରେ ରାନୀଙ୍କ ଅଭିନୀତ ଫିଲ୍ମ ‘ମର୍ଦାନୀ 2’ ରିଲିଜ ହୋଇଥିଲା । ଯାହା ଦୁଷ୍କର୍ମ ଘଟଣାକୁ ନେଇ ଆଧାରିତ।

ଏକ ସାକ୍ଷାତକାରରେ ରାନୀ କହିଥିଲେ ଯେ, ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିର ସମ୍ମାନ କରୁଛନ୍ତି। ଏପରି ଘୃଣ୍ୟ ଅପରାଧର ଦଣ୍ଡ କଠୋରରୁ କଠୋର ହେବା ଦରକାର।

ଅନ୍ୟପଟେ ‘ଷ୍ଟ୍ରୀଟ ଡାନ୍ସର 3ଡି’ ଟ୍ରେଲର ଲଞ୍ଚ ଇଭେଣ୍ଟରେ ପହଞ୍ଚିଥିବା ଅଭିନେତା ବରୁଣ ଧୱନ ମଧ୍ୟ ଏହି ମାମଲାରେ ଆଲୋଚନା କରିଥିଲେ। ଆଉ କହିଥିଲେ ଯେ ଦୋଷୀଙ୍କୁ କଠୋର ଦଣ୍ଡ ଶୀଘ୍ର ଦିଆଯାଉ।

Intro:Body:

testing

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.