ETV Bharat / sitara

ଅଡୁଆରେ ରଣଦୀପ, ୧୦ କୋଟିର ଲିଗାଲ ନୋଟିସ୍‌ ପଠାଇଲେ ସ୍କ୍ରିପ୍ଟ ରାଇଟର - 10crore notice

ସ୍କ୍ରିପ୍ଟ ରାଇଟର ପ୍ରିୟଙ୍କା ଶର୍ମା ରଣଦୀପଙ୍କୁ ଘେରିଛନ୍ତି । ପ୍ରିୟଙ୍କା ରଣଦୀପଙ୍କୁ ୧୦ କୋଟି ଟଙ୍କାର ଲିଗାଲ ନୋଟିସ ପଠାଇଛନ୍ତି । ନୋଟିସରେ ହୁଡ୍ଡାଙ୍କ ସମେତ ଅନ୍ୟମାନଙ୍କ ନାମ ମଧ୍ୟ ରହିଛି । ଅଧିକ ପଢନ୍ତୁ...

ରଣଦୀପଙ୍କୁ ୧୦ କୋଟି ନୋଟିସ
ରଣଦୀପଙ୍କୁ ୧୦ କୋଟି ନୋଟିସ
author img

By

Published : Aug 20, 2021, 7:37 AM IST

ମୁମ୍ବାଇ: ଆଡୁଆରେ ପଡିଛନ୍ତି ବଲିଉଡ ଅଭିନେତା ରଣଦୀପ ହୁଡ୍ଡା । ସ୍କ୍ରିପ୍ଟ ରାଇଟର ପ୍ରିୟଙ୍କା ଶର୍ମା ରଣଦୀପଙ୍କୁ ଘେରିଛନ୍ତି । ପ୍ରିୟଙ୍କା ରଣଦୀପଙ୍କୁ ୧୦ କୋଟି ଟଙ୍କାର ଲିଗାଲ ନୋଟିସ ପଠାଇଛନ୍ତି । ନୋଟିସରେ ହୁଡ୍ଡାଙ୍କ ସମେତ ଅନ୍ୟମାନଙ୍କ ନାମ ମଧ୍ୟ ରହିଛି ।

ପ୍ରିୟଙ୍କାଙ୍କ ଅଭିଯୋଗ ଅନୁସାରେ, ସୋସିଆଲ ମିଡିଆରେ ଖୁବ ସକ୍ରିୟ ରୁହନ୍ତି ରଣବୀର । ସୋସିଆଲ ମିଡିଆରେ ରଣଦୀପଙ୍କ ସମ୍ପର୍କରେ ଆସିଥିଲେ ପ୍ରିୟଙ୍କା । ପ୍ରିୟଙ୍କାଙ୍କ ସ୍କ୍ରିପ୍ଟରେ କାମ କରିବାକୁ ରଣଦୀପ କହିଥିଲେ । ପରେ ସେ ରଣଦୀପଙ୍କ ସମେତ ଆଶା ହୁଡ୍ଡା, ଆଜଲି ହୁଡ୍ଡା, ରଣଦୀପଙ୍କ ମ୍ୟାନେଜର, ମନୀଷ, ପଞ୍ଚାଲି ଚୌଧୁରୀଙ୍କୁ ପ୍ରାୟ ୧୨ଶହ ଗୀତ ଏବଂ ୪୦ଟି ଷ୍ଟୋରୀ ସ୍କ୍ରିପ୍ଟ ପଠାଇଥିଲେ । କିନ୍ତୁ ପ୍ରାୟ ଅନେକ ବର୍ଷ ହୋଇଯାଇଛି ହେଲେ ରଣଦୀପ ତାଙ୍କ ସ୍କ୍ରିପ୍ଟରେ କାମ କରିନାହାନ୍ତି ।

ପରେ ଏନେଇ ରଣଦୀପଙ୍କୁ ଯୋଗାଯୋଗ କରିଥିଲେ ପ୍ରିୟଙ୍କା । ସ୍କ୍ରିପ୍ଟ ଫେରାଇ ଦେବାକୁ କହିଥିଲେ ମାତ୍ର ତାଙ୍କୁ ହତ୍ୟା ଧମକ ମିଳିଥିବା କହିଛନ୍ତି ପ୍ରିୟଙ୍କା । ଏନେଇ ହରିୟାଣା ପୋଲିସ ମହାନିର୍ଦ୍ଦେଶକ ଫରିଦାବାଦ ରେଞ୍ଜ କମିଶନରଙ୍କୁ ଅଭିଯୋଗ କରିଥିଲେ । ଦୀର୍ଘ ୮ ବର୍ଷ ଧରି ମାନସିକ ନିର୍ଯ୍ୟାତନା ଧମକ ଆଦି ବାବଦରେ ୧୦କୋଟି ଟଙ୍କା କ୍ଷତିପୂରଣ ଦେବାକୁ ପ୍ରିୟଙ୍କା ଦାବି କରିଛନ୍ତି । ଏ ନେଇ ବର୍ତ୍ତମାନ ସୁଦ୍ଧା ଅଭିନେତା ରଣଦୀପ ହୁଡ୍ଡା ମୁହଁ ଖୋଲି ନାହାନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.