ETV Bharat / sitara

ଠକେଇ ଅଭିଯୋଗରେ ଅମୀଷାଙ୍କୁ ସମନ

author img

By

Published : Jun 28, 2019, 11:09 PM IST

ଠକେଇ ଅଭିଯୋଗରେ ଫସିଲେ ଅଭିନେତ୍ରୀ ଅମୀଷା । ରାଞ୍ଚି କୋର୍ଟରୁ ତାଙ୍କ ନାମରେ ଜାରି ହେଲା ସମନ । ଏହି ମାମଲାର ଆଗାମୀ ଶୁଣାଣି ଆସନ୍ତା ଜୁଲାଇ 8ରେ ହେବ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଅମୀଷା ପଟେଲ

ମୁମ୍ବାଇ: ଅମୀଷା ପଟେଲଙ୍କୁ ନେଇ ବଡ ଖବର ଶୁଣିବାକୁ ମିଳୁଛି । ନିକଟରେ ତାଙ୍କ ବିରୁଦ୍ଧରେ ପ୍ରଯୋଜକ ଅଜୟ ସିଂହ ଅଢେଇ କୋଟି ଟଙ୍କାର ଅଭିଯୋଗ ଆଣିଥିଲେ । ଅଭିଯୋଗ ଅନୁଯାୟୀ ଅମୀଷା ତାଙ୍କୁ ରାଞ୍ଚିରେ ସାକ୍ଷାତ କରିଥିଲେ ଏବଂ ତାଙ୍କ ପ୍ରଡକ୍ସନ ହାଉସର ଆଗାମୀ ଫିଲ୍ମ ପ୍ରୋଜେକ୍ଟ ପାଇଁ 2.50 କୋଟି ଟଙ୍କା ପ୍ରଯୋଜକଙ୍କ ଠାରୁ ନେଇଥିଲେ ।

ଅମୀଷା ନିଜ ପ୍ରଡକ୍ସନ ହାଉସର ଫିଲ୍ମରେ ଟଙ୍କା ଲଗାଇଥିଲେ । ଖାଲି ଏତିକି ନୁହେଁ ଲାଭ ସହ ଟଙ୍କାର ସୁଧ ମଧ୍ୟ ଫେରାଇବେ ବୋଲି ଅମୀଷା ପ୍ରଯୋଜକଙ୍କୁ ପ୍ରତିଶ୍ରୁତି ବି ଦେଇଥିଲେ । ଅନ୍ୟପଟେ ନିର୍ଦ୍ଦିଷ୍ଟ ସମୟ ପରେ ଯେତେବେଳେ ଅମୀଷା ଓ ତାଙ୍କ ପାର୍ଟନର ପ୍ରଯୋଜକଙ୍କୁ ଚେକ ଦେଇଥିଲେ ତାହା ବାଉନ୍ସ ହୋଇଯାଇଥିଲା । ଏହି ମାମଲାରେ ସେ ଅମୀଷାଙ୍କ ସହ କଥାବାର୍ତ୍ତା କରିଥିଲେ ତେବେ ସେ ଟଙ୍କା ଫେରାଇବାକୁ ମନା କରିଦେଇଥିଲେ ଏବଂ ଡରାଇବା ସହ ଧମକ ମଧ୍ୟ ଦେଇଥିଲେ ।

ଏହାପରେ ସେ ନିରୁପାୟ ହୋଇ ଆଇନର ସାହାଯ୍ୟ ଲୋଡିଥିଲେ । ଆଉ ଅମୀଷାଙ୍କୁ ଲିଗାଲ ନୋଟିସ ପଠାଇଥିଲେ ।

ଏହି ମାମଲାରେ ବର୍ତ୍ତମାନ ରାଞ୍ଚି କୋର୍ଟ ଅମୀଷାଙ୍କୁ ସମନ ଜାରି କରିଛି । ଏହାସହ ଜୁଲାଇ 8ରେ ରାଞ୍ଚି କୋର୍ଟରେ ତାଙ୍କୁ ଉପସ୍ଥିତ ହେବାକୁ ଆଦେଶ ମଧ୍ୟ ଦେଇଛନ୍ତି । ପ୍ରକାଶ ଥାଉକି ଅଜୟ ଅଭିନେତ୍ରୀ ମାହି ଗିଲ ଓ ଜିମି ସେରଗିଲଙ୍କ ଅଭିନୀତ ଫିଲ୍ମ 'ଫ୍ୟାମିଲ ଅଫ ଠାକୁରଗଞ୍ଜ'ର ପ୍ରଯୋଜନା କରିଛନ୍ତି ।

Intro:Body:

wrwe

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.