ETV Bharat / sitara

କାହା ପାଇଁ ହୋଇଥିଲା ଅଙ୍କିତା-ସୁଶାନ୍ତଙ୍କ ବ୍ରେକଅପ, ରଙ୍ଗୋଲୀଙ୍କ ଖୁଲାସା - latest news of rangoli chandel

ପୁଣି ଚର୍ଚ୍ଚାରେ କଙ୍ଗନାଙ୍କ ଭଉଣୀ ରଙ୍ଗୋଲୀ । ଏଥର ସେ ସୁଶାନ୍ତଙ୍କ ବ୍ୟକ୍ତିଗତ ଜୀବନ ଉପରେ ଅନେକ ଖୁଲାସା କରିଛନ୍ତି ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Jun 23, 2020, 2:08 PM IST

ମୁମ୍ବାଇ: ଫେମସ ଆକ୍ଟର ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ତାଙ୍କୁ ନେଇ ଅନେକ ଖବର ଧିରେ ଧିରେ କରି ସାମ୍ନାକୁ ଆସିବାରେ ଲାଗିଛି । ତାଙ୍କ ମୃତ୍ୟୁରେ କ୍ରୋଧିତ ଥିବା ପ୍ରଶଂସକ ବଲିଉଡରେ ଚାଲିଥିବା ପରିବାରବାଦ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ସେହିପରି କିଛି ସେଲିବ୍ରିଟି ମଧ୍ୟ ଏହି ମାମଲାରେ ନିଜ ନିଜ ପ୍ରତିକ୍ରିୟା ରଖି ଚର୍ଚ୍ଚାରେ ଆସିସାରିଲେଣି । ଯେଉଁମାନେ ବଲିଉଡରେ ପରିବାରବାଦକୁ ସାମ୍ନାକୁ କରିସାରିଛନ୍ତି । ଗୋଟିଏ ପଟେ ବି-ଟାଉନର କୁଇନ କଙ୍ଗନା ରଣାୱତ ପରିବାରବାଦକୁ ନେଇ ଅନେକ କଥା କହିସାରିଥିବା ବେଳେ ଏବେ ତାଙ୍କ ଭଉଣୀଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ରଙ୍ଗୋଲୀ ଚାନ୍ଦେଲ, ସୁଶାନ୍ତଙ୍କ ବ୍ୟକ୍ତିଗତ କଥା ବିଷୟରେ ଖୁଲାସା କରି ପୁଣି ଚର୍ଚ୍ଚାରେ ।

ସେ ଏକ ପୋଷ୍ଟରେ ଜଣାଇଛନ୍ତି ଯେ ସୁଶାନ୍ତ ଓ ଅଙ୍କିତା ଲୋଖଣ୍ଡେଙ୍କ ବ୍ରେକଅପ କାହିଁକି ଏବଂ କାହା ପାଇଁ ହୋଇଥିଲା । ଇନଷ୍ଟାଗ୍ରାମରେ ସେୟାର କରିଥିବା ପୋଷ୍ଟରେ ସୁଶାନ୍ତଙ୍କ ବନ୍ଧୁ ସନ୍ଦୀପ ଏସ ସିଂଙ୍କ ପୋଷ୍ଟକୁ ଆଧାର କରି ରଙ୍ଗୋଲୀ ଅନେକ କଥା ଲେଖିଛନ୍ତି । ଯେଉଁଥିରେ ସନ୍ଦୀପ ଲେଖିଥିଲେ ଯେ କେବଳ ଅଙ୍କିତା ହିଁ ସୁଶାନ୍ତଙ୍କୁ ବଞ୍ଚାଇପାରିଥାଆନ୍ତେ ।

ଏହାର ଜବାବରେ ରଙ୍ଗୋଲୀ ଲେଖିଛନ୍ତି, ‘ଏକଦମ ଠିକ୍ କଥା କହିଛ ସନ୍ଦୀପ । ସୁଶାନ୍ତ ନିଜ ପାଇଁ ମହଙ୍ଗା ପିଆର ହାୟର କରିଥିଲେ । ଯିଏ ମୁଭି ମାଫିଆଙ୍କ ପାଇଁ କାମ କରୁଥିଲେ । ସେ ସୁଶାନ୍ତଙ୍କୁ କହିଥିଲେ ତାଙ୍କୁ ନିଜ ପାଇଁ ଅନ୍ୟ ପାର୍ଟନର ଖୋଜିବାକୁ ପଡିବ । କାରଣ ଲୋକ ଏଠାରେ ବଣ୍ଡିଂ ପାଇଁ ପ୍ରେମରେ ଥାଆନ୍ତି । ନିଜ ପାଇଁ ଭିନ୍ନ ବ୍ରାଣ୍ଡ ପ୍ରସ୍ତୁତ କରନ୍ତି । ତାଙ୍କ ପିଆର କହିଥିଲେ ଯେ ଏହି ସମୟରେ ଆପଣଙ୍କୁ ନିଜର ସବୁ ଦୁର୍ବଳତାକୁ ଭୁଲିବାକୁ ପଡିବ । ଆଉ କୌଣସି ସୁପର ମଡେଲକୁ ଡେଟ କରିବାକୁ ହେବ । ରଣବୀର କପୁର ଓ ରଣବୀର ସିଂଙ୍କ ପରି । ଯିଏ ବଡ ଫିଲ୍ମ ବ୍ୟାକଗ୍ରାଉଣ୍ଡରୁ ଆସିଛନ୍ତି । ଏମିତି କାହା ସହ କନେକ୍ସନ ରଖ ଯିଏ ଫିଲ୍ମ ବ୍ୟାକଗ୍ରାଉଣ୍ଡରୁ ଆସିଥିବେ । ଏହା ତୁମ ଇମେଜ ପାଇଁ ଠିକ୍ ନୁହେଁ ଯିଏ ତୁମେ କୌଣସି ଟିଭି ଅଭିନେତ୍ରୀଙ୍କ ସହ ମଲାଡରେ ରହୁଛ । ତୁମକୁ ଲମ୍ବା ରେସରେ ସାମିଲ ହେବାର ଅଛି ତ ବଡ ବଡ ଷ୍ଟାର୍ସଙ୍କ ପରି ବ୍ୟବହାର କର । ନହେଲେ କେବଳ ଷ୍ଟ୍ରଗଲିଂ ଆକ୍ଟର ହୋଇ ରହିଯିବ ।’

ସବୁବେଳେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା ରଙ୍ଗୋଲୀ ସୁଶାନ୍ତ ଓ ଅଙ୍କିତାଙ୍କୁ ନେଇ ଆହୁରି ଅନେକ କଥାର ଖୁଲାସା କରିଛନ୍ତି । ଦେଖନ୍ତୁ ପୋଷ୍ଟ...

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.