ହାଇଦ୍ରାବାଦ: ରଣବୀରଙ୍କ ସହ ଆଲିଆଙ୍କ ପ୍ରେମ କାହାଣୀ କାହାକୁ ଅଛପା ନାହିଁ । ଗତ ଫିଲ୍ମ ଫେୟାର ଆୱାର୍ଡରେ ଆଲିଆ ଖୁଲମଖୁଲା ନିଜ ପ୍ରେମ ପ୍ରକାଶ କରିଛନ୍ତି । ତେବେ ନିଜ କ୍ୟାରିୟର ପାଇଁ ରଣବୀରଙ୍କ ଉପରେ ଡିପେଣ୍ଡ କରୁଛନ୍ତି ଆଲିଆ । ସେ ନିଜର ସବୁ ଫିଲ୍ମ ସାଇନ କରିବା ପୂର୍ବରୁ ରଣବୀରଙ୍କ ସହ କଥା ହୁଅନ୍ତି । ନିକଟରେ ଫିଲ୍ମ ସଡକ-2 ର ସ୍କ୍ରିପ୍ଟ ବିଷୟରେ ରଣବୀରଙ୍କ ସହ କଥା ହେଉଥିବାର ଦେଖାଯାଇଛି ।
ଏହା ପୂର୍ବରୁ ସଲମାନ ଖାନ ଅଭିନିତ ଫିଲ୍ମ ଇନସାଲହା ପାଇଁ ମଧ୍ୟ ରଣବୀରଙ୍କ ଅନୁମତି ନେଇଥିଲେ ଆଲିଆ । ଏମିତି ଲାଗୁଛି ରଣବୀରଙ୍କ ପ୍ରେମରେ ପୁରା ପାଗଳ ହୋଇଗଲେଣି ସେ । ଏପିରିକି ଆଲିଆଙ୍କ ମୁହଁରେ ଖାଲି ରଣବୀରଙ୍କ ନାଁ ।
ନିକଟରେ ସେ ଏକ ଇଣ୍ଟଭ୍ୟୁରେ ବରୁଣ ବଦଳରେ ରଣବୀର କହି ଦେଇଥିଲେ । କଳଙ୍କ ଷ୍ଟାରକାଷ୍ଟ ମାନଙ୍କୁ ନେଇ ହୋଇଥିବା ଏହି ଇଣ୍ଟଭ୍ୟୁରେ ବରୁଣଙ୍କୁ ରଣବୀର କହି ଡାକି ଦେଇଥିଲେ ଆଲିଆ । ଏହାପରେ ବରୁଣ ଆଲିଆଙ୍କୁ ବହୁତ ଚିଡାଇଥିଲେ ।
ତେବେ ନିକଟରେ କଳଙ୍କର ବରୁଣ ଧୱନ ଓ ସୋନାକ୍ଷୀ ସିହ୍ନାଙ୍କ ସହ ଆଲିଆ ସୁପର ଡ୍ୟାନ୍ସର ଶୋ କୁ ଆସିଥିଲେ । ସେଠି ତିନି ଜଣଙ୍କୁ ପଚରାଯାଇଥିଲା କି ସବୁଠୁ ବେଶି ଫୋନରେ କିଏ କଥା ହୁଏ ? ଏହାର ଉତ୍ତରରେ ବରୁଣ ଓ ସୋନାକ୍ଷି ଆଲିଆଙ୍କ ଆଡକୁ ହାତ ଦେଖାଇ ଥିଲେ । ତେବେ କାହା ସହ ପଚରା ଯିବାରୁ, ରଣବୀର ବୋଲି ବରୁଣ ଇସାରା କରି କହିଥିଲେ । ଆଗରୁ ରଣବୀର ଆଲିଆଙ୍କୁ ନେଇ ସିରିଏସ ନଥିବା ଲାଗୁଥିଲା ମାତ୍ର ଏବେ ନିଜ ପ୍ରେମକୁ ସମସ୍ତଙ୍କ ଆଗରେ ପ୍ରକାଶ କରୁଛନ୍ତି ଦୁଇ ସେଲିବ୍ରିଟି ।