ମୁମ୍ବାଇ: ବୁଧବାର ଭେଟେରାନ ଆକ୍ଟର ଋଷି କପୁରଙ୍କ 13 ଦିନ ପ୍ରାର୍ଥନା ସଭା ଆୟୋଜିତ ହୋଇଛି । ଏଥିରେ ପୁରା କପୁର ଖାନଦାନ ନଜର ଆସିଥିଲେ । ରଣବୀରଙ୍କ ଘରେ ଲାଗିଥିଲା ପୁରା ପରିବାରର ଭିଡ ।
ଏନେଇ ଇନଷ୍ଟାଗ୍ରାମରେ ଫଟୋ ସେୟାର କରିଛନ୍ତି ଋଷିଙ୍କ ଝିଅ ରିଧିମା କପୁର । ଏହାସହ ପୂଜା ଓ ପ୍ରାର୍ଥନାର ମଧ୍ୟ ସେ ଭିଡିଓ ଓ ଫଟେ ସେୟାର କରିଛନ୍ତି । ଗୋଟିଏ ଫଟୋରେ ରଣବୀର ହାତଯୋଡି ପ୍ରାର୍ଥନା କରୁଥିବାର ଦେଖାଯାଇଛି । ଏଥିରେ ସେ ଲେଖିଛନ୍ତି ଯେ ବାପା, ତୁମ ଲିଗାସୀ ସବୁବେଳେ ରହିବ । ଋଷିଙ୍କ ଫଟୋ ପାଖରେ ନିଜେ ରିଦ୍ଦିମା ଛିଡା ହୋଇ ଫଟୋ ଉଠାଇଛନ୍ତି ଏବଂ ଲେଖିଛନ୍ତି ଲଭ ୟୁ ଅଲୱେଜ ପାପା । ନିକଟରେ ନୀତୁ ଓ ରଣବୀରଙ୍କ ସହ ଋଷିଙ୍କ ଫଟୋ ସେ ସେୟାର କରିଥିଲେ । ପ୍ରକାଶ ଥାଉ କି ଋଷିଙ୍କ ଦେହାନ୍ତ ପରେ ରିଦ୍ଦିମା ସବୁବେଳେ ତାଙ୍କ ସହ ବିତାଇଥିବା ଅନେକ ଫଟୋ ଓ ପୁରୁଣା ସ୍ମୃତି ସୋସିଆଲ ମିଡିଆରେ ସେୟାର କରୁଛନ୍ତି ।
ପ୍ରାର୍ଥନା ସଭାରେ ରିଷିଙ୍କ ବଡ ଭାଇ ରଣଧୀର କପୁର, କରିସ୍ମା କପୁର, ଅରମାନ ଜୈନ ପ୍ରମୁଖ ଯୋଗ ଦେଇଥିଲେ । ଏହାସହ ଅମିତାଭ ବଚ୍ଚନଙ୍କ ଝିଅ ଶ୍ବେତା ବଚ୍ଚନ ଓ ତାଙ୍କ ଝିଅ ମଧ୍ୟ ନଜର ଆସିଥିଲେ । ରଣବୀରଙ୍କ ଲେଡି ଲଭ୍ ଆଲିୟା ଭଟ୍ଟ ପ୍ରଥମ ଷ୍ଟାର ଭାବେ ସକାଳୁ ପହଞ୍ଚିଥିଲେ । ପ୍ରକାଶ ଥାଉ କି 2 ବର୍ଷ କ୍ୟାନ୍ସର ସହ ଲଢେଇ ପରେ ରିଷି ଏପ୍ରିଲ 30ରେ ଅଲବିଦା କହିଥିଲେ । କପୁର ଖାନଦାନ ପାଇଁ ଏହା ଏକ ବଡ ଝଟକା ଥିଲା ।