ମୁମ୍ବାଇ: ବଲିଉଡର ଜଣାଶୁଣା ଫିଲ୍ମମେକର ରମେଶ ତୋରାନୀ ଖୁବ୍ ଶୀଘ୍ର ନିଜର ସୁପରହିଟ୍ ଫିଲ୍ମ 'ଇସ୍କ-ଭିସ୍କ' ସିକ୍ବେଲ ତିଆରି କରିବାକୁ ଯାଉଛନ୍ତି । ସେ 2003ରେ ବି-ଟାଉନର କ୍ୟୁଟ ଅଭିନେତା ଶାହିଦ କପୁର, ଅମୃତା ରାଓଙ୍କୁ ନେଇ 'ଇସ୍କ-ଭିସ୍କ' ତିଆରି କରିଥିଲେ । କେନ ଘୋଷଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମ ଜରିଆରେ ଶାହିଦ ବଲିଉଡରେ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ ।
ବର୍ତ୍ତମାନ ରମେଶ ଏହି ଫିଲ୍ମର ସିକ୍ବେଲ ତିଆରି କରିବାକୁ ନିଷ୍ପତ୍ତି ନେଇସାରିଛନ୍ତି । ଫିଲ୍ମ ସ୍କ୍ରିପ୍ଟକୁ ନେଇ କାମ ଜୋରସୋରରେ ଚାଲିଛି ଏବଂ ଆଶା କରାଯାଇଛି ଖୁବ୍ ଶୀଘ୍ର ଫିଲ୍ମଟିର ସୁଟିଂ ଆରମ୍ଭ ହେବ ।
ରମେଶ ନିଜ ଫିଲ୍ମର ଘୋଷଣା କରି କହିଛନ୍ତି କି ସ୍କ୍ରିପ୍ଟକୁ ନେଇ କାମ ଚାଲିଛି । ଫିଲ୍ମଟିରେ ପୁଣି ଦର୍ଶକ କଲେଜ ରୋମାନ୍ସ ଏବଂ ଟିନେଜ ରୋମାନ୍ସ ଦେଖିପାରିବେ । ଆଶା କରାଯାଇଛି ଯେ 2,3 ମାସ ମଧ୍ୟରେ ସ୍କ୍ରିପ୍ଟ ଫାଇନାଲ ହେଲାପରେ ଫିଲ୍ମ ପାଇଁ ନିର୍ଦ୍ଦେଶକ ଓ ଷ୍ଟାରକାଷ୍ଟଙ୍କ ଚୟନ ପ୍ରକ୍ରିୟା ଆରମ୍ଭ ହେବ ।