ମୁମ୍ବାଇ: ମୁମ୍ବାଇର ଏକ ଡାକ୍ତରଖାନାରେ କୋଭିଡ-19 ଚିକିତ୍ସିତ ହେଉଥିବା ବଲିଉଡ ଅଭିନେତା ରଣଧୀର କପୁର ରବିବାର କହିଛନ୍ତି ଯେ ସେ ଆଇସିୟୁରୁ ବାହାରିଛନ୍ତି ।
ଏହି ସପ୍ତାହର ଆରମ୍ଭରେ ଅଭିନେତା କୋରୋନା ସଂକ୍ରମଣ ହୋଇଥିବା ଜଣାପଡିଥିଲା । ଯାହା ପରେ ତାଙ୍କୁ କୋକିଲାବେନ ଧୀରୁବାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ରଣଧୀର କହିଛନ୍ତି, “ମୁଁ ପୂର୍ବ ଅପେକ୍ଷା ବର୍ତ୍ତମାନ ଭଲ ଅଛି। ମୁଁ ଗୋଟେ ଦିନ ପୁରା ଆଇସିୟୁରେ ରହିଲି ଏବଂ ପରେ ସେମାନେ ମୋତେ ଆଇସିୟୁରୁ ବାହାର କରିଦେଲେ କାରଣ ମୋର ଏବେ ଆଉ ନିଶ୍ବାସ ନେବାରେ ଅସୁବିଧା ହେଉ ନାହିଁ କିମ୍ବା ଅକ୍ସିଜେନର ଦରକାର ନାହିଁ । ମୁଁ ବର୍ତ୍ତମାନ ଭଲ ଅଛି"।