ମୁମ୍ବାଇ: କଙ୍ଗନା ରାଣୱାତଙ୍କ ଭଉଣୀ ରଙ୍ଗୋଲୀ ଚାନ୍ଦେଲ ଏବେ ପୁରାପୁରି ବଲିଉଡ କଳାକାରଙ୍କ ପଛରେ ପଡିଯାଇଛନ୍ତି । କାରଣ କିଛି ଦିନ ହେବ ସେ ଅନେକ ସେଲିବ୍ରିଟିଙ୍କୁ ସୋସିଆଲ ମିଡିଆରେ ଅପମାନ କରିବାରେ ଲାଗିଛନ୍ତି । ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ନିକଟରେ ଅଭିନେତ୍ରୀ ତାପସୀ ପନ୍ନୁଙ୍କୁ ସେ ଟାର୍ଗେଟ କରିଥିବାବେଳେ ବର୍ତ୍ତମାନ ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ମଧ୍ୟ ଛାଡିନାହାଁନ୍ତି । ସେ ଟ୍ବିଟ କରି ଦୀପିକାଙ୍କୁ ଅପମାନ କରିଛନ୍ତି ।
ସେ ଏକ ଟ୍ବିଟ କରି ଦୀପିକାଙ୍କୁ ବେକାର କହିବା ସହ ଡିପ୍ରେଶନ ନାଁରେ ପବ୍ଲିସିଟି କରୁଛନ୍ତି ବୋଲି କହିଛନ୍ତି । କଥାଟି ହେଲା କି ଦୀପିକା ନିକଟରେ 'ଦ ଲିଭ ଲଭ ଲାଫ ଫାଉଣ୍ଡେସନ' ସହ ସମ୍ପୃକ୍ତ ହୋଇଥିଲେ । ଯେଉଁଠାରେ ସେ ଡିପ୍ରେଶନର କାହାଣୀ ସମସ୍ତଙ୍କୁ ଜଣାଇଥିଲେ । ଏହା ବ୍ୟତୀତ ସେ ଫାଉଣ୍ଡେସର ଜଣେ ମହିଳାଙ୍କ ସହ ଏକ ଭିଡିଓ ସେୟାର କରିଥିଲେ । ଭିଡିଓରେ ସେ ଡାନ୍ସ କରୁଥିବାର ନଜର ଆସିଥିଲେ ।
ଦୀପିକାଙ୍କ ଏହି ଭିଡିଓକୁ ରିଟ୍ବଟ କରି ରଙ୍ଗୋଲୀ ତାଙ୍କୁ ଅପମାନ କରିଛନ୍ତି । ରିଟ୍ବିଟରେ ସେ ଲେଖିଛନ୍ତି, "ଏଠି କଣ ଚାଲିଛି ? ଏହା ଡିପ୍ରେଶନ କି, ଏମାନ ସେହି ଲୋକ ଯେଉଁମାନଙ୍କୁ ମେଣ୍ଟାଲ ୱାର୍ଡରେ ସମସ୍ୟା ଥିଲା, କିନ୍ତୁ ଡିପ୍ରିଶେନ ଭିଡିଓରେ ବରଯାତ୍ରୀ ପରି ନାଚୁଛନ୍ତି । କି ବେକାର ଉପାୟ ଡିପ୍ରେଶନ ନାଁରେ ପବ୍ଲିସିଟି ନେବା ।"
ପ୍ରକାଶ ଥାଉକି ରଙ୍ଗୋଲୀ ସବୁବେଳେ ନିଜ ବିବାଦୀୟ ବୟାନ ସୋସିଆଲ ମିଡିଆରେ ଦେବାର ନଜର ଆସିଛନ୍ତି । ତାଙ୍କ ଟ୍ବିଟ ଅନେକଥର ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ରଙ୍ଗୋଲୀ ସେହି ସମୟରେ ଚର୍ଚ୍ଚାରେ ଆସିଥିଲେ ଯେବେ ସେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ବଢୁଥିବା ପରିବାରବାଦକୁ ନେଇ ଫେମସ ନିର୍ମାତା କରନ ଜୋହର ଓ ଆଲିୟା ଭଟ୍ଟଙ୍କ ଉପରେ ପ୍ରଶ୍ନ କରିଥିଲେ ।